From Wikipedia, the free encyclopedia
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ଦକ୍ଷ କନ୍ୟା ସ୍ୱାହା ଓ ସ୍ୱଧା ଏହାଙ୍କର ଦୁଇ ଭାର୍ଯ୍ୟା ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ଏହାଙ୍କ ବାହନ ଛାଗ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ ଅଗ୍ନିଙ୍କର ସପ୍ତଜିହ୍ୱା (କରାଳୀ, ଧୂମିନୀ, ଶ୍ୱେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଛି
ଅଗ୍ନିଦେବଙ୍କ ଔରସରେ ସ୍ୱାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ୱାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକମାନେ ଗୃହରେ ରକ୍ଷା କରନ୍ତି
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.