ଟ୍ରିକୋଟିଲୋମାନିଆ (ଇଂରାଜୀ ଭାଷାରେ Trichotillomania ବା TTM ବା କେଶଟଣା ରୋଗ/hair pulling disorder) ଏକ ପ୍ରକାର ଆବେଗ ନିୟନ୍ତ୍ରଣ ବେମାରୀ (impulse control disorder) ଯେଉଁଥିରେ ନିଜେ ନିଜର କେଶ ଟାଣିବାକୁ (pulling out) ଆଗ୍ରହ ଜନ୍ମେ ।[2] ଏହାର ମାତ୍ରା ଅଧକ ହୋଇ ରୋଗୀର ମୁଣ୍ଡ ନଣ୍ଡା ( hair loss) ହୋଇଯାଏ ।[2] ଏହି କେଶ ଟଣା ପ୍ରବୃତ୍ତିକୁ ରୋକିହୁଏନି । କେବଳ କେଶ ନ ହୋଇ ଯେ କୌଣସି ସ୍ଥାନରେ ରୁମ ଟାଣନ୍ତି କିନ୍ତୁ ମୁଖ୍ୟତଃ ମୁଣ୍ଡ ଓ ଆଖି ଚାରିପାଖର ବାଳ ଅଧିକ ଟାଣନ୍ତି । ଏହା ଫଳରେ କ୍ଳେଶ ଜାତ ହୁଏ ।[1]

Quick Facts ଟ୍ରିକୋଟିଲୋମାନିଆ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଟ୍ରିକୋଟିଲୋମାନିଆ
ଇଂରାଜୀ ପ୍ରତିଶବ୍ଦ - trichotillosis, hair pulling disorder[1]
Thumb
ଟ୍ରିକୋଟିଲୋମାନିଆ ରୋଗୀର ଅସମ୍ପୁର୍ଣ୍ଣ କେଶ ହାନୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌtrɪkəˌtɪləˈmniə/ TRIK-Ə-TIL-Ə-MAY-NEE
ସ୍ପେଶାଲିଟିଚର୍ମରୋଗ ବିଜ୍ଞାନ (en:Dermatology), ମାନସିକ ରୋଗ ବିଜ୍ଞାନ psychiatry
ଆଇସିଡ଼ି-୧୦F63.3
ଆଇସିଡ଼ି-୯-ସିଏମ୍312.39
ଓଏମ୍‌ଆଇଏମ୍613229
ରୋଗ ଡାଟାବେସ29681
ମେଡ଼ିସିନ-ପ୍ଲସ001517
ଇ-ମେଡ଼ିସିନderm/433 ped/2298
MeSHD014256
Close

ଟ୍ରିକୋଟିଲୋମାନିଆ ବେମାରୀ ବଂଶାନୁକ୍ରମିକ ହୋଇପାରେ । ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ଥିବା ରୋଗୀମାନଙ୍କର ଏହି ସମସ୍ୟା ଅଧିକ ଥିବାର ଦେଖାଯାଏ । ଉତ୍ତେଜନା ବା ଉତ୍କଣ୍ଠା (anxiety) ଅଧିକ ହେଲେ ଏହି ରୋଗ ଟ୍ରଗର ହୋଇଯାଏ । ରୋଗୀ ନିଜ ବାଳ ଟାଣୁଥିବା ସ୍ୱୀକାର କରନ୍ତି । ପରୀକ୍ଷାରେ ଛିଣ୍ଡା ବାଳ ଥିବା ଦେଖାଯାଏ । ଅନ୍ୟ ଏକ ବେମାରୀ ବଡି ଡିସମର୍ଫିକ ଡିଜଅର୍ଡ଼ର (body dysmorphic disorder) ରୋଗରେ ରୋଗୀ ନିଜେ ବାଳ ଟାଣନ୍ତି କିନ୍ତୁ ନିଜର ଚେହେରାରେ ସମସ୍ୟା ଥିବା ଭାବି ତାକୁ ଅଧିକ ସୁନ୍ଦର କରିବାକୁ ଟାଣନ୍ତି ।[1]

ଏହି ରୋଗରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଚିକିତ୍ସା କରାଯାଏ । କ୍ଲୋମିପ୍ରାମିନ ଔଷଧ ସାହାଯ୍ୟକାରୀ ହୋଇପାରେ ।[3] ଜନସଂଖ୍ୟାର ୧-୪% ଲୋକ ଏ ରୋଗଦ୍ୱାରା ଆକ୍ରାନ୍ତ ହେବା ହିସାବରୁ ଜଣାଯାଏ ।[3][2] ଟ୍ରିକୋଟିଲୋମାନିଆ ସାଧାରଣତଃ ପିଲାଦିନେ ଆରମ୍ଭ ହୁଏ ।[2] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[1] ଟ୍ରିକୋଟିଲୋମାନିଆ ଶବ୍ଦ ସନ ୧୮୮୯ରେ ଫ୍ରଙ୍କଏସ ହେନରି ହାଲୋପୋ (François Henri Hallopeau) ସୃଷ୍ଟି କରିଥିଲେ, ପୁରାତନ ଗ୍ରୀକ ଭାଷାର ଶବ୍ଦତ୍ରୟ (θρίξ/τριχ- thrixର ଅର୍ଥ ବାଳ, τίλλειν tílleinର ଅର୍ଥ ଟାଣିବା, ଓ μανία maniaର ଅର୍ଥ ପାଗଳାମି) ମିଶି ଏହି ଶବ୍ଦ ତିଆରି ହୋଇଛି ।[4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.