ସିଲଡେନାଫିଲ (ଇଂରାଜୀ ଭାଷାରେ Sildenafil, ବିକ୍ରୟ ନାମ ଭାଇଏଗ୍ରା/ Viagra) ଏକ ଔଷଧର (medication) ନାମ ଯାହା ଲିଙ୍ଗ ଉତ୍ଥାନ (erectile dysfunction) ସମସ୍ୟା ଓ ପଲମୋନାରି ହାଇପରଟେନସନ (pulmonary arterial hypertension) ଚିକିତ୍ସା ନିମନ୍ତେ ଦିଆଯାଏ । [3] ମହିଳାମାନଙ୍କର ଯୌନ ସମସ୍ୟା ନିମନ୍ତେ ପ୍ରଭାବଶୀଳ କି ନୁହେଁ, ସେ ବିଷୟ ସ୍ପଷ୍ଟ ହୋଇନାହିଁ ।[3] ଏହା ପାଟିରେ (by mouth) ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[3] ପ୍ରାୟ ୨୦ ମିନିଟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୁଏ ଓ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ । [3]

Quick Facts Clinical data, Pronunciation ...
ସିଲଡେନାଫିଲ
Thumb
Thumb
Clinical data
Pronunciation/sɪlˈdɛnəfɪl/ sil-DEN-ə-fil
Trade namesViagra, Revatio, others
AHFS/Drugs.commonograph
MedlinePlusa699015
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth (tablets), IV
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: Pharmacy medicines
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability41% (mean)[1]
    Protein binding~96%
    MetabolismLiver: CYP3A4 (major route), CYP2C9 (minor route)
    MetabolitesN-desmethylsildenafil (~50% potency for PDE5)
    Elimination half-life3–4 hours
    ExcretionFeces (~80%), urine (~13%)[2]
    Identifiers
    IUPAC name
    • 5-{2-Ethoxy-5-[(4-methylpiperazin-1-yl)sulfonyl]phenyl}-1-methyl-3-propyl-1,6-dihydro-7H-pyrazolo[4,3-d]pyrimidin-7-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.122.676 Edit this at Wikidata
    Chemical and physical data
    FormulaC22H30N6O4S
    Molar mass474.5764 g/mol
    3D model (JSmol)
    SMILES
    • CCCC1=NN(C2=C1N=C(NC2=O)C3=C(C=CC(=C3)S(=O)(=O)N4CCN(CC4)C)OCC)C
    InChI
    • InChI=1S/C22H30N6O4S/c1-5-7-17-19-20(27(4)25-17)22(29)24-21(23-19)16-14-15(8-9-18(16)32-6-2)33(30,31)28-12-10-26(3)11-13-28/h8-9,14H,5-7,10-13H2,1-4H3,(H,23,24,29) ☒N
    • Key:BNRNXUUZRGQAQC-UHFFFAOYSA-N ☒N
     ☒NcheckY (what is this?)  (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଛାତିଜ୍ୱାଳା (heartburn) ଓ ଚର୍ମ ଲାଲ ଦେଖାଯାଏ ।[3] ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ଥିଲେ (cardiovascular disease) ସାବଧାନତା ସ‌ହିତ ଏହା ଦିଆଯାଏ ।[3] କ୍ୱଚିତ ଦୀର୍ଘକାଳୀନ ଲିଙ୍ଗ ଉତ୍ଥାନ (prolonged erection) ରହିପାରେ ଯାହା ଲିଙ୍ଗକୁ ନଷ୍ଟ କରିଦେଇପାରେ ।[3] ନାଇଟ୍ରୋଗ୍ଲିସେରିନ (nitroglycerin/ glycerin trinitrate) ଭଳି ନାଇଟ୍ରେଟ (nitrate) ସ‌ହିତ ସିଲଡେନାଫିଲ ଦେଲେ ରକ୍ତଚାପ (blood pressure) ସାଂଘାତିକ ଭାବରେ କମିଯାଉଥିବାରୁ ଏହା ଦିଆଯାଏନାହିଁ ।[3]

    ସିଜିଏମ‌ପି-ସ୍ପେସିଫିକ ଫସଫୋଡାଇଇସ୍ଟରେଜ ଟାଇପ ୫ (phosphodiesterase 5/ PDE5), ଏକ ଇଞ୍ଜାଇମ (enzyme) ଯାହା ସାଇକ୍ଲିକ ଗୁଆନୋସିନ ମୋନୋଫସଫେଟ (cGMP) ଭାଙ୍ଗି ଲିଙ୍ଗର (penis) ରକ୍ତସରାବରାହକୁ ନିୟନ୍ତ୍ରଣ କରେ ତାହାକୁ ସିଲଡେନାଫିଲ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[3] ଏହା କର୍ଯ୍ୟକ୍ଷମ ହେବା ନିମନ୍ତେ ଯୌନ ଉତ୍ତେଜନା (sexual arousal) ରହିବା ଆବଶ୍ୟକ ।[3] ଫୁସଫୁସର ଧମନୀଗୁଡ଼ିକ ମଧ୍ୟ ସ୍ଫୀତ ହୋଇଯାଏ । [3]

    ସନ ୧୯୮୯ରେ ଫାଇଜର (Pfizer) ପ୍ରଥମେ ହୃତ୍‌ପିଣ୍ଡ ସମ୍ପର୍କୀୟ ଯନ୍ତ୍ରଣା ବା ଆଞ୍ଜାଇନା (heart related chest pain) ଉପଶମ ନିମନ୍ତେ ସିଲଡେନାଫିଲ ଆବିଷ୍କର କରିଥିଲା । [4] ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହା ସ୍ୱୀକୃତ ହୋଇଥିଲା ।[3][4] ସନ ୧୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ ନିୟୁତ ସିଲଡେନାଫିଲ ପ୍ରେସକ୍ରିପସନ ଲେଖାଯାଇଥିଲା ।[5] ସନ ୨୦୧୭ରେ ଏହା ଜେନେରିକ ଔଷଧ (generic medication) ଭାବରେ ମିଳିଲା ।[6] ସଂଯୁକ୍ତ ରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ (over the counter) ମିଳେ ।[7] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୧ ଡଲାରରୁ କମ୍ ଥିଲା ।[8]

    ଆଧାର

    ବାହ୍ୟ ଲିଙ୍କ

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.