ଗ୍ରେଭସ ରୋଗ, (ଇଂରାଜୀରେ Graves' disease, ବା toxic diffuse goiter ବା Flajani-Basedow-Graves disease, ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହା ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ । ଏହି ଆକ୍ରମଣ ଫଳରେ ହାଇପରଥାଇରଏଡିଜମ ଓ ବର୍ଦ୍ଧିତ ଥାଇରଏଡ ଗ୍ରନ୍ଥି ବା ଗଏଟର ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ ସ୍ପନ୍ଦନ, ତରଳ ଝାଡ଼ା ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଣ୍ଠୁରୁ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବି‌ଥିବା ଅସ୍ଥି ସାମନା ଚର୍ମ ମୋଟା ହୋଇଯାଏ ଯାହାକୁ ପ୍ରିଟିବିଆଲ ମିକସିଡିମା କୁହାଯାଏ ଓ ଆଖି ଡୋଳା ତା ଯାଗାରୁ ପଦାକୁ ବାହାରି ଆସେ ଯାହାକୁ ଏକ୍ସୋଫଥାଲମସ ବା ଗ୍ରେଭସ ଅଫଥାଲମୋପାଥି କୁହାଯାଏ । [1] ୨୫ %ରୁ ୮୦ % ଲୋକଙ୍କର ଆଖି ଅସୁବିଧା ଦେଖାଯାଏ । [1][2]

Quick Facts ଗ୍ରେଭସ ରୋଗ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଗ୍ରେଭସ ରୋଗ
Thumb
The classic finding of exophthalmos and lid retraction in Graves' disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E05.0
ଆଇସିଡ଼ି-୯-ସିଏମ୍242.0
ଓଏମ୍‌ଆଇଏମ୍275000
ରୋଗ ଡାଟାବେସ5419
ମେଡ଼ିସିନ-ପ୍ଲସ000358
ଇ-ମେଡ଼ିସିନmed/929 ped/899
MeSHD006111
Close

ଏହି ରୋଗର ସଠିକ କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱସା କରାଯାଏ । [3] ପରିବାରରେ ଯଦି କାହାର ଏହି ରୋଗ ଥାଏ ତେବେ ସେହି ପରିବାରର ଅନ୍ୟମାନଙ୍କୁ ରୋଗ ହେବା ସମ୍ଭାବନା ଥାଏ । [1] ଯମଜ ସନ୍ତାନ ମଧ୍ୟରୁ ଜଣକର ଥିଲେ ଆଉ ଜଣେ ୩୦% ରୋଗ ଭୋଗିବା ସମ୍ଭାବନା ଥାଏ । [4] ମାନସିକ ଚାପ, ସଂକ୍ରମଣ ଓ ଶିଶୁ ଜନ୍ମ କଲାବେଳେ ଏହା ଟ୍ରିଗର ଭଳି କାମ କରେ । [2] ଟାଇପ ୧ ଡାଏବେଟିସରିଉମାଟଏଡ ଆର୍ଥ୍ରାଇଟିସ ଭଳି ଅଟୋଇମ୍ମ୍ୟୁନ ରୋଗ ଥିଲେ ଏହି ରୋଗ ସମ୍ଭାବନା ରହେ । [1] ଧୂମ୍ରପାନ କଲେ ଏହି ରୋଗ ସଙ୍କଟ ବଢ଼େ ଓ ଚକ୍ଷୁ ଅସୁବିଧା ଆହୁରି ଖରାପ ହୁଏ । [1] ଥାଇରଏଡ ସ୍ଟିମୁଲେଟିଙ୍ଗ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଟିଏସଆଇ) ନାମକ ଏକ ଆଣ୍ଟିବଡି ଯୋଗୁ ଏହି ରୋଗ ହୁଏ ଓ ଏହାର ଶରୀରରେ ଥିବା ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ‌ସ‌ହ ସମ‌ପ୍ରଭାବ ଥାଏ । ଏହି ଆଣ୍ଟିବଡି ପ୍ରଭାବ ଯୋଗୁ ଥାଇରଏଡ ଗ୍ରନ୍ଥି ଅଧିକ ଥାଇରଏଡ ହରମୋନ ନିର୍ଗତ କରେ । [1] ରୋଗ ଲକ୍ଷଣ ଓ ରକ୍ତ ପରୀକ୍ଷା କରି ସନ୍ଦେହ କରାଯାଏ କିନ୍ତୁ ରେଡିଓଆୟୋଡିନ ଅପଟେକ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । [1][2] ରକ୍ତ ପରୀକ୍ଷାରେ ଅଧିକ [ଟ୍ରାଇଆୟୋଡୋଥାଇରୋନିନ|ଟି]] ଓ ଟି, କମ ଟିଏସଏଚ, ଥାଇରଏଡ ଗ୍ରନ୍ଥିର ସମସ୍ତ ସ୍ଥାନରେ ଅଧିକ ରେଡୋଆୟୋଡିନ ଅପଟେକ ଓ ଟିଏସଆଇ ଆଣ୍ଟିବଡି ମିଳେ । [2]

ତିନି ପ୍ରକାର ଚିକିତ୍ସା ସୁବିଧା ମିଳେ: ଔଷଧ, ଥାଇରଏଡ ଅପରେଶନ ଓ ରେଡିଓଆୟୋଡିନ ଥେରାପି । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ସପ୍ତାହ ବା ମାସାଧିକ କାଳ ଧରି ଥାଇରଏଡ ଗ୍ରନ୍ଥିକୁ ନଷ୍ଟ କରିଦିଏ । ଏତଦ୍ୱାରା ଜାତ ହେଉଥିବା ହାଇପୋଥାଇରଏଡିଜ୍ମକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ଏହାର ଲକ୍ଷଣ‌ଗୁଡ଼ିକୁ ବିଟାବ୍ଲକର ନିୟନ୍ତ୍ରଣ କରେ ଓ ମେଥିମାଜୋଲ ଭଳି ଆଣ୍ଟିଥାଇରଏଡ ଔଷଧ ସାମୟିକ ଭାବେ ଅନ୍ୟ ଔଷଧମାନଙ୍କର କ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ରୋଗୀକୁ ସାହାଯ୍ୟ କରେ । ଅପରେଶନ କରି ଥାଇରଏଡ ବାହାର କରିଦେବା ଆଉ ଏକ ପନ୍ଥା । ଆଖି ଅସୁବିଧା ନିମନ୍ତେ ଅଧିକ ଚିକିତ୍ସା ଆବଶ୍ୟକ ହୁଏ । [1]

ଗ୍ରେଭସ ରୋଗ ଜନସଂଖ୍ୟାର ୫ % ଲୋକଙ୍କୁ ଆକ୍ରମଣ କରେ । [2] ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ପ୍ରାୟ ୭.୫ ଗୁଣ ଅଧିକ ହୁଏ । [1] ଏହାର ଆରମ୍ଭ ବୟସ ୪୦ରୁ ୬୦ ମଧ୍ୟରେ ଥାଏ । [4] ଆମେରିକାରେ ହାଇପରଥାଇରଏଡିଜମର ଏହା ଏକ ମୂଖ୍ୟ କାରଣ (ପ୍ରାୟ ୫୦ %ରୁ ୮୦ %) । [1][2] ସନ ୧୮୩୫ରେ ଏହି ରୋଗ ବିଷୟରେ ପ୍ରଥମେ ରବର୍ଟ ଜେମସ ଗ୍ରେଭସ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ପୂର୍ବରୁ ଏହା ବିଷୟରେ ମଧ୍ୟ ଅନେକ ଲୋକ ବର୍ଣ୍ଣନା କରିଛନ୍ତି । [4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.