ଟିଙ୍କ ପରିବାହିତ ମାନବ ରୋଗ From Wikipedia, the free encyclopedia
ରକି ମାଉଣ୍ଟେନ ସ୍ପଟେଡ ଫିଭର (ଇଂରାଜୀ ଭାଷାରେ Rocky Mountain spotted fever/ RMSF) ଏକ ପ୍ରକାର ଜୀବାଣୁ ରୋଗ ଯାହା ଟିଙ୍କଦ୍ୱାରା (ticks) ପରିବାହିତ ହୋଇଥାଏ ।[୮] ରୋଗ ଆରମ୍ଭରୁ ଜର, ମୁଣ୍ଡ ବିନ୍ଧା ହୁଏ ଓ ପରେ ରାସ୍ Rash ଆରମ୍ଭ ହୋଇଯାଏ ।[୩] ରାସ୍ ସାଧାରଣତଃ ଛୋଟ ଛୋଟ ରକ୍ତସ୍ରାବ ଦାଗ ଭଳି ପେଟେକିଆଲ (made up of small spots of bleeding) ହୋଇଥାଏ ଓ ଏହା କଚଟି ଓ ବଳା ଗଣ୍ଠିରରୁ ଆରମ୍ଭ ହୁଏ ।[୯] ମାଂସପେଶୀ ଯନ୍ତ୍ରଣା ଓ ବାନ୍ତି ମଧ୍ୟ ହୋଇପାରେ ।[୩] ଉପଶମ ପରେ ମଧ୍ୟ ଶ୍ରବଣ ହାନୀ (Hearing loss) ଆଂଶିକ ଅଙ୍ଗ ହାନୀ ଦୀର୍ଘକାଳୀନ ଭିତ୍ତିରେ ହୋଇପାରେ ।[୩]
ରକି ମାଉଣ୍ଟେନ ସ୍ପଟେଡ ଫିଭର | |
---|---|
Blue disease,[୧] Brazilian spotted fever, Tobia fever, new world spotted fever, tick- borne typhus fever, Sao Paulo fever[୨] | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଆରମ୍ଭରୁ: ଜର, ମୁଣ୍ଡ ବିନ୍ଧା[୩] ପରେ: ରାସ୍ Rash[୩] |
ଆକ୍ରାନ୍ତ ସମୟ | ସଂକ୍ରମଣର ୨ରୁ ୪ ଦିନ ମଧ୍ୟରେ[୨] |
ଅବଧି | ୨ ସପ୍ତାହ[୨] |
କାରଣ | ରିକିଟସିଆ ରିକେଟସି (Rickettsia rickettsii), ଟିଙ୍କ (ticks) ଯୋଗୁ ବ୍ୟାପିଥାଏ ।[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [୫] |
ସଠିକ ରୋଗ ନିର୍ଣ୍ଣୟ | ଜିକା ଜ୍ୱର, ଡେଙ୍ଗୁ, ଚିକୁନଗୁନିଆ, ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ (rickettsialpox)[୬] |
ଚିକିତ୍ସା | ଡକ୍ସିସାଇକ୍ଲିନ[୭] |
Prognosis | ୦.୫% ମୃତ୍ୟୁ ସଙ୍କଟ[୬] |
ପୁନଃପୌନିକ | <୫,୦୦୦ ରୋଗୀ ବର୍ଷକୁ (USA)[୬] |
ରକି ମାଉଣ୍ଟେନ ସ୍ପଟେଡ ଫିଭର ଏକ ରୋଗ ଯାହା ରିକିଟସିଆ ରିକେଟସି (Rickettsia rickettsii) ନାମକ ଏକ ଜୀବାଣୁ (bacterium) ଯୋଗୁ ହୁଏ ଓ ଏହା ଆମେରିକାନ ଡଗ ଟିକ (American dog ticks), ରକି ମାଉଣ୍ଟେନ ଉଡ ଟିକ (Rocky Mountain wood ticks) ଓ ବ୍ରାଉନ ଡଗ ଟିକ ଭଳି ଟିଙ୍କମାନଙ୍କଦ୍ୱାରା (brown dog ticks) ମାନବ ଦେହକୁ ସଂକ୍ରମିତ ହୋଇଥାଏ ।[୪] କ୍ୱଚିତ ଏହା ରକ୍ତ ପରିଦାନ (blood transfusion)) ଯୋଗୁ ସଞ୍ଚାରିତ ହୋଇଥାଏ ।[୪] ପ୍ରାଥମିକ ସ୍ତରରେ ଏହାର ରୋଗ ନିର୍ଣ୍ଣୟ ଅତୀବ କଷ୍ଟସାଧ୍ୟ ।[୫] ଅନେକ ଗୁଡ଼ିଏ ପରୀକ୍ଷାଗାର ପରୀକ୍ଷା (laboratory test) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ଲକ୍ଷଣ ଅନୁସାରେ ଚିକିତ୍ସା ଆରମ୍ଭ କରାଯାଏ ।[୫] ଏହି ରୋଗ ସ୍ପଟେଡ ଫିଭର ରିକେଟସିଓସିସ (spotted fever rickettsiosis) ନାମକ ଏକ ରୋଗ ଦଳର ଅନ୍ତର୍ଭୁକ୍ତ ଓ ଏହି ଦଳରେ ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ ମଧ୍ୟ ଅଛନ୍ତି ।[୬]
ଡକ୍ସିସାଇକ୍ଲିନ ଦେଇ ଏହି ରୋଗର ଚିକିତ୍ସା ଆରମ୍ଭ କରାଯାଏ ।[୭] ରୋଗ ଆରମ୍ଭରୁ ଡକ୍ସିସାଇକ୍ଲିନ ଦେଲେ ସବୁ ବୟସରେ ଓ ଗର୍ଭାବସ୍ଥାରେ ମଧ୍ୟ ଭଲ କାମ କରେ ।[୭] ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏନାହିଁ ।[୭] ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୦.୫% ଜଣଙ୍କର ମୃତ୍ୟୁ ହୋଇପାରେ ।[୬] ସନ ୧୯୪୦ରେ ଟେଟ୍ରାସାଇକ୍ଲିନ (tetracycline) ଆବିଷ୍କୃତ ହେବା ପୂର୍ବରୁ ପ୍ରାୟ ୧୦% ରୋଗୀ ମୃତ୍ୟୁ ବରଣ କରୁଥିଲେ ।[୬]
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ଜୁନ ଓ ଜୁଲାଇ ମାସରେ ପ୍ରାୟ ୫,୦୦୦ରୁ କମ ରୋଗୀ ହୁଅନ୍ତି ।[୬] ଯୁକ୍ତରାଷ୍ଟ୍ର ଆମେରିକାର (contiguous United States) ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ଯେପରିକି ପଶ୍ଚିମ କାନାଡ଼ା (Western Canada) ଓ ଆଂଶିକ ଭାବରେ ମଧ୍ୟ ଆମେରିକା ତଥା ଦକ୍ଷିଣ ଆମେରିକାରେ (South America) ମଧ୍ୟ ଏହି ରୋଗ ଦେଖାଯାଏ ।[୯][୨] ରକି ମାଉଣ୍ଟେନ (Rocky Mountains) ବା ପାହାଡ଼ିଆ ସ୍ଥାନମାନଙ୍କରେ ଏହି ରୋଗ ହେଉଥିବାରୁ ସନ ୧୮୦୦ରେ ଏହାର ରକି ମାଉଣ୍ଟେନ ସ୍ପଟେଡ ଫିଭର ନାମକରଣ କରାଯାଇଥିଲା ।[୯]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.