ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ From Wikipedia, the free encyclopedia
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ[1][2][3] । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ ।[4] ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[5] ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ ।[4] ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ ।[5] ଏହି ସମୟରେ ଓଜନ ହ୍ରାସ ହୁଏ ।[5]
ଏଚଆଇଭି/ଏଡସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | Bb20.htm+ b20 20 . – Bb20.htm+ b24 24 . |
ଆଇସିଡ଼ି-୯-ସିଏମ୍ | 042-044 |
ଓଏମ୍ଆଇଏମ୍ | 609423 |
ରୋଗ ଡାଟାବେସ | 5938 |
ମେଡ଼ିସିନ-ପ୍ଲସ | 000594 |
ଇ-ମେଡ଼ିସିନ | emerg/253 |
Patient UK | ଏଚଆଇଭି/ଏଡସ |
MeSH | D000163 |
ଏଚ୍.ଆଇ.ଭି ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା (ସ୍ୱାଭାବିକ ବା ଅସ୍ୱାଭାବିକ ଯୌନ ସମ୍ଭୋଗ), ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନଦ୍ୱାରା ଏହା ସଂକ୍ରମିତ ହୁଏ ।[6] ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ ।[7] । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ମାତା ଓ ଶିଶୁର ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା କଲେ ରୋଗର ଗତି ଧୀର ହୋଇଯାଏ ମୃତ୍ୟୁ ସଙ୍କଟ ଓ ଜଟିଳତା କମିଯାଏ ।[5][8] ରୋଗ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଏ । [9] ଚିକିତ୍ସା ବିହୁନେ ହାରାହାରି ବଞ୍ଚିବା ସମୟ ପ୍ରାୟ ୧୧ ବର୍ଷ ।[10]
ସନ ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ୧.୨ ମୃତ୍ୟୁ ହୋଇଥିଲା ।[4]ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସବ୍-ସାହାରା ଆଫ୍ରିକାରେ ରହୁଥିଲେ । [4] ଏହି ରୋଗର ଆବିଷ୍କାର ହେବା ଦିନଠାରୁ ସନ ୨୦୧୪ ପର୍ଯ୍ୟନ୍ତ ପୃଥିବୀରେ ୩୯ ନିୟୁତ ମୃତ୍ୟୁ ହୋଇସାରିଛି ।[11] ଏହି ରୋଗକୁ ଅଧୁନା ପାଣ୍ଡେମିକ ଶ୍ରେଣୀରେ ନିଆଯାଉଛି ଯାହାର ଅର୍ଥ ଏହା ଏକ ବିରାଟ କ୍ଷେତ୍ରରେ ଥାଏ ଓ ସକ୍ରିୟ ଭାବରେ ବାପେ ।[12] ଶେଷ ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହି ରୋଗ ପଶ୍ଚିମ-ମଧ୍ୟ ଆଫ୍ରିକାରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[13] ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନଦ୍ୱାରା ସନ ୧୯୮୧ରେ ଏହି ଚିହ୍ନଟ କରାଯାଇଥିଲା ଓ ପରବର୍ତ୍ତୀ ଶତାବ୍ଦୀର ପ୍ରାରମ୍ଭରେ ଏହାର କାରଣ ଚିହ୍ନଟ ହୋଇଥିଲା ।[14]
ଏଚଆଇଭି/ଏଡ୍ସ୍ର ସମାଜ ଉପରେ ରୋଗ ହିସାବରେ ଓ ବାଛ ବିଚାର ମୂଳକ ପ୍ରଭାବ ଅଛି ।[15] ଏହାର ମଧ୍ୟ ବିରାଟ ଅର୍ଥନୈତିକ ସଂଘାତ ଅଛି ।[15] ଏହା ସାଧାରଣ ସ୍ପର୍ଶଦ୍ୱାରା ସଞ୍ଚାରିତ ହେବାର ମିଥ୍ୟା ଧାରଣା ଲୋକଙ୍କ ମନରେ ଥାଏ ।[16] ଏହାର ଅନେକ ଧାର୍ମିକ ବିବାଦ ମଧ୍ୟ ଅଛି ଯାହା ମଧରେ କ୍ୟାଥୋଲିକ ଚର୍ଚ୍ଚ କଣ୍ଡୋମ ବ୍ୟବହାର ବିପକ୍ଷରେ ମତ ଦେଇଥିଲା ।[17] ଏହା ଆନ୍ତର୍ଜାତୀୟ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରିଥିଲା ଓ ସନ ୧୯୮୦ ପରଠାରୁ ଏହା ନିମନ୍ତେ ବିଶାଳ ଧରଣର ଧନ ଜମା କରାଯାଇଥିଲା ।[18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.