ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଛି । ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା । ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ୱତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ ।
ଅବସ୍ଥିତି
ସମୁଦ୍ର ପତନଠାରୁ ପ୍ରାୟ ୯ କିମି (୮,୮୪୮ମିଟର)[1] ଉପରକୁ ଥିବା ଏହି ସ୍ଥାନରେ ନିଶ୍ୱାସ ନେବାପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ନ ଥାଏ । ବିଶାଳ ହିମାଳୟ ପର୍ବତ ଭାରତ ସମେତ ତିବ୍ୱତ ଓ ନେପାଳ ଭଳି ଦେଶରେ ବ୍ୟାପ୍ତ । ଭାରତ ପଟେ ହିମାଳୟର ଅଧିକାଂଶ ଭାଗ ରହିଥିଲେ ବି ଏହାର ଅଧିକାଂଶ ଶୃଙ୍ଗ ନେପାଳ ପଟକୁ ରହିଛି । ଭାରତ ପଟକୁ ରହିଥିବା ଭାଗରେ କାଞ୍ଚନଜଙ୍ଗା ହେଉଛି ସବୁଠାରୁ ଉଚ୍ଚତମ ଶୃଙ୍ଗ । ହିମାଳୟ ତଥା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ନେପାଳ ପଟେ ରହିଛି । ନେପାଳ ପଟେ ଥିବା ଅନ୍ୟାନ୍ୟ ଉଚ୍ଚତମ ଶୃଙ୍ଗଗୁଡ଼ିକ ହେଲା କାରାକୋରମ ବା ଗଡୱିନ ଅଷ୍ଟିନ, ଧଉଳାଗିରି, ନନ୍ଦାଦେବୀ ଓ ଅନ୍ନପୂର୍ଣ୍ଣା ଇତ୍ୟାଦି ।
ବାଟ
ଏଭରେଷ୍ଟ ଆରୋହଣ ପାଇଁ ଗୋଟିଏ ନେପାଳ ପଟୁ ଓ ଅନ୍ୟଟି ତିବ୍ୱତ ପଟୁ ଦୁଇଟି ବାଟ ରହିଛି । ତିବ୍ୱତ ପାଖର ରାସ୍ତା ଅପେକ୍ଷା ନେପାଳ ପଟ ରାସ୍ତାଟି ଅଧିକ ନିରାପଦ । ଆଜି ପର୍ଯ୍ୟନ୍ତ ନେପାଳ ପଟ ରାସ୍ତାଟି ଅଧିକାଂଶ ଥର ବ୍ୟବହୃତ ହୋଇଛି ।
ଆରୋହଣ
୧୯୫୩ ମସିହା ମଇ ମାସ ୨୯ତାରିଖ ଦିନ ପ୍ରଥମ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀଙ୍କ ଓ ନେପାଳର ଶେରପା ତେନଜିଙ୍ଗ ନରଗେ ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିଥିଲେ । ଏଭରେଷ୍ଟ ଶୃଙ୍ଗ ଆରୋହଣ କ୍ଷେତ୍ରରେ ଭାରତୀୟମାନେ ଅନେକ ସଫଳତା ପାଇଛନ୍ତି । ଯୁଗ୍ମ ଭାବେ ପ୍ରଥମେ ଏଡ଼ମଣ୍ଡ ହିଲାରିଙ୍କ ସହ ଏଭରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ନେନଜିଙ୍ଗ ନରଗେ ପରବର୍ତ୍ତୀ ସମୟରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ । ବଚେନ୍ଦ୍ରୀ ପାଲ ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ[2] ଓ ବିଶ୍ୱର ପଞ୍ଚମ ମହିଳା । ୧୯୮୪ ମଇ ୨୩ ତାରିଖରେ ସେ ଏଭରେଷ୍ଟ ଆରୋହଣ କରିଥିଲେ । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ଦୁଇଜଣ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ଢେଙ୍କାନାଳର କଳ୍ପନା ଦାଶ ଏଭରେଷ୍ଟ ଆରୋହଣ କରିଥିବା ବେଳେ ଭୁବନେଶ୍ୱରର ଗଣେଷ ଜେନା ଦ୍ୱିତୀୟ ଆରୋହି ଭାବେ ଏହି ସଫଳତା ହାସଲ କରିଛନ୍ତି ।
ଆଧାର
ବାହାର ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.