ହାଓଡ଼ା ପୋଲ
ହାଓଡ଼ା ଓ କୋଲକାତାକୁ ସଂଯୁକ୍ତ କରୁଥିବା ପୋଲ । / From Wikipedia, the free encyclopedia
ଛାଞ୍ଚ:Infobox bridge
ହାଓଡ଼ା ପୋଲ ବା ହାଓଡ଼ା ବ୍ରିଜ (Howrah Bridge ) ଭାରତର ପଶ୍ଚିମ ବଙ୍ଗରେ (West Bengal) ଥିବା ହୁଗଳି ନଦୀ ଉପରେ ଥିବା ଏକ ଝୁଲା (suspended span) ପୋଲ ଯାହା ସନ ୧୯୪୩ରେ ତିଆରି ହୋଇଥିଲା ।[1][2] ପ୍ରଥମେ ଏହି ପୋଲକୁ ନୂଆ ହାଓଡ଼ା ପୋଲ (ନିଉ ହାଓଡ଼ା ବ୍ରିଜ) କୁହାଯାଉଥିଲା କାରଣ ଏହା ଏକ ପୂର୍ବତନ ପୋଣ୍ଟୁନ ପୋଲ (pontoon bridge) ସ୍ଥାନରେ ତିଆରି ହୋଇଥିଲା ଏବଂ ହାଓଡ଼ା ଓ କଲିକତା ବା ଆଜିକାର କୋଲକାତାକୁ ସଂଯୁକ୍ତ କରୁଥିଲା । ଚଉଦ ଜୁନ ୧୯୬୫ରେ ବଙ୍ଗାଳୀ କବି ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ରନାଥ ଠାକୁରଙ୍କ (Nobel laureate) ନାମାନୁସାରେ ରବିନ୍ଦ୍ର ସେତୁ ନାମକରଣ ହୋଇଥିଲା । [2] ଅଦ୍ୟାପି ଲୋକମାନେ ଏହାକୁ ହାଓଡ଼ା ବ୍ରିଜ ବା ହାଓଡ଼ା ପୋଲ କହୁଛନ୍ତି ।
ହୁଗଳି ନଦୀ Hooghly River ଉପରେ ତିଆରି ହୋଇଥିବା ଚାରି ପୋଲ ମଧ୍ୟରୁ ଏହା ଗୋଟିଏ ଓ ଏହା ପଶ୍ଚିମ ବଙ୍ଗ ତଥା କୋଲକାତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । ଅନ୍ୟ ତିନୋଟି ପୋଲମାନଙ୍କର ନାମ ଯଥାକ୍ରମେ ବିଦ୍ୟାସାଗର ସେତୁ, ବିବେକାନନ୍ଦ ସେତୁ ଓ ନିବେଦିତା ସେତୁ । ଏହି ପୋଲ ବଙ୍ଗୋପ ସାଗରର ଝଡ଼ ସମ୍ଭାଳି ରହିଛି ଓ ଦୈନିକ ପ୍ରାୟ ଏକ ଲକ୍ଷ ଗାଡ଼ି, [3] ଓ ପ୍ରାୟ ୧,୫୦,୦୦୦ ପଥଚାରୀ [4] ଏହା ଉପରେ ଯିବା ଆସିବା କରି ଏହାକୁ ପୃଥିବୀର ସର୍ବାଧିକ ବ୍ୟସ୍ତବହୁଳ କାଣ୍ଟିଲିଭର ପୋଲର ମାନ୍ୟତା ପାଇଛନ୍ତି । [5] ତିଆରି ହେବାବେଳେ ଏହା ପୃଥବୀର ତୃତୀୟ ଦୀର୍ଘତମ ପୋଲ ଥିଲା, [6] ଓ ଅଧୁନା ଏହା ଏହିଭଳି ପୋଲ ମଧ୍ୟରେ ଷଷ୍ଠ ଦୀର୍ଘତମ ପୋଲ ଅଟେ । [7]