ଖ୍ରୀଷ୍ଟ ମହାବିଦ୍ୟାଳୟ
From Wikipedia, the free encyclopedia
From Wikipedia, the free encyclopedia
ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକଠାରେ ଅବିସ୍ଥିତ[୧] ଏକ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏଠାରେ +୨, +୩ ସ୍ତରର ଶିକ୍ଷାପ୍ରଦାନ କରାଯାଏ । ୩,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଏଠାରେ ପାଠ ପଢୁଛନ୍ତି । ୨୦୦୫ ମସିହାରେ ନ୍ୟାକ (ରାଷ୍ଠ୍ରୀୟ ମୁଲ୍ୟାୟନ ଏବଂ ପ୍ରତ୍ୟାୟନ ପରିଷଦ), ଏହି ମହାବିଦ୍ୟାଳୟକୁ ବି+ ଶ୍ରେଣୀର ମାନ୍ୟତା ପ୍ରଦାନ କରିଥିଲେ ।
ଖ୍ରୀଷ୍ଟ ମହାବିଦ୍ୟାଳୟ | |
---|---|
Latin: Christ College, Cuttack | |
ସ୍ଥାପିତ | ୨୧ ଜୁଲାଇ ୧୯୪୪ |
ପ୍ରକାର | ସର୍ବସାଧାରଣ |
ଅଧ୍ୟକ୍ଷ | ମନ୍ମଥ କୁମାର ଓତା |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୮୦ |
ପ୍ରଶାସନୀକ ସଦସ୍ୟ | ୧୦୦ |
ଛାତ୍ର ଛାତ୍ରୀ ସଂଖ୍ୟା | ୩,୫୦୦ |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
ୱେବସାଇଟ | http://www.christcollege.ac.in// |
୨୧ ଜୁଲାଇ ୧୯୪୪ରେ "ଉତ୍କଳ ଖ୍ରୀଷ୍ଟିଆନ କଲେଜ" ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । "କଟକ ଖ୍ରୀଷ୍ଟିଆନ ଏଜୁକେସନ ବୋର୍ଡ଼" ଏହି କଲେଜକୁ ପ୍ରତିଷ୍ଠା କରିଥିଲେ । ଏହା "ମିଶନ ସ୍କୁଲ" ପରିସର ମଧ୍ୟରେ କାର୍ଯ୍ୟ କରୁଥିଲା । ରେଭରେଣ୍ଡ ଜୋନାଥନ ମହାନ୍ତି ଏହି ମହାବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ରେଭରେଣ୍ଡ ବ୍ରଜାନନ ମହାନ୍ତି ଥିଲେ ପ୍ରଥମ ଅଧକ୍ଷ । ପ୍ରଥମେ ୬୪ଜଣ ବିଦ୍ୟାର୍ଥୀ ଏଠାରେ ନାମ ଲେଖାଇଥିଲେ । ୧୯୪୯ମସିହାରେ ନାମ ପରିବର୍ତ୍ତନ କରାଯାଇ 'ଖ୍ରୀଷ୍ଟ ମହାବିଦ୍ୟାଳୟ' ରଖାଯାଇଥିଲା । ୧୯୫୧ମସିହାରେ ଏହା ନିଜସ୍ୱ କାମ୍ପସକୁ ସ୍ଥାନାନ୍ତର ହୋଇଥିଲା । ସ୍ଥାପନ କାଳରୁ ଏଠାରେ କେବଳ କଳାରେ +୨ ଓ +୩ସ୍ଥରର ଶିକ୍ଷା ଦିଆଯାଉଥିଲା ବେଳେ ୧୯୬୦ମସିହାରେ ବିଜ୍ଞାନ ଓ ୨୦୦୫ରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ବର୍ତ୍ତମାନ ଏଠାରେ +୨ ଶ୍ରେଣୀରେ କଳା ଓ ବାଣିଜ୍ୟରେ ୨୫୬ଟି ସିଟ ଓ ବିଜ୍ଞାନରେ ୩୮୪ଟି ସିଟର ବ୍ୟବସ୍ଥା ଅଛି ।[୨] ୮୦ ଜଣ ଶିକ୍ଷକ ଓ ୧୦୦ ଜଣ ଅନ୍ୟାନ୍ୟ କର୍ମଚାରୀ ଏହି ମହାବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ଏଠା ପାଠାଗାରରେ ୪୦ ହଜାରରୁ ଅଧିକ ବହି ଅଛି । ଏଠାରେ ଇନଡୋର ସ୍ପୋର୍ଟ କମ୍ପ୍ଲେକ୍ସ ଓ ଆଶୁ ଚିକିତ୍ସାଳୟର ବ୍ୟବସ୍ଥା ରହିଛି । କାମ୍ପସରେ ୱାଇ-ଫାଇର ବ୍ୟବସ୍ଥା କରାଯାଇଛି ।[୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.