![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/d3/Terbinafine.svg/langor-640px-Terbinafine.svg.png&w=640&q=50)
ଟରବିନାଫାଇନ
From Wikipedia, the free encyclopedia
ଟରବିନାଫାଇନ (ଇଂରାଜୀ ଭାଷାରେ Terbinafine, ବିକ୍ରୟ ନାମ ଲାମିସିଲ।/Lamisil) ଏକ କବକରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା ଯାଦୁ (ringworm), ପିଟିରିଆସିସ ଭର୍ସିକଲର (pityriasis versicolor) ଓ ଓନିକୋମାଇକୋସିସ (ନଖର କବକ ସଂକ୍ରମଣ) ରୋଗମାନଙ୍କରେ ଚିକିତ୍ସାରେ ବ୍ୟବହାର କରାଯାଏ ।[1][2] ଏହି ଔଷଧ ପାଟିରେ ଦିଆଯାଏ, ଚର୍ମରେ କ୍ରିମ ବା ମଲମ ଆକାରରେ ଲଗାଯାଏ । [1][3] ନଖର ସଂକ୍ରମଣରେ କ୍ରିମ ଓ ମଲମ କାମ କରେନାହିଁ ।[4]
![]() | |
![]() | |
Clinical data | |
---|---|
Trade names | Lamisil, Terboderm, others |
AHFS/Drugs.com | monograph |
MedlinePlus | a699061 |
Pregnancy category |
|
Routes of administration | by mouth and topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Readily absorbed: 70–90% |
Protein binding | >99% |
Metabolism | liver |
Elimination half-life | Highly variable |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.119.605 ![]() |
Chemical and physical data | |
Formula | C21H25N |
Molar mass | 291.43 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ଟରବିନାଫାଇନ ପାଟିରେ ଦେଲେ ଅଇ, ତରଳ ଝାଡ଼ା, ମୁଣ୍ଡବଥା, କାଶ, ରାସ ଓ ଯକୃତ ଏଞ୍ଜାଇମ ବୃଦ୍ଧି ([[::en:elevated liver enzymes|:en:elevated liver enzymes]]) ହେବା ଭଳି ପାର୍ଶ୍ୱ ପ୍ରତିକ୍ରିୟାମାନ ଦେଖାଯାଏ ।[1] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟାମାନ (allergic reactions) ଦେଖାଯାଏ ।[1] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ ।[1] କ୍ରିମ ଓ ମଲମ ଲଗେଇଲେ ଗଲୁ ହୋଇପାରେ । [2] ଟରବିନାଫାଇନ ଏକ ଆଲିଲାମାଇନ (allylamines) ଶ୍ରେଣୀର ଔଷଧ ।[1] କବକର ସ୍ଟିରଲ (sterols) ତିଆରି କରିବା ଶକ୍ତିକୁ ଏହି ଔଷଧ କମେଇ ଦେଇ କାର୍ଯ୍ୟକାରୀ ହୁଏ । [1]
ସନ ୧୯୯୧ରେ ଟରବିନାଫାଇନ ଆବିଷ୍କୃତ ହୋଇଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦ ଗ୍ରାମ ଟ୍ୟୁବର କ୍ରୟ ମୂଲ୍ୟ ୨.୨୦ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ଔଷଧ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଏହା ବିନା ପ୍ରେସକ୍ରିପସନ୍ରେ (over the counter) ମିଳେ ।[4]