କ୍ଲୋକ୍ସାସିଲିନ (ଇଂରାଜୀ ଭାଷାରେCloxacillin) ଏକ ଆଣ୍ଟବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । ଏହି ସଂକ୍ରମଣମାନଙ୍କର ନାମ ଇମ୍ପେଟିଗୋ (impetigo), ସେଲ୍ୟୁଲାଇଟିସ (cellulitis), ନିମୋନିଆ, ସେପ୍ଟିକ ଆର୍ଥ୍ରାଇଟିସ (septic arthritis) ଓ ବହିଃକର୍ଣ୍ଣ ପ୍ରଦାହ (otitis externa) ଇତ୍ୟାଦି ।[1] ମେଥିସିଲିନ-ରୋଧୀ ସ୍ଟାଫିଲୋକୋକସ (Methicillin-resistant Staphylococcus aureus ବା MRSA) ଜୀବାଣୁ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ । [2] ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[1]
Clinical data | |
---|---|
Trade names | Cloxapen, others |
AHFS/Drugs.com | Micromedex Detailed Consumer Information |
Pregnancy category |
|
Routes of administration | by mouth, IM |
ATC code | |
Pharmacokinetic data | |
Bioavailability | 37 to 90% |
Protein binding | 95% |
Elimination half-life | 30 minutes to 1 hour |
Excretion | kidney and biliary |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.468 |
Chemical and physical data | |
Formula | C19H18ClN3O5S |
Molar mass | 435.88 g/mol |
3D model (JSmol) | |
SMILES
| |
InChI
| |
(verify) |
କ୍ଲୋକ୍ସାସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଓ ଆନାଫାଇଲାକ୍ସିସ (anaphylaxis) ସହିତ ଆଲର୍ଜି (allergic reaction) ହୋଇପାରେ ।[1] କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ ।[2] ଅତୀତରେ ପେନିସିଲିନ ଆଲର୍ଜି (penicillin allergy) ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । [1] ଏହା ପେନିସିଲିନ (penicillin) ପରିବାରର ଏକ ଔଷଧ । [2]
ସନ ୧୯୬୦ରେ କ୍ଲୋକ୍ସାସିଲିନ ପେଟେଣ୍ଟ ହୋଇ ୧୯୬୫ରେ ଡାକ୍ତରୀ ବ୍ୟବହାରରେ ଲାଗିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ ଏକ ଦିନର ଏହି ଔଷଧର ବଟିକା ଖର୍ଚ୍ଚ ପ୍ରାୟ ୦.୧୬ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବ୍ୟବସାୟୀକ ଭିତ୍ତିରେ ତିଆରି ହୁଏନାହିଁ । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.