ୱାଲରସ
ଏକ ବଡ଼ ଆକାରର ପିନିପେଡ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ । / From Wikipedia, the free encyclopedia
ୱାଲରସ (ଇଂରାଜୀ ଭାଷାରେ The walrus (Odobenus rosmarus)) ଏକ ବଡ଼ ଆକାରର ପିନିପେଡ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ (flippered marine mammal) ଯିଏ ଉତ୍ତର ମେରୁର (North Pole) ଆର୍କଟିକ ସମୁଦ୍ର (Arctic Ocean) ଓ ଉତ୍ତର ଗୋଲାର୍ଦ୍ଧର (Northern Hemisphere) ସବଆର୍କଟିକ (subarctic) ସମୁଦ୍ରରେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ଓଡୋବେନିଡି (Odobenidae) ପରିବାରର ଓଡୋବେନସ ପ୍ରଜାତିର ଏହା ଏକମାତ୍ର ପ୍ରାଣୀ ଯିଏ ବଞ୍ଚିରହିଛି । ଏହି ପ୍ରଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯେପରିକି [2] ଆଟଲାଣ୍ଟିକ ମହାସାଗରରେ (Atlantic Ocean) ରହିଥିବା ଆଟଲାଣ୍ଟିକ ୱାଲରସ ଓ ପ୍ରଶାନ୍ତ ମହାସାଗରରେ ରହiଥିବା ପାସିଫିକ ୱାଲରସ ।
Walrus ଜୀବାଶ୍ମ କାଳ: Pleistocene to Recent | |
---|---|
Male Pacific walrus | |
Female Pacific walrus with young | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଗଣ: | କାର୍ନିଭୋରା |
Clade: | Pinnipediformes |
Clade: | Pinnipedia |
Family: | Odobenidae |
Genus: | Odobenus Brisson, 1762 |
ଜାତି: | O. rosmarus |
ବାଇନୋମିଆଲ ନାମ | |
Odobenus rosmarus (Linnaeus, 1758) | |
Subspecies | |
O. rosmarus rosmarus | |
Distribution of walrus | |
Synonyms | |
ବୟଃପ୍ରାପ୍ତ ୱାଲରସର ବଡ଼ ଲମ୍ବା ଦାନ୍ତ (tusk) ଓ ଲମ୍ବା ଲୋମ (whiskers) ସହିତ ଅଧିକ ସ୍ନାୟୁ ସଂଯୁକ୍ତ ହୋଇଥିବା ବଡ଼ ହେୟାର ଫଲିକ୍ଲ ଓ ବିରାଟକାୟ ଶରୀର ଥାଏ ଯାହାର ଓଜନ ପ୍ରାୟ ୨୦୦୦ କେଜି ବା ୪୪୦୦ ପାଉଣ୍ଡ ହୁଏ । [3] କେବଳ ଦୁଇ ପ୍ରଜାତିର ହସ୍ତୀ ସିଲଙ୍କର (elephant seals) ଏହାଠାରୁ ଅଧିକ ଓଜନ ହୁଏ । [4] ଏମାନେ କଣ୍ଟିନେଣ୍ଟାଲ ସେଲ୍ଫ (continental shelves) ଉପରେ ଅଗଭୀର ଜଳରେ ବାସ କରନ୍ତି, ସାମୁଦ୍ରିକ ବରଫ ଉପରେ ରହି ତାଙ୍କ ଖାଦ୍ୟ (benthic bivalve mollusk) ଯୋଗାଡ଼ କରନ୍ତି । ୱାଲରସ ବହୁତ ବର୍ଷ ବଞ୍ଚିରହନ୍ତି, ସାମାଜିକ ପ୍ରାଣୀ ଓ ଆର୍କଟିକ ସମୁଦ୍ରିକ ସ୍ଥାନରେ ସେମାନଙ୍କୁ କିସ୍ଟୋନ ପ୍ରଜାତି (keystone species) କୁହାଯାଏ ।
ଅନେକ ମେରୁ ଅଞ୍ଚଳୀୟ ଆଦିମ ଅଧିବାସୀମାନଙ୍କର (indigenous Arctic peoples) ସଂସ୍କୃତିରେ ୱାଲରସ ଏକ ମୁଖ୍ୟ ଭୂମିକା ନିର୍ବାହ କରିଆସିଛି, ସେମାନେ ମାଂସ, ଚର୍ବି, ଚମଡ଼ା, ଦାନ୍ତ ଓ ହାଡ଼ ନିମନ୍ତେ ଏହାକୁ ମାରିଦିଅନ୍ତି । ଊନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ଲବର (blubber), ଦାନ୍ତ (walrus ivory) ଓ ମାଂସ ନିମନ୍ତେ ୱାଲରସକୁ ବିପୁଳ ପରିମାଣରେ ଶିକାର କରି ମାରିଦିଆଯାଉଥିଲେ । ମେରୁ ଅଞ୍ଚଳରେ ଏହାର ସଂଖ୍ୟା ଦୃତ ଗତିରେ କମିଗଲା । ଆଗ ଭଳି ମାନବ ଅତ୍ୟାଚାର କମ୍ ଥିବାରୁ ଅପେକ୍ଷାକୃତ ଭାବରେ ଏହା ପରେ ୱାଲରସ ସଂଖ୍ୟା ବଢ଼ୁଛି ।