From Wikipedia, the free encyclopedia
ଲାକ୍ଟୁଲୋଜ ଆମ ଦେହରେ ଅବଶୋଷିତ ହେଉ ନ ଥିବା ଏକ ଔଷଧ ଯାହା କୋଷ୍ଠକାଠିନ୍ୟ ଓ ହେପାଟିକ ଏନକେଫାଲୋପାଥି ରୋଗରେ ବ୍ୟବହାର ହୁଏ । [3][4] କୋଷ୍ଠକାଠିନ୍ୟ ନିମନ୍ତେ ପାଟିରେ ଖାଇବାକୁ ଦିଆଯାଏ ଓ ହେପାଟିକ ଏନକେଫାଲୋପାଥି ନିମନ୍ତେ ମଳାଶୟରେ ଭର୍ତ୍ତିକରାଯାଏ । [3] ଏହା ୮ରୁ ୧୨ ଘଣ୍ଟା ପରେ କାମ କରିବାକୁ ଆରମ୍ଭ କରେ ଓ କୋଷ୍ଠକାଠିନ୍ୟରେ ଉନ୍ନତି ଆଣିବାକୁ ପ୍ରାୟ ୨ ଦିନ ଲାଗିଯାଏ । [1][2]
Clinical data | |
---|---|
Pronunciation | /ˈlækt[invalid input: 'jʉ']loʊz/ |
Trade names | Cholac, Generlac, Consulose, and other |
AHFS/Drugs.com | monograph |
MedlinePlus | a682338 |
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Poorly absorbed |
Metabolism | 100% in colon by enteric bacteria |
Onset of action | 8 to 48 hours[1][2] |
Elimination half-life | 1.7-2 hours |
Excretion | Fecal |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.022.752 |
Chemical and physical data | |
Formula | C12H22O11 |
Molar mass | 342.296 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଫାମ୍ପିବା ଓ କ୍ରାମ୍ପ ମୂଖ୍ୟ ସ୍ଥାନ ଅଧିକାର କରେ । ଏହାଦ୍ୱାରା ତରଳ ଝାଡ଼ା ହେଲେ ଇଲେକ୍ଟ୍ରୋଲାଇଟ ସମସ୍ୟା ଦେଖାଯାଇପାରେ । ଏହାର ବ୍ୟବହାରଦ୍ୱାରା ଗର୍ଭାବସ୍ଥାରେ ଥିବା ଶିଶୁର କିଛି କ୍ଷତି ହେବାର ପ୍ରମାଣ ମିଳିନାହିଁ । [3] ସ୍ତନ୍ୟପାନ ବିପଦମୁକ୍ତ ବୋଲି ଧରାଯାଏ । [5] ଏହାକୁ ଓସ୍ମୋଟିକ ରେଚକ ଶ୍ରେଣୀରେ ରଖାଯାଏ । [6]
ସନ ୧୯୨୯ରେ ପ୍ରଥମେ ଲାକ୍ଟୁଲୋଜ ତିଆରି ହୋଇଥିଲା ଓ ସନ ୧୯୫୦ରୁ ଏହା ଚିକିତ୍ସାରେ ବ୍ୟବହାର ହେଉଛି । [7][8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [9] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [4] ଏହାର ହୋଲସେଲ ମୂଲ୍ୟ ପ୍ରତି ମାତ୍ରା(ଡୋଜ) ନିମନ୍ତେ ପ୍ରାୟ 0.୧୮ ଆମେରିକୀୟ ଡଲାର । [10] ଆମେରିକାରେ ଲାକ୍ଟୁଲୋଜ ୩୦ ମାତ୍ରା ତରଳପଦାର୍ଥର ମୂଲ୍ୟ ପ୍ରାୟ ୨0 ଡଲାର ।[3] ଏହା ଲାକ୍ଟୋଜ ବା ଦୁଧ ଶର୍କରାରୁ ପ୍ରସ୍ତୁତ କରାଯାଏ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.