କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Compartment syndrome) ବେମାରୀରେ ଦେହର ଗୋଟିଏ କମ୍ପାର୍ଟମେଣ୍ଟ (compartments) ଭିତରେ କୌଣସି କାରଣ ବଶତଃ ଅଧିକ ଚାପ ସୃଷ୍ଟି ହେବା ଫଳରେ ତାହା ଭିତରେ ତନ୍ତୁ (tissue) ମଧ୍ୟକୁ ରକ୍ତ ସରବରାହ କମିଯାଏ ।[5][6] ଏହି ରୋଗ ଦୁଇ ପ୍ରକାର ଅଛି: ଆକ୍ୟୁଟ (acute) ଓ କ୍ରନିକ (chronic) ।[5] ସାଧାରଣତଃ ଗୋଡ଼ ଓ ଅଗ୍ର ବାହୁରେ ଏହି ରୋଗ ହୁଏ । [2]

Quick Facts କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (Compartment syndrome), ବିଭାଗ ...
କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (Compartment syndrome)
Thumb
କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ରୋଗର ଅପରେଶନ
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଯନ୍ତ୍ରଣା, କାଲୁଆ, ଶେତା, ପ୍ରଭାବିତ ଅଙ୍ଗ କାର୍ଯ୍ୟ ଅକ୍ଷମ [1]
କାରଣଆକ୍ୟୁଟ: ଆଘାତ ବିଶେଷତଃ ଅସ୍ଥି ଭଗ୍ନ, କ୍ରସ ଇଞ୍ଜ୍ୟୁରି (crush injury), କମ୍ ରକ୍ତ ସଞ୍ଚାଳନ[2][3]
କ୍ରନିକ: ପୁନଃପୌନିକ ବ୍ୟାୟାମ [1]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, କମ୍ପାର୍ଟମେଣ୍ଟ ଚାପ[4][1]
ସଠିକ ରୋଗ ନିର୍ଣ୍ଣୟସେଲ୍ୟୁଲାଇଟିସ୍, ଟେଣ୍ଡୋନାଇଟିସ (tendonitis), ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), କ୍ରନିକ ଭେନସ ଇନସଫିସିଏନ୍ସି (venous insufficiency)[2]
ଚିକିତ୍ସାଆକ୍ୟୁଟ: ସମୟାନୁଯାୟୀ (ଅପରେଶନ)[4]
କ୍ରନିକ: ଫିଜିକାଲ ଥେରାପି (Physical therapy), ଅପରେଶନ[1]
Close

ଏହି ରୋଗରେ ଅସ‌ହ୍ୟ ଯନ୍ତ୍ରଣା, ଧୀର ନାଡ଼ି ଗତି, କାଲୁଆ ଲାଗିବା, ପ୍ରଭାବିତ ଅଙ୍ଗ ଶେତା ଦେଖାଯିବା, ପ୍ରଭାବିତ ଅଙ୍ଗ କାର୍ଯ୍ୟ ଅକ୍ଷମ ହୋଇଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[4] ସାଧାରଣତଃ ଅସ୍ଥି ଭଗ୍ନ, କ୍ରସ ଇଞ୍ଜ୍ୟୁରି (crush injury) ଇତ୍ୟାଦି ଆଘାତ (physical trauma) ଯୋଗୁ ଏହି ବେମାରୀ ହୁଏ ।[2] ସୀମିତ ରକ୍ତ ସରାବରାହ (poor blood flow) ପରେ ଅବସ୍ଥା ସାମାନ୍ୟ ହେବାପରେ ମଧ୍ୟ ଏହା ହୋଇପାରେ । [3] ରୋଗୀର ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଇପାରେ ।[4] ସଠିକ୍ ସମୟରେ ଫାସିଓଟୋମି (surgery to open the compartment) ଅପରେଶନ କରି ଏହାର ଚିକିତ୍ସା କରାଯାଏ ।[4] ରୋଗ ଆରମ୍ଭ ହେବାର ୬ ଘଣ୍ଟା ମଧ୍ୟରେ ଚିକିତ୍ସା ନ ହେଲେ ପ୍ରଭାବିତ ମାଂସପେଶୀ ଓ ସ୍ନାୟୁ ସ୍ଥାୟୀ ଭାବରେ ନଷ୍ଟ ହୋଇଯାଏ ।[4]

କ୍ରନିକ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ରୋଗରେ ବ୍ୟାୟାମ କଲାବେଳେ କଷ୍ଟ ହୁଏ ।[1] କାଲୁଆ ଲକ୍ଷଣ ମଧ୍ୟ ଦେଖାଯାଏ ।[1] ବିଶ୍ରାମ ନେଲେ ଲକ୍ଷଣ ଚାଲିଯାଏ ।[1] ଦୌଡ଼ିଲେ ଓ ଦୁଇ ଚକିଆ ଚଲେଇଲେ ରୋଗ ବାହାରେ । [1] ଏହା ଫଳରେ ସ୍ଥାୟୀ କ୍ଷତି ହୁଏନାହିଁ ।[1] ଏହା ସାଥୀରେ ସ୍ଟ୍ରେସ ଅସ୍ଥି ଭଗ୍ନ (stress fractures) ଓ ଟେଣ୍ଡିନାଇଟିସ (tendinitis) ମଧ୍ୟ ଥାଇପାରେ ।[1] ଏହି ରୋଗ ନିମନ୍ତେ ଫିଜିକାଲ ଥେରାପି (physical therapy) କରାଯାଏ ଓ ଏହା କାମ ନ କଲେ ଅପରେଶନ କରାଯାଏ । [1]

ଅଗ୍ରବାହୁ ଅସ୍ଥି ଭଗ୍ନ ହୋଇଥିବା ଲୋକଙ୍କ ମଧ୍ୟରୁ ୩% ଲୋକଙ୍କର ଏହି କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇଥାଏ ।[7] ଅନ୍ୟ ସ୍ଥାନର ଓ କ୍ରନିକ କେଶ୍‌ ହାରର କୌଣସି ହିସାବ ଅଜ୍ଞାତ ଅଛି ।[7][8] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଓ ୩୫ ବର୍ଷ ବୟସ ତଳକୁ ଏହି ଅବସ୍ଥା ଅଧିକ ହୁଏ ।[2] ସନ ୧୮୮୧ରେ ସର୍ବ ପ୍ରଥମେ ରିଚାର୍ଡ଼ ଭନ ଭକମାନ (Richard von Volkmann) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[4] ଆକ୍ୟୁଟ କେଶ ଭଲ ଚିକିତ୍ସା ନ ପାଇଲେ ଭକମାନସ କଣ୍ଟ୍ରକଚର (Volkmann's contracture) ରୋଗ ହୁଏ ।[9]

ଅଧିକ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.