ନିଉରୋସିଫିଲିସ ରୋଗରେ ସିଫିଲିସ ରୋଗର ଜୀବାଣୁଦ୍ୱାରା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ସଂକ୍ରମିତ ହୋଇଥାଏ ।[1] ଏହା ସଂକ୍ରମଣ ପରେ ଯେକୌଣସି ସମୟରେ ରୋଗ ଆରମ୍ଭ ହୋଇପାରେ। [1] ଏହା ଲକ୍ଷଣ ବିହୀନ ହୋଇପାରେ, କିମ୍ବା ମେନିଞ୍ଜାଇଟିସ୍, ଷ୍ଟ୍ରୋକ୍ ଲକ୍ଷଣ, ପାରେସିସ କିମ୍ବା ଟେବିସ ଡର୍ସାଲିସ ହୋଇପାରେ ।[1] ମେନିଞ୍ଜାଇଟିସ ରୋଗରେ ମୁଣ୍ଡବିନ୍ଧା, କଠିନ ବେକ ଏବଂ ବାନ୍ତି ହୁଏ । [1] ସାଧାରଣ ପାରେସିସ୍ ହୋଇଥିଲେ ବ୍ୟକ୍ତିତ୍ୱର ପରିବର୍ତ୍ତନ,ଭ୍ରାନ୍ତି ଏବଂ କମ୍ପନ ସୃଷ୍ଟି ହୋଇଥାଏ ।[1] ଟେବିସ ଡର୍ସାଲିସ ରୋଗରେ ଖରାପ ସମନ୍ୱୟ, ଅସ୍ଥିରତା, ମୂତ୍ରାଶୟ ସମସ୍ୟା ଏବଂ ଆଖିର ଅସ୍ୱାଭାବିକ ଚଳନ ହୋଇପାରେ । [1] [6]

Quick Facts ବିଭାଗ, ଲକ୍ଷଣ ...
Thumb
Section of human skull damaged by late stage neurosyphilis
ବିଭାଗNeurology, Infectious diseases
ଲକ୍ଷଣNone, headache, stiff neck, numbness, loss of bladder control, personality changes[1][2]
ଆକ୍ରାନ୍ତ ସମୟAnytime following infection[1]
କାରଣTreponema pallidum[1]
ବିପଦ କାରକHIV infection, unprotected sex[1]
ରୋଗ ନିର୍ଣ୍ଣୟ ପଦ୍ଧତିCSF testing (VDRL, FTA-ABS)[3][4]
ଚିକିତ୍ସାAntibiotics (penicillin G, ceftriaxone)[5]
ପୁନଃପୌନିକRare[1]
Close

ଟ୍ରେପୋନେମା ପାଲିଡମ୍ ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।[1] ଏଚ୍.ଆଇ.ଭି. ସଂକ୍ରମିତ ଲୋକର ଏହି ରୋଗ ସଂଭାବନା ଅଧିକ ଥାଏ । [1] ଲମ୍ବର ପଙ୍କଚର କରି ସି.ଏସ୍.ଏଫ୍.ରେ ବିଶ୍ଳେଷଣ କରାଯାଏ ।[7] ସିଏସଏଫ ନେଇ ଭିଡିଆରଏଲ ପରୀକ୍ଷା ଫଳ ଯୁକ୍ତାତ୍ମକ ହେଲେ ଏହି ରୋଗ ନିଶ୍ଚିତ କରାଯାଇଥାଏ, ତଥାପି ଏକ ନକାରାତ୍ମକ ପରୀକ୍ଷା ଡୋଜ୍ ଏହାକୁ ଏଡ଼ାଇ ଦିଏ ନାହିଁ | [7] ବେଳେ ବେଳେ ଫ୍ଲୋରିସେଣ୍ଟ ଟ୍ରେପୋନେମାଲ ଆଣ୍ଟିବଡି ଆବସର୍ପସନ (FTA-ABS) ପରୀକ୍ଷା କରାଯାଏ । [4]

ନ୍ୟୁରୋସାଇଫିଲିସର ଚିକିତ୍ସାରେ ସାଧାରଣତଃ ୩ରୁ ୪ନିୟୁତ ୟୁନିଟ ଶିରାଭ୍ୟନ୍ତର ପେନିସିଲିନ୍ ଜି ଦିଆଯାଏ ଓ ଏହା ପ୍ରତି ଚାରି ଘଣ୍ଟାରେ ଥରେ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ଦିଆଯାଏ | [5] ଅନ୍ୟ ପକ୍ଷରେ ପ୍ରୋବେନେସିଡ ସ‌ହିତ ମାଂସପେଶୀରେ ପେନିସିଲିନ୍ ଇଞ୍ଜେକସନ ମଧ୍ୟ ପ୍ରତିଦିନ ଥରେ ଦିଆଯାଇପାରେ | [6] ପେନିସିଲିନ୍ ପ୍ରତି ଆଲର୍ଜି ଥଲେ

ସେଫଟ୍ରାଇଆକ୍ସୋନ ବ୍ୟବହାର କରାଯାଇପାରେ | [5] ଶିଘ୍ର ଚିକିତ୍ସା କଲେ ଫଳାଫଳ ସାଧାରଣତଃ ଭଲ ଅଟେ | [6]

ନ୍ୟୁରୋସାଇଫିଲିସ୍ ଏକ ବିରଳ ରୋଗ ।[1] [4] ଯୁକ୍ତରାଷ୍ଟ୍ରରେ ପ୍ରାୟ ୨% ଲୋକଙ୍କର ପ୍ରାରମ୍ଭିକ ସିଫିଲିସ୍ ଅବସ୍ଥାରେ ନ୍ୟୁରୋସିଫିଲିସ୍ ହୋଇଥାଏ । [4] ଆଫ୍ରିକାର କିଛି ଭାଗରେ ସାଧାରଣ ଜନସଂଖ୍ୟାର ପ୍ରାୟ ୨% ପ୍ରଭାବିତ ହୋଇଥାଆନ୍ତି । [1] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [1] ଆଣ୍ଟିବାୟୋଟିକ୍ ଉପଲବ୍ଧ ହେବା ପୂର୍ବରୁ ସିଫିଲିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦% ନ୍ୟୁରୋସିଫିଲିସ୍ ରୋଗୀ ଥିଲେ। [1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.