ଏହା ଏକ ଦୀର୍ଘକାଳୀନ ଚର୍ମ ପ୍ରଦାହ ରୋଗ ଯାହା ମୁଖ୍ୟତଃ ଯୌନାଙ୍ଗକୁ ପ୍ରଭାବିତ କରିଥାଏ । From Wikipedia, the free encyclopedia
ଲିଚେନ ସ୍କ୍ଲେରୋସସ ( Lichen sclerosus/ LS ) ଏକ ଦୀର୍ଘକାଳୀନ ଚର୍ମ ପ୍ରଦାହ ରୋଗ ଯାହା ମୁଖ୍ୟତଃ ଯୌନାଙ୍ଗକୁ ପ୍ରଭାବିତ କରିଥାଏ ।[1] ଏହା ଅନିୟମିତ ଛୋଟ ଛୋତ ଚେପା ଫୁଲା ଭଳି ଆରମ୍ଭ ହେବାକୁ ଲାଗେ ଯାହା ଚକଚକିଆ, ସାମାନ୍ୟ କୁଞ୍ଚିତ, ଫିକା-ଧଳା ରଙ୍ଗର ଦାଗ ଥାଏ ଯାହା ଚାରିପାଖରେ ଚମ ବାଇଗଣୀ ରଙ୍ଗର ହୋଇଥାଏ ।[1] ଏଥିରେ ବହୁତ ଗଲୁ କରେ ଏବଂ କୁଣ୍ଡେଇବାଦ୍ୱାରା ଛୋଟ କଟାଦାଗ ସହିତ ଶୁଖା ଘାଆ ଦାଗ ଦେଖାଯାଏ ଓ ଚର୍ମ ପତଳା ହୋଇପାରେ । [1] ଯୌନାଙ୍ଗରେ ଛୋଟ ରକ୍ତନଳୀ ଦେଖାଯାଇପାରେ ।[2] ଲିଙ୍ଗର ରଙ୍ଗ କମିଯାଏ । [1] ଏହା କ୍ୱଚିତ୍ ଅନ୍ୟ ସ୍ଥାନରେ ଘଟିଥାଏ, ଯଦିଓ ଉପର ପିଠି କିମ୍ବା ସ୍ତନରେ ହୋଇପାରେ ।[1] ବେଳେବେଳେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[1] ଏହା ପରିସ୍ରା କଲାବେଳେ କଷ୍ଟ ହୋଇପାରେ, ଯୋନୀ ସ୍ରାବ,ମଳ ତ୍ୟାଗ କରିବାକୁ ଅନିଚ୍ଛା, ଯୌନ ସମ୍ବନ୍ଧୀୟ ସମସ୍ୟା ଏବଂ ଚର୍ମ କର୍କଟ ରୋଗର ଆଶଙ୍କା ରହିପାରେ ।[2]
Lichen sclerosus | |
---|---|
Balanitis xerotica obliterans, lichen sclerosus et atrophicus, kraurosis vulvae[1] | |
ବିଭାଗ | Gynaecology |
ଲକ୍ଷଣ | Typically genital skin: shiny slightly wrinkled pale-white patches surrounded by a purplish area, itchy, skin thinning, scarring[1] |
ଆକ୍ରାନ୍ତ ସମୟ | Before puberty, after menopause[1] |
ଅବଧି | Long-term[1] |
କାରଣ | Unknown[1] |
ବିପଦ କାରକ | Bone marrow transplantation[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination, skin biopsy[1] |
ସଠିକ ରୋଗ ନିର୍ଣ୍ଣୟ | Guttate morphea, lichen planus, lichen simplex chronicus[1] |
ଔଷଧ | Ointments: clobetasol, tacrolimus, pimecrolimus[1] |
ଚିକିତ୍ସା | Topical steroids[1] |
ପୁନଃପୌନିକ | 1.7% of adult females[1] |
ଏହାର କାରଣ ଜଣା ପଡିନାହିଁ। [2] ସଂକ୍ରମଣ, ଆଘାତ ଏବଂ ଯୌନାଙ୍ଗର ଆର୍ଦ୍ର ହେବାର ପ୍ରବୃତ୍ତି ଯୋଗୁ ଏହା ସମ୍ଭବତଃ ସୃଷ୍ଟି ହୋଇଥାଏ । [2] ଅସ୍ଥି ମଜ୍ଜା ପ୍ରତିରୋପଣ ଯୋଗୁ ଏହା ଟ୍ରିଗର ହୋଇପାରେ ।[1] ଟ୍ରାନ୍ସଜେଣ୍ଡର ଲୋକଙ୍କ କ୍ଷେତ୍ରରେ ଏହା ଅସ୍ତ୍ରୋପଚାର ସ୍ଥାନରେ ହୋଇପାରେ । [1]
ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [2] ଚର୍ମ ବାୟୋପ୍ସିରେ ଏହା ନିଶ୍ଚିତ ହୋଇପାରିବ, ଯେଉଁଥିରେ ଡର୍ମାଲ୍ କୋଲାଜେନ୍ ଏବଂ ପତଳା ଏପିଡର୍ମିସ୍ ଦେଖାଏ । [2] ଗୁଟ୍ଟେଟ୍ ମୋର୍ଫିଆ, ଲାଇଚେନ ପ୍ଲାନସ୍ ଏବଂ ଲାଇଚେନ ସିମ୍ପାଲେକ୍ସ କ୍ରୋନିକସ୍ ରୋଗ ପରି ଅନେକ ସମୟରେ ଏହି ରୋଗ ଦେଖାଯାଏ ।[1] ଚିକିତ୍ସାରେ ଶକ୍ତିଶାଳୀ ଟପିକାଲ୍ ଷ୍ଟେରଏଡ୍ ଦିଆଯାଏ ।[2] ବିଶେଷକରି ପିଲାମାନଙ୍କଠାରେ ବେଳେବେଳେ, ଅଧିକ ଚିକିତ୍ସା ନକଲେ ମଧ୍ୟ ଏହା ଭଲ ହୋଇଯାଏ ।[2]
ଲିଚେନ ସ୍କ୍ଲେରୋସସ ପ୍ରାୟ ୧.୭% ବୟସ୍କ ମହିଳାଙ୍କୁ ପ୍ରଭାବିତ କରିଥାଏ ।[1] ଏହା ସାଧାରଣତ ଯୌବନାବସ୍ଥା ପୂର୍ବରୁ ଏବଂ ମେନୋପଜ ପରେ ହୋଇଥାଏ ।[2] ପୁରୁଷମାନଙ୍କ କ୍ଷେତ୍ରରେ ଏହା ଯେ କୌଣସି ବୟସରେ ହୋଇପାରେ ।[2] ଆଫ୍ରିକୀୟ ଆମେରିକୀୟମାନେ କମ୍ ପ୍ରଭାବି ତ ହୁଅନ୍ତି। [1] ଏକ ତୃତୀୟାଂଶ ମହିଳାଙ୍କର ଅନ୍ୟ ଏକ ଅଟୋମ୍ୟୁମ୍ୟୁନ ରୋଗ ଥାଏ । [1] ୧୭% ଲୋକଙ୍କର ସୋରିୟାସିସ୍ ଥାଏ । [1] ଲିଚେନ ସ୍କ୍ଲେରୋସସ୍ ଏଟ ଆଟ୍ରୋଫିକସ୍ ରୋଗ ପ୍ରଥମେ ୧୮୮୭ ମସିହାରେ ଡକ୍ଟର ହାଲୋପୋଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.