୨୦୧୧ କ୍ରିକେଟ ବିଶ୍ୱ କପ
From Wikipedia, the free encyclopedia
୨୦୧୧ ମସିହାରେ ହେଇଥିବା ICC କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ "man of the tournament ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା ।
ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ICCର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା ।