ଓଲାଞ୍ଜାପିନ

ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia

ଓଲାଞ୍ଜାପିନ
Remove ads

ଓଲାଞ୍ଜାପିନ (ଇଂରାଜୀ ଭାଷାରେ Olanzapine, ଏକ ବିକ୍ରୟ ନାମ ଜାଇପ୍ରେକ୍ସ/ Zyprexa) ଏକ ପ୍ରକାର ଅସ୍ୱାଭାବିକ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆବାଇପୋଲାର ଡିଜଅଡର ରୋଗ ଚିକିତ୍ସାରେ ବ୍ୟବ‌ହୃତ କରାଯାଏ ।[] ନୂଆ ସିଜୋଫ୍ରେନିଆ ରୋଗରେ ବା ଦୀର୍ଘକାଳୀରୁ ଥିବା ରୋଗର ସଂରକ୍ଷଣ ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହା ପାଟିରେ ବା ମାଂସପେଶୀରେ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[]

Quick Facts Clinical data, Trade names ...

ଓଲାଞ୍ଜାପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ଚଳପ୍ରଚଳ ଅସୁବିଧା (movement disorders), ମୁଣ୍ଡ ଓଜନିଆ ଲାଗିବା, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ ଓ ଶୁଷ୍କ ପାଟି ଇତ୍ୟାଦି ଅସୁବିଧା ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆରେ ନିମ୍ନ ରକ୍ତଚାପ (low blood pressure with standing), ଆଲର୍ଜି ପ୍ରତିକ୍ରିୟା (allergic reactions), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଅଧିକ ରକ୍ତ ଶର୍କରା (high blood sugar), ବାତ (seizures), ଗାଇନେକୋମାସ୍ଟିଆ (gynecomastia) ଓ ଟାର୍ଡିଭ ଡିକାଇନେସିଆ (tardive dyskinesia) ହୋଇପାରେ ।[] ପୂର୍ବରୁ ଡିମେନ୍ସିଆ ରୋଗ ଥାଇ ଏହି ଔଷଧ ଦେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ ।[] ଗର୍ଭାବସ୍ଥାରେ ଶେଷ ଭାଗରେ ଏହି ଔଷଧ ଦେଲେ ଶିଶୁର ଜନ୍ମ ପରେ କିଛି ସମୟ ପାଇଁ ଚଳନ (movement disorder) ଅସୁବିଧା ହୁଏ ।[] ଏହା କିପରି କାର୍ଯ୍ୟକରେ ତାହା ସ୍ପଷ୍ଟ ଜଣାନଥିଲେ ମଧ୍ୟ ଡୋପାମିନ୍ ଓ ସେରୋଟୋନିନ ରିସେପ୍ଟର (serotonin receptor) ଦୁଇଟିକୁ ଅବରୋଧ କରେ ।[] ଏହି ଔଷଧକୁ ଅସ୍ୱାଭାବିକ ଆଣ୍ଟିସାଇକୋଟିକ (atypical antipsychotic) ଶ୍ରେଣୀରେ ରଖାଯାଏ ।[]

ଓଲାଞ୍ଜାପିନ ସନ ୧୯୭୧ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[][] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୫ ଆମେରିକୀୟ ଡଲାରର କମ୍ ।[] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇଥିଲା ।[]

Remove ads

ଆଧାର

ବାହ୍ୟ ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads