ଏହି ରୋଗରେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ । From Wikipedia, the free encyclopedia
ଅର୍ଥୋଷ୍ଟାଟିକ ହାଇପୋଟେନସନ, ଯାହା ପୋସଚୁରାଲ ହାଇପୋଟେନସନ ଭାବରେ ମଧ୍ୟ ଜଣାଶୁଣା, ରୋଗ ଥିଲେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ ।[1] ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ହାଲୁକା ଲାଗିବା, ଅସ୍ପଷ୍ଟ ଦର୍ଶନ, ଦ୍ୱନ୍ଦ୍ୱ ଏବଂ ଛିଡ଼ା ହେଲେ ସିଙ୍କୋପି ହୋଇପାରେ । [1] [5] ଏହା ପତନ, ହୃଦରୋଗ ଏବଂ ମୃତ୍ୟୁ ହେବା ଆଶଙ୍କା ସହିତ ଜଡିତ ଥାଏ ।[3]
Orthostatic hypotension | |
---|---|
Orthostasis, postural, positional hypotension, neurogenic orthostatic hypotension | |
ବିଭାଗ | Cardiology, neurology |
ଲକ୍ଷଣ | Lightheadedness with standing[1] |
କାରଣ | Decreased blood volume, certain medications, prolonged bed rest, autonomic neuropathy, multiple system atrophy[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood pressure lying and standing, tilt-table test[3] |
ସଠିକ ରୋଗ ନିର୍ଣ୍ଣୟ | Anemia, arrhythmia, heart failure, diabetes insipidus[4] |
ଔଷଧ | Midodrine, droxidopa, fludrocortisone[3] |
ଚିକିତ୍ସା | Decreasing certain medications, physiotherapy, compression stockings, salt and water intake[1] |
Prognosis | Depends on cause[1] |
ପୁନଃପୌନିକ | Common[3] |
ରକ୍ତ ପରିମାଣ ହ୍ରାସ ହେବାର କାରଣ ମଧ୍ୟରେ କମ୍ ରକ୍ତ ପରିମାଣ; ବିଟା-ବ୍ଲକର, ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଏବଂ ଆଲଫା ବ୍ଲକର୍ ଭଳି ଔଷଧ; ଦୀର୍ଘ କାଳୀଣ ଶଯ୍ୟା ବିଶ୍ରାମ; ଅଟୋନୋମିକ ନୁରରୋପାଥି, ଆଡିସନ୍ ରୋଗ, ଏବଂ ଏକାଧିକ ସିଷ୍ଟମ୍ ଆଟ୍ରୋଫି ହୋଇପାରେ । [2] [1] [5] ଅନ୍ତର୍ନିହିତ ପ୍ରଣାଳୀ ପ୍ରାୟ ଠିଆ ହେବା ସହିତ ଗୋଡରେ ରକ୍ତ ଜମା ହେବା ଯୋଗୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିପାରେ ନାହିଁ ।[5] ଅତିକମରେ ୨୦ମିମି ସିଷ୍ଟୋଲିକ୍ ରକ୍ତଚାପର ହ୍ରାସ କିମ୍ବା ଅତିକମରେ ୧୦ମିମି ଡାଇଷ୍ଟୋଲିକ୍ ରକ୍ତଚାପ କମ ହେଲେ ଏହି ସମସ୍ୟା ଉପୁଜେ ।[3] ଏହା ନ୍ୟୁରୋଜେନିକ୍ ଏବଂ ଅଣ-ନ୍ୟୁରୋଜେନିକ୍ କାରଣ ଯୋଗୁ ହୋଇପାରେ [3]
ଏହାର ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ ।[1] ଏଥିରେ କେତେକ ଔଷଧ ହ୍ରାସ, ଫିଜିଓଥେରାପି, ସଙ୍କୋଚନକାରୀ ମୋଜା ପିନ୍ଧିବା, ଲୁଣ ଏବଂ ଜଳ ଗ୍ରହଣ ବୃଦ୍ଧି କିମ୍ବା ମିଡୋଡ୍ରାଇନ୍ ପରି ଔଷଧ ଅନ୍ତର୍ଭୁକ୍ତ ହୋଇପାରେ ।[1] ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହୁଏ ।[3] କେୟାର ହାଉସରେ ଅଧାରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରଭାବିତ ହୁଅନ୍ତି। [3] ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅନେକ ପତନର କାରଣ ଅଟେ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.