ଆଡିସନ୍ ରୋଗ, ଅନ୍ୟ ନାମ ପ୍ରାଇମେରୀ ଆଡ୍ରେନାଲ ଇନ୍ସଫିସିଏନ୍ସି (ଇଂରାଜୀ ଭାଷାରେ primary adrenal insufficiency, ଏକ ଦୀର୍ଘକାଳୀନ ଅନ୍ତସ୍ରାବୀ ବେମାରୀ ଯେଉଁଥିରେ ଆଡ୍ରେନାଲ ଗ୍ରନ୍ଥି ଯଥେଷ୍ଟ ସ୍ଟିରଏଡ ହରମୋନ ପ୍ରସ୍ତୁତ କରିପାରେ ନାହିଁ ।[1] ଏଥିରେ ଲକ୍ଷଣ ଧୀରେ ଧୀରେ ପ୍ରକାଶ ପାଏ ଯେଉଁଥିରେ ଦୁର୍ବଳ ଲାଗେ, ଉଦର ଯନ୍ତ୍ରଣା ଓ ଓଜନ ହ୍ରାସ ହୁଏ । କେତେକ ସ୍ଥାନରେ ଚର୍ମ କଳା ହୋଇଯାଏ । କେତେକ ଅବସ୍ଥାରେ ଆଡ୍ରେନାଲ କ୍ରାଇସିସ୍ ହୁଏ ଯେଉଁଥିରେ ନିମ୍ନ ରକ୍ତଚାପ, ବାନ୍ତି, କଟି ଯନ୍ତ୍ରଣା ଓ ଚେତନା ଶୂନ୍ୟ ଅବସ୍ଥା ହୁଏ । ଆଘାତ, ଅପରେଶନ ବା ସଂକ୍ରମଣ ଯୋଗୁ ଆଡ୍ରେନାଲ୍ କ୍ରାଇସିସ୍ ସକ୍ରିୟ ହୁଏ ।[1]
ଆଡିସନ୍'s ରୋଗ | |
---|---|
Addison disease, chronic adrenal insufficiency, hypocortisolism, hypoadrenalism, primary adrenal insufficiency[1] | |
ଫାଇଲ:Addisons hyperpigmentation.jpg | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E27.1-E27.2 |
ଆଇସିଡ଼ି-୯-ସିଏମ୍ | 255.4 |
ରୋଗ ଡାଟାବେସ | 222 |
ମେଡ଼ିସିନ-ପ୍ଲସ | 000378 |
ଇ-ମେଡ଼ିସିନ | med/42 |
Patient UK | ଆଡିସନ୍'s ରୋଗ |
MeSH | D000224 |
ଆଡ୍ରେନାଲ ଅନ୍ତସ୍ରାବୀ ଗ୍ରନ୍ଥିରୁ ଯଥେଷ୍ଟ ସ୍ଟିରଏଡ ହରମୋନ କର୍ଟଜୋଲ ଓ ସମ୍ଭବତଃ ଆଲ୍ଡୋସ୍ଟିରନ୍ ପ୍ରସ୍ତୁତ ନ ହେଲେ ଆଡିସନ୍ ରୋଗ ସୃଷ୍ଟି ହୁଏ ।[1] ବିକଶିତ ଦେଶମାନଙ୍କରେ ଆଡ୍ରେନାଲ ଗ୍ରନ୍ଥି ନିଜ ଇମ୍ମ୍ୟୁନିଟ ସିସ୍ଟମଦ୍ୱାରା ନଷ୍ଟ ହେଲେ ଓ ବିକାଶଶୀଳ ଦେଶମାନଙ୍କରେ ଯକ୍ଷ୍ମା ରୋଗଦ୍ୱାରା କ୍ଷୟ ହେଲେ ଏହି ଆଡିସନ୍ ରୋଗ ହେବା ସମ୍ଭାବନା ରହେ ।[2] ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ଔଷଧ, ପୂତି (sepsis), ଓ ଆଡ୍ରେନାଲ ଗ୍ରନ୍ଥି ଭିତରେ ରକ୍ତସ୍ରାବ ଯୋଗୁ ଏହି ରୋଗ ହୁଏ ।[1][2] ପିଟୁଇଟାରି ଗ୍ରନ୍ଥିରୁ ଏସିଟିଏଚ ଓ ହାଇପୋଥାଲାମସ୍ରୁ କର୍ଟିକୋଟ୍ରପିନ ରିଲିଜିଙ୍ଗ ହରମୋନ୍ ସ୍ରାବ ଯଥେଷ୍ଟ ନ ହେଲେ ଗୌଣ (secondary) ଆଡ୍ରେନାଲ ଅଭାବ ସୃଷ୍ଟି ହୁଏ । ଏହି ପାର୍ଥକ୍ୟ ସତ୍ତ୍ୱେ ଯେ କୌଣସି ପ୍ରକାର ଆଡ୍ରେନାଲ ଅଭାବ ହେଲେ ଆଡ୍ରେନାଲ କ୍ରାଇସିସ୍ ହୁଏ । ରକ୍ତ ଓ ପରିସ୍ରା ପରୀକ୍ଷା ତଥା ମେଡିକାଲ ଇମେଜିଙ୍ଗଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[1]
ଅଭାବ ଥିବା ହରମୋନ ଭରଣା କରିବା ହିଁ ଏହାର ଚିକିତ୍ସା ।[1] ଏହି ରୋଗୀଙ୍କୁ ହାଇଡ୍ରୋକର୍ଟିଜୋନ ଓ ଫ୍ଲଡ୍ରୋକର୍ଟିଜୋନ ଭଳି କର୍ଟିକୋସ୍ଟିରଏଡ ଦିଆଯାଏ ।[1][3] ଏହି ଔଷଧ ପାଟିରେ ଦିଆଯାଏ ।[1] ଏହି ରୋଗ ସକାଶେ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଆଜୀବନ ନିୟମିତ ଅନୁସରଣ ଓ ନିୟନ୍ତ୍ରଣ ଚିକିତ୍ସା ଆବଶ୍ୟକ ହୁଏ । [4] କେତେକ ଲୋକଙ୍କର ଅଧିକ ଲବଣଯୁକ୍ତ ଖାଦ୍ୟ ଆବଶ୍ୟକ ହୁଏ । ଲକ୍ଷଣ ଖରାପ ଦିଗକୁ ଗତି କଲେ କର୍ଟିକୋସ୍ଟିରଏଡ ଇଞ୍ଜେକସନ ଦିଆଯାଏ ଓ ଏହି ଇଞ୍ଜେକସନରୁ ଗୋଟିଏ ସର୍ବଦା ପାଖରେ ରଖିବା ଆବଶ୍ୟକ ହୁଏ । ବେଳେ ବେଳେ ବହୁତ ପରିମାଣର ଡେକ୍ସଟ୍ରୋଜ ସହିତ ଶିରାଭ୍ୟନ୍ତର ତରଳ ପଦାର୍ଥ ଆବଶ୍ୟକ ହୁଏ । ଚିକିତ୍ସା ନ କଲେ ଆଡ୍ରେନାଲ କ୍ରାଇସିସ୍ ହୋଇ ମୃତ୍ୟୁ ହୁଏ ।[1]
ବିକଶିତ ଦେଶମାନଙ୍କରେ ଆଡିସନ୍ ରୋଗ ପ୍ରାୟ ୧୦,୦୦୦ ଲୋକରେ ୦.୯ରୁ ୧.୪ ଜଣକୁ ଆକ୍ରମଣ କରେ ।[1][5] ମଧ୍ୟ ବୟସ୍କ ମହିଳାମାନଙ୍କୁ ଏହା ଅଧିକ ଆକ୍ରମଣ କରେ ।[1] ଗୌଣ ଆଡ୍ରେନାଲ ଅଭାବ ଅଧିକ ସାଧାରଣ ରୋଗ ।[5] ଦୀର୍ଘକାଳୀନ ଚିକିତ୍ସା ଫଳ ଭଲ ହୁଏ ।[6] ସନ ୧୮୫୫ରେ ଥୋମାସ ଆଡିସନ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[7] ଆଡିସୋନିଆନ ଶବ୍ଦ ଏହି ରୋଗର ଲକ୍ଷଣକୁ ଦେଖାଇବାକୁ ବା ଏହି ରୋଗୀଙ୍କୁ ଦର୍ଶାଇବାକୁ ବ୍ୟବହାର କରାଯାଏ । [8]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.