From Wikipedia, the free encyclopedia
କ୍ୟାଲସିଅମ ପରିପୂରକ (ଇଂରାଜୀ ବାଷାରେ Calcium supplements) ଏକ ପ୍ରକାର କ୍ୟାଲ୍ସିଅମ ଲବଣ (salts) ଯାହା ଅନେକ ପ୍ରକାର ବେମାରୀରେ ବ୍ୟବହାର ହୁଏ ।[୧] ଖାଦ୍ୟରେ ଯଥେଷ୍ଟ କ୍ୟାଲସିଅମ ନଥିଲେ ଏହି ପରିପୂରକ ଆବଶ୍ୟକ ହୁଏ ।[୨][୩] ଅଳ୍ପ ରକ୍ତ କ୍ୟାଲସିଅମ (low blood calcium), ହାଡ଼ପୋରିଆ ଓ ରିକେଟ ଇତ୍ୟାଦି ରୋଗମାନଙ୍କରେ ଏହା ପାଟିରେ ଦିଆଯାଏ ।[୧] ଅଳ୍ପ ରକ୍ତ କ୍ୟାଲସିଅମ ଫଳରେ ମାଂସପେଶୀ ସ୍ପାଜ୍ମ (muscle spasms) ହେଉଥିଲେ, ଅଧିକ ରକ୍ତ ପୋଟାସିଅମ (high blood potassium) ଓ ମ୍ୟାଗନେସିଅମ ବିଷକ୍ରିୟାରେ (magnesium toxicity) ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨][୪]
କ୍ୟାଲସିଅମ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation) ଓ ଅଇ ହୋଇପାରେ । ପାଟିରେ ନେଲେ ସାଧାରଣତଃ ଅଧିକ ରକ୍ତ କ୍ୟାଲସିଅମ (high blood calcium) ହୁଏନାହିଁ । ଖାଦ୍ୟରେ ଥିବା କ୍ୟାଲସିଅମ ଅପେକ୍ଷା ପରିପୂରକ କ୍ୟାଲସିଅମ ଯୋଗୁ ବୃକ୍କ ପଥର (kidney stone) ହେବା ସମ୍ଭାବନା ଅଧିକ । ବୟଃପ୍ରାପ୍ତ ଲୋକର ଦିନକୁ ଏକ ଗ୍ରାମ କ୍ୟାଲସିଅମ ଆବଶ୍ୟକ ହୁଏ । ଅସ୍ଥି (bones), ମାଂସପେଶୀ (muscles), ଓ ସ୍ନାୟୁ (nerves) ନିମନ୍ତେ କ୍ୟାଲସିଅମ ଆବଶ୍ୟକ ହୁଏ ।[୧]
ଊନବିଂଶ ଶତାବ୍ଦୀରୁ ଚିକିତ୍ସା କ୍ଷେତ୍ରରେ କ୍ୟାଲସିଅମ ପରିପୂରକର ପ୍ରଚଳନ ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ମାସ ବ୍ୟବହାର ନିମନ୍ତେ ଏହି ଔଷଧର ହୋଲସେଲ ମୂଲ୍ୟ ୦.୯୨ରୁ ୪.୭୬ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପରିମାଣର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୪] ଜୀବସାର ଘ ବା ଭିଟାମିନ ଡି (vitamin D) ସାଥିରେ ମିଶ୍ରିତ ହୋଇ ମଧ୍ୟ ଏହା ବିକ୍ରୟ ହୁଏ ।[୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.