କୋଦୁରୁ ନାରାୟଣ ରାଓ (ଜନ୍ମ: ୨୫ ଜୁନ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

Quick Facts କୋଦୁରୁ ନାରାୟଣ ରାଓ, ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା ...
କୋଦୁରୁ ନାରାୟଣ ରାଓ
Thumb
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯  ୨୦୨୪
ପୂର୍ବ ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ପର ଅଧିକାରୀରୁପେଶ କୁମାର ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯  ୨୦୧୪
ପୂର୍ବ ଅଧିକାରୀତ୍ରିନାଥ ସାହୁ
ପର ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-25) ୨୫ ଜୁନ ୧୯୬୨ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ବାପା/ବୋଉକେ. ଭାସ୍କର ରାଓ (ବାପା)
ବୃତ୍ତିରାଜନୀତିଜ୍ଞ
Close

ଜନ୍ମ, ପରିବାର ଓ ଶିକ୍ଷା

କୋଦୁରୁ ନାରାୟଣ ରାଓ ୧୯୬୨ ମସିହାର ଜୁନ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେ. ଭାସ୍କର ରାଓ ।[1]

ରାଜନୈତିକ ଜୀବନ

କୋଦୁରୁ ନାରାୟଣ ରାଓ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଭାବରେ କାର୍ଯ୍ୟ କରିଛନ୍ତି ।[2][3] ପୂର୍ବରୁ ସେ ବିଜୁ ଜନତା ଦଳର ସଭ୍ୟ ଥିଲେ ।[4] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ତାଙ୍କୁ ବିଜେଡିରୁ ଟିକେଟ୍ ନ ମିଳିବାରୁ ସେ ଇସ୍ତଫା ଦେଇଥିଲେ ।[5][6] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[1]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୨,୦୨୯ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଠାରୁ ୩,୯୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[7]

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.