From Wikipedia, the free encyclopedia
ୟୁକ୍ଲିଡ୍ (/ˈjuːklɪd/; ପ୍ରାଚୀନ ଗ୍ରୀକ: Εὐκλείδης Eukleidēs; ପ୍ରାୟ ଖ୍ରୀ.ପୂ ୩୨୫-ଖ୍ରୀ.ପୂ.୨୬୫) ଜଣେ ଗ୍ରୀକ୍ ଗଣିତଜ୍ଞ ଥିଲେ । ସେ ମିଶରର ଆଲେକ୍ଜାଣ୍ଡ୍ରିଆରେ ଥିଲେ ଓ ଆଲେକ୍ଜାଣ୍ଡ୍ରିଆ ପାଠାଗାରରେ କାମ କରୁଥିଲେ । ତାଙ୍କ ବିଷୟରେ କମ୍ ଜଣାଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଟଲେମି ୧ମ ଙ୍କର ସମସାମୟିକ । ତାଙ୍କର ଜନ୍ମସ୍ଥାନ ଓ ସମୟ ଜଣା ନାହିଁ ।
ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ । ତାଙ୍କ ପୁସ୍ତକଏଲିମେଣ୍ଟ୍ସ୍ ପ୍ରାଚୀନ ଜ୍ୟାମିତିର ଏକ ମୁଖ୍ୟ ଉତ୍ସ । ତାଙ୍କ ବିଷୟରେ ଏବେ ମଧ୍ୟ ପାଠ୍ୟପୁସ୍ତକରେ ପଢ଼ାଯାଉଛି । ଏହି ପୁସ୍ତକରେ ସେ କେତେକ ଅନୁସିଦ୍ଧାନ୍ତରୁ (ଯାହା ସମସ୍ତେ ସତ୍ୟ ବୋଲି ଭାବନ୍ତି) ଆରମ୍ଭ କରିଛନ୍ତି । ୟୁକ୍ଲିଡ୍ ପ୍ରମାଣ କରିଛନ୍ତି ଯେ ଜ୍ୟାମିତିକ ବସ୍ତୁ ଏବଂ ପୂର୍ଣ୍ଣ ସଂଖ୍ୟା ଏହି ଅନୁସିଦ୍ଧାନ୍ତ ଉପରେ ପର୍ଯ୍ୟବେଷିତ ।
ଏଲିମେଣ୍ଟ୍ସ୍ରେ ବିଭିନ୍ନ ଜ୍ୟାମିତିକ ଆକୃତି ବିଷୟରେ ଆଲୋଚନା କରାଯାଇଛି । ଜ୍ୟାମିତି ଛଡ଼ା ସେ ସଂଖ୍ୟା ତତ୍ତ୍ୱ ଉପରେ ମଧ୍ୟ କାମ କରିଛନ୍ତି । ଗରିଷ୍ଟ ସାଧାରଣ ଗୁଣନୀୟକ (ଗ.ସା.ଗୁ.) ବିଷୟରେ ୟୁକ୍ଲିଡ୍ କହିଥିଲେ । ଏ କଥା ଏଲିମେଣ୍ଟସ୍ରେ ଲିଖିତ । ଦୁଇଟି ସଂଖ୍ୟାର ଗ.ସା.ଗୁ. ହେଉଛି ସବୁଠୁ ବଡ଼ ସଂଖ୍ୟା ଯାହା ଉଭୟ ସଂଖ୍ୟାକୁ ବିଭକ୍ତ କରେ ।
ଏଲିମେଣ୍ଟ୍ସ୍ରେ ବର୍ଣ୍ଣିତ ଜ୍ୟାମିତି ଅନେକ ଦିନ ପର୍ଯ୍ୟନ୍ତ ଏକ ମାତ୍ର ଜ୍ୟାମିତି ବୋଲି ଧରା ଯାଉଥିଲା । ୧୯ଶ ଶତାବ୍ଦୀରେ ଆବିଷ୍କୃତ ଅଣ-ୟୁକ୍ଲିଡୀୟ ଜ୍ୟାମିତିରୁ ଅଲଗା କରିବା ପାଇଁ ଏବେ ତାକୁ ୟୁକ୍ଲିଡୀୟ ଜ୍ୟାମିତି କୁହାଯାଉଛି ।
ଏଲିମେଣ୍ଟ୍ସ୍ ଛଡ଼ା ୟୁକ୍ଲିଡ୍ଙ୍କର ଅନ୍ତତଃ ୫ଟି କାମ ଏବେ ପର୍ଯ୍ୟନ୍ତ ଅଛି । ଏଗୁଡ଼ିକ ମଧ୍ୟ ସଂଜ୍ଞା ଓ ପ୍ରସ୍ତାବନାକୁ ଭିତ୍ତି କରିଥାଆନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.