![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/de/OhmsLaw.svg/langor-640px-OhmsLaw.svg.png&w=640&q=50)
ଓମ'ଙ୍କ ନିୟମ
ପଦାର୍ଥ ବିଜ୍ଞାନ ଜନିତ ନିୟମ / From Wikipedia, the free encyclopedia
ଓମ୍ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ ।[1] ଏହାକୁ ଗାଣିତିକ ଉପାୟରେ ଲେଖାଯାଇପାରିବ ଯେ: [2]
![Thumb image](http://upload.wikimedia.org/wikipedia/commons/thumb/d/de/OhmsLaw.svg/220px-OhmsLaw.svg.png)
ଏଠାରେ I ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), V ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍ଟ ଏକକରେ) ଓ R ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) ।
ଏହି ନିୟମଟି ଜର୍ମାନ ଗଣିତଜ୍ଞ ଜର୍ଜ୍ ଓମ୍ଙ୍କ ନାମ ଅନୁସାରେ ନାମିତ ହୋଇଛି ।