ପ୍ରଭାସ୍ଟାଟିନ (ଇଂରାଜୀ ଭାଷାରେ Pravastatin, ଏକ ବିକ୍ରୟ ନାମ ପ୍ରାଭେକଲ/ Pravachol) ଏକ ସ୍ଟାଟିନ (statin) ଔଷଧ ଯାହା ଉଚ୍ଚ ସଙ୍କଟାପନ୍ନ ହୃଦରକ୍ତନାଳୀ ରୋଗର ପ୍ରତିଷେଧ ଓ ଡିସଲିପିଡେମିଆ (abnormal lipids) ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[2] ଏହି ଔଷଧ ସ‌ହିତ ଖାଦ୍ୟ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ କରିବା ଆବଶ୍ୟକ ହୁଏ । [2] ଏହା ପାଟିରେ ଦିଆଯାଏ ।[2]

Quick Facts Clinical data, Trade names ...
ପ୍ରଭାସ୍ଟାଟିନ
Thumb
Clinical data
Trade namesPravachol, Selektine, other
AHFS/Drugs.commonograph
MedlinePlusa692025
Pregnancy
category
  • AU: D
  • US: X (Contraindicated)
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability18%[1]
    Protein binding50%[1]
    MetabolismLiver (minimal)[1]
    Elimination half-life1-3 hours[1]
    Identifiers
    IUPAC name
    • (3R,5R)-3,5-dihydroxy-7-((1R,2S,6S,8R,8aR)-6-hydroxy-2-methyl-8-{[(2S)-2-methylbutanoyl]oxy}-1,2,6,7,8,8a-hexahydronaphthalen-1-yl)-heptanoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    ChEBI
    ChEMBL
    ECHA InfoCard100.216.225 Edit this at Wikidata
    Chemical and physical data
    FormulaC23H36O7
    Molar mass424.528 g/mol
    3D model (JSmol)
    SMILES
    • O=C(O)C[C@H](O)C[C@H](O)CC[C@H]2[C@H](/C=C\C1=C\[C@@H](O)C[C@H](OC(=O)[C@@H](C)CC)[C@@H]12)C
    InChI
    • InChI=1S/C23H36O7/c1-4-13(2)23(29)30-20-11-17(25)9-15-6-5-14(3)19(22(15)20)8-7-16(24)10-18(26)12-21(27)28/h5-6,9,13-14,16-20,22,24-26H,4,7-8,10-12H2,1-3H3,(H,27,28)/t13-,14-,16+,17+,18+,19-,20-,22-/m0/s1 checkY
    • Key:TUZYXOIXSAXUGO-PZAWKZKUSA-N checkY
     ☒NcheckY (what is this?)  (verify)
    Close

    ପ୍ରଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ଅଇ, ମୁଣ୍ଡ ବିନ୍ଧା ଓ ପେଶୀ ଯନ୍ତ୍ରଣା ହୋଇପାରେ ।[2] ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟା ଓ ମଧୁମେହ ହୋଇପାରେ ।[2] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । [2] ଅନ୍ୟ ସ୍ଟାଟିନ ଔଷଧ ଭଳି ଏହା ଯକୃତରେ ଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜ (HMG-CoA reductase)କୁ ଅବରୋଧ କରିଦିଏ ଯାହା କୋଲେଷ୍ଟ୍ରଲ୍‌ ପ୍ରସ୍ତୁତିରେ ଭୂମିକା ନିର୍ବାହ କରେ ।[2]

    ପ୍ରଭାସ୍ଟାଟିନ ସନ ୧୯୮୦ରେ ପେଟେଣ୍ଟ ହେବା ପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[3] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ଡୋଜର ମୂଲ୍ୟ ୦.୨୦ ଡଲାର ଥିଲା ।[4] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହା ନିମନ୍ତେ ଏକ ଡୋଜ ପାଇଁ ପ୍ରାୟ ୧ ପାଉଣ୍ଡ ଖର୍ଚ୍ଚ କରେ ।[5] ସନ ୨୦୧୬ରେ ୨୪ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୭ତମ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ଥିଲା । [6]

    ଆଧାର

    ବାହ୍ୟ ଲିଙ୍କ

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.