![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0d/Itraconazole.svg/langor-640px-Itraconazole.svg.png&w=640&q=50)
ଇଟ୍ରାକୋନାଜଲ
From Wikipedia, the free encyclopedia
ଇଟ୍ରାକନାଜଲ (ଇଂରାଜୀ ଭାଷାରେ Itraconazole) ଏକ କବକ ବିରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା କବକ ସଂକ୍ରମଣ (fungal infections) ଚିକିତ୍ସାରେ ବ୍ୟବହାର କରାଯାଏ ।[3] ଆସ୍ପରଜିଲ୍ଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କକ୍ସିଡିଓମାଇକୋସିସ (coccidioidomycosis), ହିସ୍ଟୋପ୍ଲାଜମୋସିସ (histoplasmosis) ଓ ପାରାକକ୍ସିଡିଓମାଇକୋସିସ (en:paracoccidioidomycosis) ଇତ୍ୟାଦି ରୋଗ କବକ ସଂକ୍ରମଣ ଯୋଗୁ ହୁଏ ।[3] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ (intravenously) ଆକାରରେ ଦିଆଯାଏ ।[3]
![]() | |
Clinical data | |
---|---|
Trade names | Sporanox, Orungal, others |
AHFS/Drugs.com | monograph |
MedlinePlus | a692049 |
Pregnancy category |
|
Routes of administration | By mouth (capsules, solution), local (vaginal suppository), IV; By mouth only (UK and US) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~55%, maximal if taken with full meal |
Protein binding | 99.8% |
Metabolism | Extensive in liver (CYP3A4) |
Metabolites | Hydroxy-itraconazole, keto-itraconazole, N-desalkyl-itraconazole[1] |
Elimination half-life | 21 hours |
Excretion | Urine (35%), faeces (54%)[2] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.123.596 ![]() |
Chemical and physical data | |
Formula | C35H38Cl2N8O4 |
Molar mass | 705.64 |
3D model (JSmol) | |
Chirality | Racemic mixture |
SMILES
| |
InChI
| |
(verify) |
ଇଟ୍ରାକନାଜଲ ଔଷଧରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଉଦର ଯନ୍ତ୍ରଣା, ରାସ୍ ଓ ମୁଣ୍ଡବିନ୍ଧା ହୁଏ । [3] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃଟ ସମସ୍ୟା (liver problem), ହୃଦ୍ପାତ, ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଇପାରେ । [3] ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହା ନେଲେ ନିରାପଦ କି ନୁହେଁ ତାହା ନିଶ୍ଚିତ ହୋଇନାହିଁ । [4] ଏହା ଟ୍ରିଆଜୋଲ (triazole) ଶ୍ରେଣୀର ଏକ ଔଷଧ ।[3] ଏହା କୋଷ ପରଦାକୁ (cell membrane) ପ୍ରଭାବିତ କରି କବକର ବୃଦ୍ଧିକୁ ରୋକିଦିଏ (stops fungal growth) ବା ତାହାର ମେଟାବୋଲିଜ୍ମକୁ ପ୍ରଭାବିତ କରେ । [3]
ଯୁକ୍ତରାଷ୍ଟ୍ର ଆମେରିକାରେ ଇଟ୍ରାକନାଜଲ ସନ ୧୯୯୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୨୯ ଆମେରିକୀୟ ଡଲାର ଥିଲା ।[6] ସନ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ହୋଲସେଲ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ଥିଲା ।[7]