ଏହି ମୂତ୍ରାଶୟରୁ ମୂତ୍ର ପଶ୍ଚାତ ଗତି କରି ଗୋଟିଏ ବା ଉଭୟ ୟୁରେଟର ପଥ ଦେଇ ବୃକ୍କୁ ଯାଏ । From Wikipedia, the free encyclopedia
ମୂତ୍ରାଶୟୟୁରେଟେରାଲ ପଶ୍ଚାତ୍ଗତି ବା ଭେସିକୋରେଟେରାଲ୍ ରିଫ୍ଲକ୍ସ ( VUR ) ହେଉଛି ଏକ ଅବସ୍ଥା ଯେଉଁଥିରେ ମୂତ୍ରାଶୟରୁ ମୂତ୍ର ପଶ୍ଚାତ ଗତି କରି ଗୋଟିଏ ବା ଉଭୟ ୟୁରେଟର ପଥ ଦେଇ ବୃକ୍କୁ ଯାଏ । [1] କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ମୂତ୍ରାଙ୍ଗ ସଂକ୍ରମଣ (UTI) ହୋଇପାରେ | [1] ରୋଗ ଜଟିଳ ହେଲେ ବୃକ୍କ ସମସ୍ୟା ଦେଖାଯାଏ ଓ ବିଛଣାରେ ମୂତ୍ର ତ୍ୟାଗ ହୋଇଯାଏ । [1]
Vesicoureteral reflux | |
---|---|
Vesicoureteric reflux | |
ବିଭାଗ | Urology |
ଲକ୍ଷଣ | None, urinary tract infections[1] |
କାରଣ | Abnormal urethral valve, bladder outlet obstruction, neurogenic bladder[1] |
ବିପଦ କାରକ | Family history[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound, voiding cystourethrogram[1] |
ଚିକିତ୍ସା | Close follow-up, antibiotics, surgery[1][2] |
ପୁନଃପୌନିକ | 1% of people[2] |
ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହିଥାଏ । [1] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ୟୁରେଟର ଓ ମୂତ୍ରାଶୟ ମଧ୍ୟରେ ଥିବା ଭଲ୍ଭ ସଠିକ ଭାବରେ ବନ୍ଦ ହେଉନଥିଲେ ଏହି ଅବସ୍ଥା ଉପୁଜେ । [1] ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରାଶୟର ନିଷ୍କାସନ ଅବରୋଧ ବା ସ୍ନାଯୁଜନିତ ମୂତ୍ରାଶୟ ଯୋଗୁ ହୋଇପାରେ | [1] ଅଲଟ୍ରାସାଉଣ୍ଡ କିମ୍ବା ଭଏଡିଂ ସିଷ୍ଟିୟୁରେଥ୍ରୋଗ୍ରାମ ସାହାଯ୍ୟରେ କରାଯାଇପାରେ | [1]
ଶିଶୁର ବୃଦ୍ଧି ହେବା ସଙ୍ଗେସଙ୍ଗେ ଏହି ରୋଗର ସମାଧାନ ହୋଇପାରିଲେ ମଧ୍ୟ ସୁଚାରୁ ଅନୁସରଣ ଏବଂ ୟୁଟିଆଇ ଗୁଡ଼ିକର ଶୀଘ୍ର ଚିକିତ୍ସା ସୁପାରିଶ କରାଯାଇପାରେ | [1] [2] ସଂକ୍ରମଣ ରୋକିବାକୁ ଦୀର୍ଘମିଆଦି ଆଣ୍ଟିବାୟୋଟିକର ବ୍ୟବହାର କରାଯାଇପାରେ। [2] ଗମ୍ଭୀର ରୋଗରେ କିମ୍ବା କେତେକ କାରଣରୁ ଅସ୍ତ୍ରୋପଚାର କିମ୍ବା ସ୍ଥୁଳକାରୀ ଏଜେଣ୍ଟମାନ ବ୍ୟବହାର କରାଯାଇପାରେ ।[1] [2]
ଏହି ରୋଗ ପ୍ରାୟ ୧% ଲୋକଙ୍କୁ ପ୍ରଭାବିତ କରେ ବୋଲି ଆକଳନ କରାଯାଇଛି | [2] ଏହି ଗୋଷ୍ଠୀର ପ୍ରାୟ ଏକ ତୃତୀୟାଂଶକୁ ପିଲାମାନଙ୍କଠାରେ ରୋଗ ସହିତ ଜ୍ୱର ଥାଏ | [1] ବଡ଼ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଆନ୍ତି । [1] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରଭାବିତ ହୁଅନ୍ତି | [1] ପ୍ରଥମ ଶତାବ୍ଦୀରୁ ଏହି ରୋଗର ବର୍ଣ୍ଣନା କରାଯାଇଛି | [3] ସଫଳ ଅସ୍ତ୍ରୋପଚାର ପ୍ରଥମେ ୧୯୫୨ ମସିହାରେ କରାଯାଇଥିଲା ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.