![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/87/Paralysis_agitans_%25281907%252C_after_St._Leger%2529.jpg/640px-Paralysis_agitans_%25281907%252C_after_St._Leger%2529.jpg&w=640&q=50)
ଆଟାକ୍ସିଆ
ଆଟାକ୍ସିଆ ହେଉଛି ଏକ ସ୍ନାୟୁରୋଗ ଚିହ୍ନ ଯେଉଁଥିରେ ମାଂସପେଶି ଚଳପ୍ରଚଳରେ ସମନ୍ୱୟର ଅଭାବ ଦେଖାଯାଏ । / From Wikipedia, the free encyclopedia
ଆଟାକ୍ସିଆ ହେଉଛି ଏକ ସ୍ନାୟୁରୋଗ ଚିହ୍ନ ଯେଉଁଥିରେ ମାଂସପେଶି ଚଳପ୍ରଚଳରେ ସମନ୍ୱୟର ଅଭାବ ଦେଖାଯାଏ । [1] ଏହା ଫଳରେ ଚାଲିବାରେ ଅସୁବିଧା, କଥାବାର୍ତ୍ତା କରିବାରେ ଅସୁବିଧା ଓ ଅସ୍ୱାଭାବିକ ଚକ୍ଷୁ ଚଳନ ଦେଖାଯାଏ | [1] ଏହି ରୋଗ ଜଟିଳ ହେଲେ ଅଣନିଶ୍ୱାସ, ଚାପ ଘାଆ ବା ଅବସାଦ ଦେଖାଯାଇପାରେ | [1]
Ataxia | |
---|---|
![]() A form of ataxia commonly occurs in Parkinson's disease | |
ବିଭାଗ | Neurology |
ଲକ୍ଷଣ | Trouble walking, trouble talking, abnormal eye movements[1] |
କାରଣ | Alcohol, brain tumors, stroke, multiple sclerosis, hypothyroidism, head injury, certain medications, certain genetic conditions[1] |
ଚିକିତ୍ସା | Depends on the underlying cause[1] |
ଏହା ମଦ୍ୟପାନ, ମସ୍ତିଷ୍କ ଅର୍ବୁଦ, ଷ୍ଟ୍ରୋକ୍, ଏକାଧିକ ସ୍କ୍ଲେରୋସିସ୍, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା ହାଇପୋଥାଇରଏଡିଜ୍ମ , ମୁଣ୍ଡ ଆଘାତ, କିଛି ଔଷଧ ଏବଂ କେତେକ ଜେନେଟିକ୍ ଅବସ୍ଥା ହେତୁ ଏହା ହୋଇପାରେ | [1] ଜେନେଟିକ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ ଫ୍ରେଡରିକ ଆଟାକ୍ସିଆ ଏବଂ ଉଇଲସନ ରୋଗ ଉଲ୍ଲେଖନୀୟ ।[1] ଗତିବିଧି ସମନ୍ୱିତ କରୁଥବା ସ୍ନାୟୁ ମଣ୍ଡଳୀର ସମସ୍ୟା ଯୋଗୁ ଏହି ରୋଗ ଉପୁଜେ | [1] ଏହାର ତିନି ଉପବିଭାଗ ଅଛି, ଯଥା: - ସେରେବେଲାର, ସେନ୍ସରି ଓ ଭେଷ୍ଟିବୁଲାର | [1]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [1] ଉତ୍ତରାଧିକାରୀ ସୂତ୍ରରେ ଆସିଥିବା ରୋଗ ଆରୋଗ୍ୟ ହୁଏ ନାହିଁ । [1] ଏହି ଅବସ୍ଥାର ପରିଚାଳନା ପାଇଁ ଚାଲିବା ଉପକରଣ ଏବଂ ଫିଜିଓଥେରାପି ଆବଶ୍ୟକ ହୁଏ । [1] ୧00,000 ପିଲାଙ୍କ ମଧ୍ୟରୁ ଆଟାକ୍ସିଆ ପ୍ରାୟ ୨୬ ଜଣକୁ ପ୍ରଭାବିତ କରିଥାଏ | [1] ଏହି ଶବ୍ଦଟି ଗ୍ରୀକ ଭାଷାରୁ ଆସିଛି α- [ଏକ ନକାରାତ୍ମକ ଉପସର୍ଗ] + -τάξις [କ୍ରମ] = "କ୍ରମର ଅଭାବ" | [2]