ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଆଦିକନ୍ଦ ସେଠୀ (୧ ଜାନୁଆରୀ ୧୯୫୨ - ୨୨ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1]
ଆଦିକନ୍ଦ ସେଠୀ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ |
ପର ଅଧିକାରୀ | ପ୍ରିୟାଂଶୁ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୫୨ |
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୨୨ ୭୦) | (ବୟସ
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ଶୈଳବାଳା ସେଠୀ |
ବାପା/ବୋଉ | ଦଣ୍ଡପାଣି ସେଠୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆଦିକନ୍ଦ ୧୯୫୨ ମସିହାର ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[2] ତାଙ୍କ ବାପାଙ୍କ ନାମ ଦଣ୍ଡପାଣି ସେଠୀ ଓ ପତ୍ନୀଙ୍କ ନାମ ଶୈଳବାଳା ସେଠୀ ।[3]
ଆଦିକନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[4] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[3]
ଆଦିକନ୍ଦ ସେଠୀ ୨୦୨୨ ମସିହାର ସେପ୍ଟେମ୍ବର ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[2] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.