ଟାମୋକ୍ସିଫେନ (ଟିଏମଏକ୍ସ), ଯାହାର ଏକ ବିକ୍ରୟ ନାମ ନୋଲଭାଡେକ୍ସ, ଏକ ଔଷଧ ଯାହା ମହିଳାଙ୍କର ସ୍ତନ କର୍କଟର ପ୍ରତିଷେଧକ ଓ ଉଭୟ ମହିଳା ଓ ପୁରୁଷଙ୍କର ସ୍ତନ କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[3] ଅନ୍ୟାନ୍ୟ କର୍କଟ ରୋଗରେ ଏହାର ବ୍ୟବ‌ହାର ନିମନ୍ତେ ଅନୁଶୀଳନ ଚାଲିଛି । [3] ଆଲବ୍ରାଇଟ ସିଣ୍ଡ୍ରୋମରେ ଏହା ବ୍ୟବ‌ହାର କରାଯାଇଛି । ସ୍ତନ କର୍କଟ ରୋଗରେ ଟାମୋକ୍ସିଫେନ ପ୍ରତ୍ୟହ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ଖାଇବାକୁ ଦିଆଯାଏ । [4]

Quick Facts Clinical data, Trade names ...
ଟାମୋକ୍ସିଫେନ
Thumb
Thumb
Clinical data
Trade namesNolvadex, Genox, Tamifen, others[1]
AHFS/Drugs.commonograph
MedlinePlusa682414
Pregnancy
category
  • AU: B3
  • US: D (Evidence of risk)
    Routes of
    administration
    Oral
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    Pharmacokinetic data
    Protein binding99%
    MetabolismHepatic (CYP3A4, 2C9 and 2D6)
    Elimination half-life5-7 days[2]
    ExcretionFaeces (65%), urine (9%)
    Identifiers
    IUPAC name
    • (Z)-2-[4-(1,2-diphenylbut-1-enyl)phenoxy]-N,N-dimethylethanamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.031.004 Edit this at Wikidata
    Chemical and physical data
    FormulaC26H29NO
    Molar mass371.515 g/mol
    563.638 g/mol (citrate salt)
    3D model (JSmol)
    SMILES
    • O(c1ccc(cc1)/C(c2ccccc2)=C(\c3ccccc3)CC)CCN(C)C
    InChI
    • InChI=1S/C26H29NO/c1-4-25(21-11-7-5-8-12-21)26(22-13-9-6-10-14-22)23-15-17-24(18-16-23)28-20-19-27(2)3/h5-18H,4,19-20H2,1-3H3/b26-25- checkY
    • Key:NKANXQFJJICGDU-QPLCGJKRSA-N checkY
      (verify)
    Close

    ଜରାୟୁ କର୍କଟ, ସଂଘାତ (stroke), ଦୃଷ୍ଟି ସମସ୍ୟା ଓ ଫୁସଫୁସ ଏମ୍ବୋଲିଜ୍ମ ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଦେଖାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ଋତୁସ୍ରାବ, ଓଜନ ହ୍ରାସ ଓ ଉଷ୍ମାନୁଭୂତି ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ଶିଶୁର ହାନୀ ହୁଏ ।[4] ଏହା ଏକ ବରଣାତ୍ମକ ଏସ୍ଟ୍ରୋଜେନ-ରିସେପ୍ଟର ମୋଡ୍ୟୁଲେଟର ଯାହା ସ୍ତନ କୋଷ ବୃଦ୍ଧିର କାରକ ବା ଫ୍ୟାକ୍ଟରମାନଙ୍କୁ କମେଇଦିଏ ଓ କୋଷବୃଦ୍ଧି କମ କରୁଥିବା କାରକମାନଙ୍କୁ ବଢ଼େଇଦିଏ । [4][5] ଏହା ଟ୍ରାଇଫିନାଇଲଏଥିଲିନ ଦଳର ଔଷଧ । [6]

    ସନ ୧୯୬୭ରେ ଟାମୋକ୍ସିଫେନ ଆବିଷ୍କୃତ ହେଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [4]ଏହାର ଦୈନିକ ହୋଲସେଲ ଖର୍ଚ୍ଚ ପ୍ରାୟ ୦.୦୭ରୁ ୦.୨୩ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୨ ଡଲାର । [4]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.