ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ
ରୋଗ / From Wikipedia, the free encyclopedia
ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ (ଇଂରାଜୀରେ Benign paroxysmal positional vertigo ବା ବିପିପିଭି/ BPPV) ରୋଗରେ ଅନ୍ତଃକର୍ଣ୍ଣରେ ସମସ୍ୟା ଥାଏ ।[1] ନିଜେ ଘୁରିବା ବେଳେ ମୁଣ୍ଡର ସ୍ଥାନ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ୱଳ୍ପ ସମୟ ନିମନ୍ତେ ମୁଣ୍ଡ ବୁଲାଏ ।[2] ବିଛଣାରେ ପାର୍ଶ୍ୱ ପରିବର୍ତ୍ତନ ସମୟରେ ବା ସ୍ଥାନ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଜାତ ହୁଏ । ପ୍ରତି ମୁଣ୍ଡବୁଲା ଏକ ସେକେଣ୍ଡରୁ କମ ସମୟ ଧରି ହୁଏ ।[1] ଏହା ସହିତ ସାଧାରଣତଃ ଓକାଳ (Nausea) ଲାଗେ ।ମୁଣ୍ଡବୁଲା ବା ଭର୍ଟାଇଗୋର ଏହି ରୋଗ ଏକ କାରଣ । [2][3]
ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ | |
---|---|
![]() ଅନ୍ତଃକର୍ଣ୍ଣରେ ଥିବା ଲାବିରିନ୍ଥର ବହିର୍ଭାଗ । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | କାନ ନାସା ଗଳା ବିଭାଗ |
ଆଇସିଡ଼ି-୧୦ | H81.1 |
ଆଇସିଡ଼ି-୯-ସିଏମ୍ | 386.11 |
ଓଏମ୍ଆଇଏମ୍ | 193007 |
ରୋଗ ଡାଟାବେସ | 1344 |
ମେଡ଼ିସିନ-ପ୍ଲସ | 001420 |
ଇ-ମେଡ଼ିସିନ | ent/761 emerg/57 neuro/411 |
Patient UK | ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ |
MeSH | D014717 |
ବିପିପିଭି ରୋଗ ମୁଣ୍ଡ ଆଘାତ ଯୋଗୁ ବା ବୟସାଧିକ୍ୟ ଯୋଗୁ ହୁଏ । ଅଧିକାଂଶ ସମୟରେ ନିର୍ଦ୍ଦିଷ୍ଟ କାରଣ ମିଳେନି । ଅନ୍ତକର୍ଣ୍ଣ ଭିତରେ ଗୋଟିଏ କ୍ଷୁଦ୍ର କ୍ୟାଲସିଅମଯୁକ୍ତ ଅଟୋଲିଥର ଚଳନ ଯୋଗୁ ଏହା ହୁଏ । ଲାବିରିନ୍ଥାଇଟିସ (labyrinthitis) ଓ ମିନିଅର ଡିଜିଜ (Ménière's disease) ଭଳି ଏହା ଏକ ସନ୍ତୁଳନ ବେମାରୀ (balance disorder) ।[1] ଡିକ୍ସ-ହଲପାଇକାର ମାନୋଭର (Dix-Hallpike maneuver) ଫଳରେ ନିସ୍ଟାଗମସ (nystagmus) ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ କାରଣମାନ ନ ଥିବା ଅନୁଶୀଳନ କରାଯାଏ । ସ୍ୱାଭାବିକ କେଶ୍ରେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏନି । [2]