From Wikipedia, the free encyclopedia
ଗାବାପେଣ୍ଟିନ୍, ବ୍ୟବସାୟୀକ ନାମ ନିଉରୋଣ୍ଟିନ, ଏକ ଔଷଧ ଯାହା ଅପସ୍ମାର ବା ଏପିଲେପ୍ସି, ସ୍ନାୟୁ ଜନିତ ଯନ୍ତ୍ରଣା, ଗରମ ଅନୁଭବ (ହଟ ଫ୍ଲାସେସ) ଓ ରେସ୍ଟଲେସ ଲେଗ ସିଣ୍ରୋମ୍ ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[4][5] ଆଂଶିକ ବାତ ମାରୁଥିଲେ ଏହା ବ୍ୟବହାର କରାଯାଏ ।[4] ଡାଏବେଟିକ ନିଉରୋପାଥି, ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ସେଣ୍ଟ୍ରାଲ ନିଉରୋପାଥି ଭଳି ସ୍ନାୟୁ ରୋଗରେ ଯନ୍ତ୍ରଣା ହେଉଥିଲେ ଏହି ଔଷଧ ଦିଆଯାଏ ।[6] ନିଉରୋପାଥିକ ଯନ୍ତ୍ରଣାରେ ୧୪% ଲୋକଙ୍କର ଉପକାର ହୁଏ । [7]
Clinical data | |
---|---|
Trade names | Neurontin, others[1] |
AHFS/Drugs.com | monograph |
MedlinePlus | a694007 |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 27-60% (inversely proportional to dose; a high fat meal also increases bioavailability)[2][3] |
Protein binding | Less than 3%[2][3] |
Metabolism | Not significantly metabolised[2][3] |
Elimination half-life | 5 to 7 hours[2][3] |
Excretion | Renal[2][3] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.056.415 |
Chemical and physical data | |
Formula | C9H17NO2 |
Molar mass | 171.237 g/mol |
3D model (JSmol) | |
SMILES
| |
InChI
| |
(verify) |
ଗାବାପେଣ୍ଟିନ୍ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ନିଦୁଆ ଭାବ ଓ ମୁଣ୍ଡ ବୁଲେଇବା (dizziness) । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆତ୍ମହତ୍ୟା ସଙ୍କଟ, ଆକ୍ରମଣତ୍ମକ ବ୍ୟବହାର ଓ ଇଓସିନୋଫିଲିଆ ତଥା ସିସ୍ଟମିକ ଲକ୍ଷଣ ସହିତ ଔଷଧ ପ୍ରତିକ୍ରିୟା ହୁଏ ।[4] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ବ୍ୟବହାରରେ କ୍ଷତି ହୁଏ କି ନା ତାହା ସ୍ପଷ୍ଟ ନୁହେଁ ।[8] ବୃକ୍କ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରା ଗାବାପେଣ୍ଟିନ୍ ଦେବା ଉଚିତ୍ । ଇନହିବିଟରି ଗାମା ଆମିନୋ ବ୍ୟୁଟିରିକ ଏସିଡ୍କୁ (GABA) ଗାବାପେଣ୍ଟିନ୍ ପ୍ରଭାବିତ କରେ କିନ୍ତୁ ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଛି ।[4]
ଗାବାପେଣ୍ଟିନ୍ ସନ ୧୯୯୩ରେ ପ୍ରଥମେ ମାନ୍ୟତା ଦିଆଗଲା ।[9] ଏହାର ହୋଲସେଲ ମୂଲ୍ୟ ଦୈନିକ ପ୍ରାୟ ୧.୩୫ ଆମେରିକୀୟ ଡଲାର ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୪ରୁ ଜେନେରିକ ଔଷଧ ନାମରେ ଉପଲବ୍ଧ ହେଉଛି ।[4] ସନ ୨୦୧୫ରେ ଏହାର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[11] ସନ ୧୯୯୦ରେ ଫାଇଜର କମ୍ପାନୀର ଏକ ଶାଖା ପାର୍କ ଡେଭିସ କମ୍ପାନୀ ଏହି ଔଷଧକୁ ଅଣମାନ୍ୟତା ବ୍ୟବହାର କରିବା ନିମନ୍ତେ ଚିକିତ୍ସକମାନଙ୍କୁ ପ୍ରୋତ୍ସାହିତ କରୁଥିଲା ।[12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.