ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା[1] ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । [2]
=end
Quick Facts ଦ୍ୱିତୀୟ ବିଶ୍ୱଯୁଦ୍ଧ, ତିଥି ...
ଦ୍ୱିତୀୟ ବିଶ୍ୱଯୁଦ୍ଧ
|
ଉପର ବାଁ ପଟୁ ଦକ୍ଷିଣାବର୍ତ୍ତ ଭାବେ: ୱାଞ୍ଜ୍ୟାଲାଂ ଲଢେଇରେ ଚୀନୀ ବଳ, ଏଲ ଆଲାମେନର ପ୍ରଥମ ଲଢେଇରେ ଅଷ୍ଟ୍ରେଲୀୟ ୨୫-ପାଉଣ୍ଡର ବନ୍ଧୁକ, ଜର୍ମାନ୍ ସ୍ତୁକା dive bombers on the Eastern Front in December 1943, a U.S. naval force in the Lingayen Gulf, Wilhelm Keitel signing the German Instrument of Surrender, Soviet troops in the Battle of Stalingrad
|
ତିଥି |
୧ ସେପ୍ଟେମ୍ବର ୧୯୩୯ - ୨ ସେପ୍ଟେମ୍ବର ୧୯୪୫ (୬ ବର୍ଷ ୧ ଦିନ)
|
ସ୍ଥାନ |
ଇଉରୋପ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଦକ୍ଷିଣ-ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ, ଭୂମଧ୍ୟସାଗର, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା (ଆଫ୍ରିକାର ଶିଙ୍ଗ), (ଅଳ୍ପ କାଳ ପାଇଁ) ଉତ୍ତର ଓ ଦକ୍ଷିଣ ଆମେରିକା
|
Result |
ମିତ୍ରଶକ୍ତିଙ୍କ ବିଜୟ
- ନାଜି ଜର୍ମାନୀର ପତନ
- ଜାପାନୀ ଓ ଇଟାଲୀୟ ସାମ୍ରାଜ୍ୟର ପତନ
- ଜାତିସଙ୍ଘର ସୃଷ୍ଟି
- ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷିଆର ବୃହତ୍ ଶକ୍ତି ରୂପେ ଅଭ୍ୟୁଦୟ
- ଶୀତଳ ଯୁଦ୍ଧର ପ୍ରାରମ୍ଭ
|
|
ପକ୍ଷ |
ମିତ୍ରଶକ୍ତି
| କେନ୍ଦ୍ରଶକ୍ତି
|
Commanders and leaders |
ପ୍ରମୁଖ ମିତ୍ରଶକ୍ତି ନେତା
ଜୋସେଫ ଷ୍ଟାଲିନ
ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ
ୱିନଷ୍ଟନ ଚର୍ଚ୍ଚିଲ ଛାଞ୍ଚ:Country data Republic of China (1912–1949) ଚିଆଙ୍ଗ କାଇ-ଶେକ
| ପ୍ରମୁଖ କେନ୍ଦ୍ରଶକ୍ତି ନେତା
ଆଡ଼ୋଲ୍ଫ ହିଟଲର
ହିରୋହିତୋ
ବେନିତୋ ମୁସୋଲିନୀ
|
କ୍ଷୟକ୍ଷତି |
ସାମରିକ ମୃତ୍ୟୁ: ୧୬,୦୦୦,୦୦୦ରୁ ଊର୍ଦ୍ଧ୍ୱ ନାଗରିକ ମୃତ୍ୟୁ: ୪୫,୦୦୦,୦୦୦ରୁ ଊର୍ଦ୍ଧ୍ୱ ମୋଟ ମୃତ୍ୟୁ: ୬୧,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫) ...ଅଧିକ ତଥ୍ୟ
| ସାମରିକ ମୃତ୍ୟୁ: ୮,୦୦୦,୦୦୦ରୁ ଊର୍ଦ୍ଧ୍ୱ ନାଗରିକ ମୃତ୍ୟୁ: ୪,୦୦୦,୦୦୦ରୁ ଊର୍ଦ୍ଧ୍ୱ ମୋଟ ମୃତ୍ୟୁ: ୧୨,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫) ...ଅଧିକ ତଥ୍ୟ
|
Close