ଓଡ଼ିଆ ଖାଦ୍ୟ From Wikipedia, the free encyclopedia
ଚକୁଳି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ ।
ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ ଆଦିକୁ ମିଶାଇ କିଛିଘଣ୍ଟା ରଖାଯାଏ । ଏହା ଭଲଭାବେ ଫୁଲିଗଲେ ତାହାକୁ ତାବାରେ ସୋରିଷ ତେଲ ବା ଘିଅରେ ଭାଜି ତିଆରି କରାଯାଏ ।ସାଧାରଣତଃ ବିରିର ପରିମାଣ ଅନୁସାରେ ଚକୁଳିର ଫୁଲିବା ନିର୍ଭର କରେ । ବିରି ଅଧିକ ଦେଲେ ପିଠା ଫୁଲେ ଓ ନରମ ହୋଇଥାଏ , ଓ କମ ଦେଲେ ଦେଲେ ପିଠା ଟାଣୁଆ ଓ ଖଡ ଖଡିଆ ହୋଇଥାଏ । ଏହା ଦେଖିବାକୁ ରୁଟିପରି ଗୋଲାକାର ଓ ସରୁ ହୋଇଥାଏ ।
ଆଉ ଏକ ପ୍ରକାରର ଅଟା ଚକୁଳିକୁ ଅଟା ସହିତ ଗୁଡ, ନଡିଆ କୋରା ଓ ପାଚିଲା କଦଳୀ ଗୋଳାଇ ତିଆରି କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.