ନାଟୋ
ଆନ୍ତସରକାରୀ ସଂଘ ଯେଉଁଥିଲେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର ମିଲିଟାରୀ ସନ୍ଧି ହୋଇଛି / From Wikipedia, the free encyclopedia
ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ (ଇଂରାଜୀ ଭାଷାରେ The North Atlantic Treaty Organization (NATO /ˈneɪtoʊ/; French: Organisation du traité de l'Atlantique nord; OTAN) ଅନ୍ୟ ଡାକ ନାମ ଉତ୍ତର ଆଟଲାଣ୍ଟିକ ଆଲିଆନ୍ସ/ North Atlantic Alliance), ଏକ ଆନ୍ତସରକାରୀ ସଂଘ ଯେଉଁଥିରେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର (intergovernmental) ସାମରିକ ସନ୍ଧି (military alliance) ହୋଇଛି । ସନ ୪ ଏପ୍ରିଲ ୧୯୪୯ରେ ଏହି ସଂଘ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ର କାର୍ଯ୍ୟକାରୀ କରିଥିଲା । [2][3] ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ତାହାଦ୍ୱାରା ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ । ନାଟୋର ମୂଖ୍ୟ କାର୍ଯ୍ୟାଳୟ (NATO's Headquarters| ) ବ୍ରସେଲସ, (Brussels) ବେଲଜିଅମର ଏଭରେଠାରେ ଓ ସୁପ୍ରିମ ହେଡକ୍ୱାଟର ଆଲାଏଡ ପାୱାର ୟୁରୋପର (headquarters of Allied Command Operations|) ମୋନସରେ ସାମୁହିକ କାର୍ଯ୍ୟାଳୟ ସାମୁହିକ କମାଣ୍ଡ ଅବସ୍ଥିତ ଅଛି ।
North Atlantic Treaty Organization | |
---|---|
Member states of NATO | |
ଛୋଟ ନାଆଁ | NATO, OTAN |
ମୂଳ ଲକ୍ଷ | Animus in consulendo liber |
ସ୍ଥାପନା | 4 ଅପ୍ରେଲ 1949 (1949-04-04) |
ପ୍ରକାର | Military alliance |
ମୁଖ୍ୟାଳୟ | Brussels, Belgium |
ସଭ୍ୟପଦ | 29 states
|
ମୁଖ୍ୟ ଭାଷା | |
Secretary General | Jens Stoltenberg |
Chairman of the NATO Military Committee | Air Chief Marshal Stuart Peach, Royal Air Force |
Supreme Allied Commander Europe | General Tod D. Wolters, United States Air Force |
Supreme Allied Commander Transformation | Général André Lanata, French Air Force |
ୱେବ୍ସାଇଟ | www |
ଏହାର ପ୍ରତିଷ୍ଠ ପରଠାରୁ ଅନେକ ନୂଆ ସଭ୍ୟ ନାମ ଲେଖାଇବା ଫଳରେ ପ୍ରଥମରୁ ଥିବା ୧୨ ସଭ୍ୟ ସଂଖ୍ୟା ଇତିମଧ୍ୟରେ ବଢ଼ି ୨୯ ହୋଇଗଲାଣି । ୫ ଜୁନ ୨୦୧୭ରେ ଶେଷ ନୂଆ ସଭ୍ୟ ଭାବରେ ମୋଣ୍ଟେନିଗ୍ରୋ (Montenegro) ଯୋଗଦାନ କରଛି । ବୋସନିଆ ଓ ହେର୍ଜେଗୋଭିନା (Bosnia and Herzegovina), ଜର୍ଜିଆ (Georgia), ଉତ୍ତର ମାସିଡୋନିଆ (North Macedonia) ଓ ୟୁକ୍ରେନକୁ (Ukraine) ସମ୍ଭାବ୍ୟ ସଭ୍ୟ ଭାବରେ ନାଟୋ ବିଚାର କରିଛି ।[4] ନାଟୋର ଶାନ୍ତି ସହଯୋଗୀ କାର୍ଯ୍ୟକ୍ରମରେ ୨୧ଟି ଅଧିକ ଦେଶ ଯୋଗଦାନ କରୁଛନ୍ତି । ସମୁଦାୟ ପୃଥିବୀର ଖର୍ଚ୍ଚର ପ୍ରାୟ ୭୦% ସମସ୍ତ ନାଟୋ ସଭ୍ୟଙ୍କର ମିଲିଟାରୀ ବାବଦରେ ଖର୍ଚ୍ଚ ହେଉଛି ।[5] ସନ ୨୦୨୪ ସୁଦ୍ଧା ପ୍ରତିରକ୍ଷା ଲକ୍ଷ ବାବଦ ଜିଡିପିର ୨% ଖର୍ଚ୍ଚ କରିବାକୁ ସମସ୍ତ ସଭ୍ୟ ରାଜି ହୋଇଛନ୍ତି ।[6][7]