![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/ef/Pluto_in_True_Color_-_High-Res.jpg/640px-Pluto_in_True_Color_-_High-Res.jpg&w=640&q=50)
ପ୍ଲୁଟୋ
From Wikipedia, the free encyclopedia
ପ୍ଲୁଟୋ (ପ୍ରତୀକ:
[1] ଏବଂ
[2]) ସୌରଜଗତର ଏକ ଅଂଶବିଶେଷ ।
'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ ।[3]
![Thumb image](http://upload.wikimedia.org/wikipedia/commons/thumb/e/ef/Pluto_in_True_Color_-_High-Res.jpg/640px-Pluto_in_True_Color_-_High-Res.jpg)
୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା ।