ପେଟେକିଆ
ପେଟେକିଆ ଏକ ପ୍ରକାର ଲାଲ କିମ୍ବା ବାଇଗଣୀ ରଙ୍ଗର ଦାଗ ଯାହାର ଆକାର ୨ମିମିରୁ କମ୍ ଥାଏ ଓ ଏହା ଚର୍ମରେ ଥିବା ଭଙ୍ଗା / From Wikipedia, the free encyclopedia
ପେଟେକିଆ (ଇଂରାଜୀ ଭାଷାରେ petechiae) ଏକ ପ୍ରକାର ଲାଲ କିମ୍ବା ବାଇଗଣୀ ରଙ୍ଗର ଦାଗ ଯାହାର ଆକାର ୨ମିମିରୁ କମ୍ ଥାଏ ଓ ଏହା ଚର୍ମରେ ଥିବା ଭଙ୍ଗା କାପିଲାରି ରକ୍ତନଳୀରୁ ସାମାନ୍ୟ ରକ୍ତସ୍ରାବ ଯୋଗୁ ଜାତ ହୁଏ । [1] [3] ଏହି ଦାଗକୁ ଚିପିଲେ ଧଳା ହୁଏନାହିଁ | [2] କାଶ ଏବଂ ବାନ୍ତି ଯୋଗୁ ହେଉଥିବା ପେଟେକିଆ କେବଳ ସ୍ତନାଗ୍ର ରେଖା ଉପରେ ଦେଖାଥାଏ | [2]
Petechiae | |
---|---|
Petechia | |
Petechia and purpura on the low limb due to medication-induced vasculitis | |
ଉଚ୍ଚାରଣ |
|
ବିଭାଗ | Rheumatology |
ଲକ୍ଷଣ | Red spots less than 2 mm[1] |
କାରଣ | Infections: Enterovirus, Dengue, meningococcal disease[2] Injury: Non accidental trauma, coughing, vomiting[2] Blood disorders Leukemia, idiopathic thrombocytopenia purpura[2] Other Henoch-Schonlein purpura, Ehlers-Danlos syndrome, drug reactions, vitamin K deficiency[2] |
ସଠିକ ରୋଗ ନିର୍ଣ୍ଣୟ | Purpura, ecchymosis, hematoma[2][3] |
ପୁନଃପୌନିକ | Common[2] |
ରୋଗର କାରଣ: ଏଣ୍ଟେରୋଭୁତାଣୁ, ଡେଙ୍ଗୁ, କିମ୍ବା ମେନିଙ୍ଗୋକୋକାଲ ରୋଗ; ସାଧାରଣ ଆଘାତ (ଦୁର୍ଘଟଣା ଯୋଗୁ ନୁହେଁ), କାଶ, କିମ୍ବା ବାନ୍ତି; ରକ୍ତ ରୋଗ ଯେପରିକି ଲିଉକେମିଆ ଏବଂ ଇଡିଓପାଥିକ ଥ୍ରୋମ୍ବୋସାଇଟିକ ପରପୁରା; ଭାସ୍କୁଲାଇଟିସ ଯେପରିକି ହେନୋକ-ସନଲେନ ପରପୁରା; ସଂଯୋଜକ ତନ୍ତୁ ରୋଗ, ଯେପରିକି ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ; ଔଷଧ ପ୍ରତିକ୍ରିୟା; ଏବଂ ଜୀବସାର କେ ଅଭାବ ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ | [2] ବିଭିନ୍ନ କାରଣରୁ ଚର୍ମରେ ରକ୍ତସ୍ରାବ ହୁଏ ଯଥା: ଅଳ୍ପ ପ୍ଲାଟେଲଟ, ଅଣକାର୍ଯ୍ୟକାରୀ ପ୍ଲାଟେଲେଟ, ରକ୍ତ ଜମାଟ ବାନ୍ଧିବା ଅସୁବିଧା ଏବଂ ରକ୍ତନଳୀ ଅଖଣ୍ଡତା ନଥିଲେ ଏହିଭଳି ଅସୁବିଧା ହୁଏ | [2]
ଚର୍ମରେ ହେଉଥିବା ତିନି ପ୍ରକାରର ରକ୍ତସ୍ରାବ ମଧ୍ୟରୁ ପେଟେକିଆ ଅନ୍ୟତମ, ଅନ୍ୟ ଦୁଇଟି ହେଉଛି ପରପୁରା ଓ ଏକିମୋସିସ ବା ବ୍ରୁଇ | [4] ପୁରପୁରାର ବ୍ୟାସ ୨-୧୦ ମିଲିମିଟର ହୋଇଥିବାବେଳେ ଏକିମୋସିସ ୧ ସେଣ୍ଟିମିଟରରୁ ବଡ଼ ବୋଲି ବ୍ୟାଖ୍ୟା କରାଯାଇଛି | [3] [1] ଏହାର ବିପରୀତ ହେଉଛି ହେମାଟୋମା ଯେଉଁଥିରେ ବ୍ରୁଇ ଗଭୀର ଥାଏ | [3]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [2] ଏଥିରେ କେବଳ ଆଶ୍ୱାସନାଠାରୁ ଆରମ୍ଭ କରି ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ କିମ୍ବା ହସ୍ପିଟାଲ୍ ଆଡମିଶନ ମଧ୍ୟ ଆବଶ୍ୟକ ହୋଇପାରେ | [2] ପେଟେକିଆ ଏକ ସାଧାରଣ ରୋଗ ଅଟେ | [2] ଶିଶୁଙ୍କ ଜରୁରୀକାଳୀନ ବିଭାଗକୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨.୫% ପିଲା ଏହି ରୋଗ ଯୋଗୁ ଯାଆନ୍ତି । [2] ପ୍ରଥମେ ୧୮୫୫ ମସିହାରେ ଅଗଷ୍ଟ ଆମ୍ବ୍ରୋଏସ ଟାର୍ଡ଼ିୟୁ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | [5] ଲାଟିନ୍ ଭାଷାରୁ ଉତ୍ପନ୍ନ ଏହି ଶବ୍ଦର ଅର୍ଥ ସ୍ପଟ୍ ବା ଦାଗ | [6]