From Wikipedia, the free encyclopedia
ଆକ୍ରୋମେଗାଲି (ଇଂରାଜୀ ଭାଷାରେ acromegaly) ରୋଗ ଶରୀରରେ ଗ୍ରୋଥ ପ୍ଲେଟ (growth plates) ସଂଲଗ୍ନ ହେବା ପରେ ଅତ୍ୟଧିକ ଗ୍ରୋଥ ହରମୋନ (growth hormone ବା GH) କ୍ଷରଣ ଯୋଗୁ ହୁଏ । [1] ଆରମ୍ଭରେ ହାତ ଓ ପାଦ ବଢ଼ିଯାଏ । କପାଳ, ନାକ ଓ ଅଧଃ ହନୁ ହାଡ଼ ମଧ୍ୟ ବଢ଼ିବା ସମ୍ଭାବନା ଥାଏ । ଗଣ୍ଠି ଯନ୍ତ୍ରଣା, ମୋଟା ଚମ, ମୋଟା ସ୍ୱର, ମୁଣ୍ଡବଥା (headache) ଓ ଦୃଷ୍ଟି ସମସ୍ୟା (problems with vision) ଇତ୍ୟାଦି ଲକ୍ଷଣମାନ ମଧ୍ୟ ଦେଖାଯାଏ । ରୋଗ ଜଟିଳ ହେଲେ ମଧୁମେହ ଟାଇପ ୨, ନିଦ୍ରା ଶ୍ୱାସରୋଧ ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ରୋଗମାନ ହୁଏ ।[1]
ପିଟୁଇଟାରି ଗ୍ଲାଣ୍ଡ/ଗ୍ରନ୍ଥିରୁ (pituitary gland) ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଆକ୍ରୋମେଗାଲି ରୋଗ ହୁର । ପ୍ରାୟ ୯୫% ରୋଗୀଙ୍କର ପିଟୁଇଟାରି ଗ୍ଲାଣ୍ଡରେ ଏକ ବିନାଇନ ଟ୍ୟୁମର/ଅର୍ବୁଦ (benign tumor) ନାମ ପିଟୁଇଟାରି ଆଡେନୋମା (pituitary adenoma) ହେବା ଯୋଗୁ ଗ୍ରୋଥ ହରମୋନ ଅଧିକ କ୍ଷରିତ ହୁଏ । ଏହା ବଂଶାନୁକ୍ରମିକ ରୋଗ ନୁହେଁ । କ୍ୱଚିତ ଦେହର ଅନ୍ୟ ସ୍ଥାନରେ ଅର୍ବୁଦ ହେବା ଯୋଗୁ ଆକ୍ରୋମେଗାଲି ହୁଏ । ରକ୍ତରେ ଇନସୁଲିନ ଲାଇକ ଗ୍ରୋଥ ଫ୍ୟାକ୍ଟର ୧ (insulin-like growth factor I) ମାପ କରି ବା ଗ୍ଲୁକୋଜ (glucose) ପାନୀୟ ଦେବାପରେ ଗ୍ରୋଥ ହରମୋନ ମାତ୍ରା ମାପ କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିର୍ଣ୍ଣୟ କରିବା ପରେ ପିଟୁଇଟାରିର ମେଡିକାଲ ଇମେଜିଙ୍ଗ କରି ଆଡେନୋମା ଅଛି କି ନାହିଁ, ଅନୁଶୀଳନ କରାଯାଏ । ପିଲା ଦିନେ ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଜାଇଜାଣ୍ଟିଜ୍ମ (gigantism) ରୋଗ ହୁଏ ।[1]
ଆକ୍ରୋମେଗାଲିରେ ତିନି ପ୍ରକାର ଚିକିତ୍ସା କରାଯାଏ: ଅପରେଶନ କରି ଅର୍ବୁଦକୁ ବାହାର କରିଦିଆଯାଏ, ଔଷଧ ଓ ରାଡିଏସନ ଥେରାପି (radiation therapy) ଦିଆଯାଏ । ଅର୍ବୁଦଟି ଛୋଟ ଥିଲେ ଅପରେଶନ ସବୁଠାରୁ ପ୍ରଭାବଶାଳୀ ଓ ପସନ୍ଦଯୋଗ୍ୟ ଚିକିତ୍ସା । ଅପରେଶନ ପ୍ରଭାବଶାଳୀ ନ ହେଲେ ସୋମାଟୋସ୍ଟାଟିନ ଆନାଲଗ (somatostatin analogue) ବା ଜିଏଚ ରିସେପ୍ଟର ଆଣ୍ଟାଗୋନିସ୍ଟ (GH receptor antagonist) ଔଷଧ ଦେଇ ଚିକିତ୍ସା କରାଯାଏ । ପ୍ରଭାବ ନିମନ୍ତେ ଅପରେଶନ ଓ ଔଷଧ ଅପେକ୍ଷା ରାଡିଏସନ ଅଧିକ ସମୟ ନିଏ ।[1] ଚିକିତ୍ସା ନ ପାଇଲେ ହାରାହାରି ୧୦ ବର୍ଷ ବଞ୍ଚିବା ସମୟ ରହେ, ଉପଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜୀବନ ଯାତ୍ରା ସମ୍ଭବ ହୁଏ ।[2]
ପ୍ରତି ଏକ ଲକ୍ଷ ଲୋକରେ ୬ଜଣକୁ ଏହି ରୋଗ ହୁଏ । ମଧ୍ୟ ବୟସରେ ସାଧାରଣତଃ ଏହି ରୋଗ ନିର୍ଣ୍ଣୟ ହୁଏ ।[1] ଉଭୟ ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[3] ପ୍ରଥମେ ନିକୋଲାସ ସସେରୋଟ ଏହି ରୋଗ ବିଷୟ ସନ ୧୭୭୨ରେ ବର୍ଣ୍ଣନା କରିଥିଲେ ।[4][5] ଆକ୍ରୋମେଗାଲି ଶବ୍ଦଟି Greek ଶବ୍ଦରୁ ଆସିଛି; ἄκρον akron ଅର୍ଥ ହାତପାଦ ଓ μέγα megaର ଅର୍ଥ ବିରାଟ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.