ହିନ୍ଦୀ ଚଳଚ୍ଚିତ୍ର From Wikipedia, the free encyclopedia
କୁଛ୍ କୁଛ୍ ହୋତା ହୈ (KKHH) ହେଉଛି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର ।[1] ଚଳଚ୍ଚିତ୍ରର କାହାଣୀର ଲେଖକ ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ ଇତ୍ୟାଦି । ଲୋକପ୍ରିୟ ସିନେମା ଜୋଡି ସାହାରୁଖ-କାଜଲଙ୍କ ଏହା ଥିଲା ଚତୁର୍ଥ ଚଳଚ୍ଚିତ୍ର । କରଣ ଜୋହରଙ୍କ ଏହା ଥିଲା ନିର୍ଦ୍ଦେଶକ ଭାବେ ପ୍ରଥମ ଚଳଚ୍ଚିତ୍ର । ଅକ୍ଟୋବର ୧୬, ୧୯୯୮ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଜତୀନ ଲଳିତ ଜୋଡି । ଚଳଚ୍ଚିତ୍ରରେ କାଜଲଙ୍କ ଅଭିନୟ ସାଙ୍ଗକୁ ଏହାର ସଂଗୀତ ଲୋକପ୍ରିୟତା ହାସଲ କରିଥିଲା ।[2] ଚଳଚ୍ଚିତ୍ରଟି ୮ଟି ଶ୍ରେଣିରେ ଫିଲ୍ମଫେୟାର ଆୱାର୍ଡ ଲାଭ କରିଥିଲା ।[3]
କୁଛ୍ କୁଛ୍ ହୋତା ହୈ | |
---|---|
ନିର୍ଦ୍ଦେଶକ | କରଣ ଜୋହର |
ସଂଳାପ | (କଥା): କରଣ ଜୋହର |
କଳାକାର | ସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ |
ସଙ୍ଗୀତ | ଜତୀନ-ଲଳିତ |
ବିତରକ | ୟଶରାଜ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ଅକ୍ଟୋବର ୧୬, ୧୯୯୮ |
କଥାଚିତ୍ରର ସମୟ | ୧୮୫ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
କାହାଣୀର ଆରମ୍ଭରେ ରାହୁଲ ଖାନ୍ନା (ସାହରୁଖ ଖାଁ ଅଭିନୀତ) ତାଙ୍କ ପରଲୋକଗତ ସ୍ତ୍ରୀଙ୍କ(ରାଣୀ ମୁଖାର୍ଜୀ ଅଭିନୀତ) ଜଳୁଥିବା ଚିତା ପାଖରେ ଠିଆ ହେବାର ଦୃଶ୍ୟ । ପରବର୍ତ୍ତୀ ଦୃଶ୍ୟପଟ ସବୁ ଦର୍ଶକଙ୍କୁ ଦେଖାଏ ଯେ ରାହୁଲ ସହ ଟିନାଙ୍କ ବାହାଘର ପରେ ଟିନା ଝିଅଟିଅ ଜନ୍ମ ଦିଅନ୍ତି । ପ୍ରସବକାଳୀନ ସମସ୍ୟା ଏପରି ହୁଏ ଯେ ମାଆ ଏବଂ ଛୁଆ ମଧ୍ୟରୁ ଜଣକୁ ହିଁ ବଞ୍ଚାଯାଇ ପାରିବ । ଏକଥା ଟିନା ସିନା ଜାଣିଥାନ୍ତି ହେଲେ ରାହୁଲଙ୍କୁ ଜଣେଇ ନଥାନ୍ତି । କାରଣ ସେ ଜାଣିଥାନ୍ତି ଯେ ରାହୁଳ ତାଙ୍କ ଟିକି ଝିଅକୁ ପ୍ରାଣଠୁ ବେଶୀ ଭଲ ପାଅନ୍ତି । ତେଣୁ ରାହୁଲଙ୍କ ଅଜାଣତରେ ସେ ପ୍ରେମର ନିଦର୍ଶନ ସ୍ୱରୂପ ଝିଅକୁ ଛାଡି ଚାଲିଯିବା ଶ୍ରେୟ ମଣନ୍ତି । ହେଲେ ମୃତ୍ୟୁ ପୂର୍ବରୁ ସେ ଝିଅ ନାମରେ ଆଠୋଟି ଚିଠି (ତାର ଆଠୋଟି ଜନ୍ମଦିନ ଉପଲକ୍ଷେ) ଲେଖି ରାହୁଲଙ୍କ ମାଅଙ୍କ(ଫରିଦା ଜଲାଲ ଅଭିନୀତ) ହାତରେ ଦେଇଦିଅନ୍ତି ଏବଂ ରାହୁଲଙ୍କ କହିଥାନ୍ତି ଯେ ଝିଅର ନାଁ ରଖିବେ ଅଞ୍ଜଳୀ ।
କାହାଣୀ ଆଠ ବର୍ଷ ଆଗକୁ ଚାଲିଯାଏ । ବାପା ରାହୁଲ ଓ ଜେଜେମାଙ୍କ ତତ୍ତ୍ୱାବଧାନରେ ଅଞ୍ଜଳୀ (ସାନା ସୟୀଦ ଅଭିନୀତ) ବଡ଼ ହୁଏ । ରାହୁଲଙ୍କ ମାଆ ବ୍ୟସ୍ତ ହୁଅନ୍ତି ଏଇଥିପାଇଁ ଯେ ମାଆର ଆଦରରୁ ବଞ୍ଚିତ ଅଞ୍ଜଳୀ ଏକାକୀ ମନ ଦୁଃଖରେ ରହୁଛି । ରାହୁଲ କିନ୍ତୁ ଦ୍ୱିତୀୟ ବିବାହ କଥାକୁ ଏଡେଇ ଯାଆନ୍ତି । ଘଟଣାକ୍ରମରେ ଅଞ୍ଜଲୀ ତାର ଅଷ୍ଟମ ଜନ୍ମ ଦିନରେ ମାଆଙ୍କର ଅଷ୍ଟମ ଚିଠିରୁ ବାପା ରାହୁଲ, ମାଆ ଟିନା ଏବଂ ଅଞ୍ଜଲୀ (କାଜଲ) ସମ୍ପର୍କିତ ପ୍ରେମ କାହାଣୀ ଜାଣିବାକୁ ପାଏ ।
କାହାଣୀ ଶେଷ ଭାଗରେ ଟିନା ମାଅଙ୍କ ଶେଷ ଇଛା ଜାଣି ବାପା ରାହୁଲ ଏବଂ ତାଙ୍କ ପ୍ରେମିକା ଅଞ୍ଜଳୀର ପୁନର୍ମିଳନ କରାଇବାରେ ସକ୍ଷମ ହୋଇଛି । କାହାଣିର ସୁଖଦ ଅନ୍ତ ଯୋଗୁଁ ଏହା ଦର୍ଶକଙ୍କ ଅଧିକ ଲୋକପ୍ରିୟ ହୋଇପାରିଛି ।
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ମନୀଷ ମାଲହୋତ୍ରା, ଗୀତା କପୁର, ହୀମାନି ଶିବପୁରି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
ଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
କୁଛ୍ କୁଛ୍ ହୋତା ହୈ | ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୪ ମିନିଟ୍ ୫୬ ସେକେଣ୍ଡ |
କୋଇ ମିଲ ଗୟା | କବିତା କୃଷ୍ଣାମୂର୍ତ୍ତି, ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୧୬ ସେକେଣ୍ଡ |
ସାଜନ ଜୀ ଘର ଆୟେ | କବିତା କୃଷ୍ଣାମୂର୍ତ୍ତି, କୁମାର ସାନୁ, ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୧୪ ସେକେଣ୍ଡ |
କୁଛ୍ କୁଛ୍ ହୋତା ହୈ(ଦୁଃଖଭରା) | ଆଲ୍କା ୟାଗ୍ନିକ୍ | ୧ ମିନିଟ୍ ୨୬ ସେକେଣ୍ଡ |
ୟେ ଲଡକା ହେ ଦିୱାନା | ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୬ ମିନିଟ୍ ୩୬ ସେକେଣ୍ଡ |
ତୁଝେ ୟାଦ ନା ମେରି ଆୟୀ | ଉଦିତ ନାରାୟଣ, ମନପ୍ରୀତ ଅଖତାର,[4] ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୦୩ ସେକେଣ୍ଡ |
ରଘୁପତି ରାଘବ | ଆଲ୍କା ୟାଗ୍ନିକ୍, ଶଙ୍କର ମହାଦେବନ | ୬ ମିନିଟ୍ ୩୬ ସେକେଣ୍ଡ |
ଲଡକି ବଡ଼ି ଅଞ୍ଜନୀ ହେ | ଆଲ୍କା ୟାଗ୍ନିକ୍, କୁମାର ସାନୁ | ୭ ମିନିଟ୍ ୦୩ ସେକେଣ୍ଡ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.