ୱାରଫାରିନ
From Wikipedia, the free encyclopedia
ୱାରଫାରିନ (ଇଂରାଜୀ ଭାଷାରେ Warfarin, ବିକ୍ରୟ ନାମ କୁମାଡିନ) ଏକ ଔଷଧ ଯାହା ଏକ ରକ୍ତ ଜମାଟ ବିରୋଧୀ (anticoagulant ବା blood thinner) ।[3] ରକ୍ତ ଜମାଟ (blood clots) ବାନ୍ଧୁଥିବା ରୋଗମାନଙ୍କରେ ଏହା ବ୍ୟବହାର କରାଯାଏ ଯେପରିକି ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆଟ୍ରିଆଲ ଫିବ୍ରିଲେସନ (atrial fibrillation), ଭାଲଭୁଲାର ହାର୍ଟ ଡିଜିଜ (valvular heart disease) ବା ଆର୍ଟିଫିସିଆଲ ହାର୍ଟ ଭଲ୍ଭ (artificial heart valves) ରୋଗମାନଙ୍କରେ ସମ୍ଭାବିତ ସ୍ଟ୍ରୋକ୍ର (stroke) ପ୍ରତିଷେଧ ନିମନ୍ତେ ଦିଆଯାଏ ।[3] ଅସାଧାରଣ ଭାବରେ ଏସଟି-ସେଗମେଣ୍ଟ ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାରକ୍ସନ (ST-segment elevation myocardial infarction ବା STEMI) ଓ ଅର୍ଥୋପେଡିକ ଅପରେଶନରେ (orthopedic surgery) ବ୍ୟବହାର କରାଯାଏ ।[3] ଏହି ଔଷଧ ପାଟିରେ ଦେଲେ ମଧ୍ୟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଇପାରେ ।[3]
Clinical data | |
---|---|
Pronunciation | /ˈwɔːrfəˌrɪn/ WORF-ə-rin |
Trade names | Coumadin, others |
AHFS/Drugs.com | monograph |
MedlinePlus | a682277 |
data |
|
Pregnancy category |
|
Routes of administration | By mouth or intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 79-100% (by mouth)[1] |
Protein binding | 99%[2] |
Metabolism | Liver: CYP2C9, 2C19, 2C8, 2C18, 1A2 and 3A4[2] |
Elimination half-life | 20-60 hours (mean: 40 hours)[2] |
Excretion | Kidney (92%)[2] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.001.253 |
Chemical and physical data | |
Formula | C19H16O4 |
Molar mass | 308.33 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏଥିରେ ସାଧାରଣତଃ ରକ୍ତସ୍ରାବ bleeding ହୁଏ । କେତେକ କ୍ଷେତ୍ରରେ ତନ୍ତୁ କ୍ଷୟ (tissue damage) ଓ ପର୍ପ୍ଲ ଟୋଜ ସିଣ୍ଡ୍ରୋମ (purple toes syndrome) ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ୱାରଫାରିନ ପାଉଥିବା ରୋଗୀର ପ୍ରୋଥ୍ରୋମ୍ବିନ ଟାଇମ (prothrombin time ବା INR) ପ୍ରତ୍ୟେକ ୧ରୁ ୪ ସପ୍ତାହରେ ପରୀକ୍ଷା କରିବା ଆବଶ୍ୟକ ।[3] ୱାରଫାରିନ ସହିତ କେତେକ ଖାଦ୍ୟ (dietary factors) ଓ ଔଷଧ ପ୍ରତିକ୍ରିୟା କରି ତାହାର ପ୍ରଭାବକୁ କମ୍ ବା ବେଶୀ କରନ୍ତି । [3][4] ଫାଇଟୋନାଡିଅନ (phytonadione ବା vitamin K1), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma) ବା ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ ଆଦି ଔଷଧମାନଙ୍କଦ୍ୱାରା ଏହାର ପ୍ରଭାବକୁ ବିପରୀତମୁଖି କରିହୁଏ ।[4]
ରକ୍ତ ଜମାଟ କରିବା କାର୍ଯ୍ୟବିଧିକୁ ୱାରଫାରିନ କମେଇଦିଏ ଓ ଏହା ଏକ ଏଞ୍ଜାଇମ (enzyme) ଭିଟାମିନ କେ ଇପୋକ୍ସାଇଡ ରିଡକ୍ଟେଜକୁ (vitamin K epoxide reductase) ଅବରୋଧ କରିବାଦ୍ୱାରା ରକ୍ତ ଜମାଟ (blood clotting) କମେଇଦିଏ କାରଣ ଏହା ଭିଟାମିନ କେ୧କୁ ରିଆକ୍ଟିଭେଟ କରେ । [4] ଭିଟାମିନ କେ୧ ବିନା ଅନ୍ୟାନ୍ୟ ଫ୍ୟାକ୍ଟର ଯେପରିକି ୨, ୭, ୯ ଓ ୧୦ ଫ୍ୟାକ୍ଟରମାନଙ୍କର ଯଥେଷ୍ଟ ଜମାଟ କରିବା ଶକ୍ତି ନଥାଏ ।[4] ଆଣ୍ଟିକ୍ଲଟିଙ୍ଗ ପ୍ରୋଟିନ ସି (protein C) ଓ ପ୍ରୋଟିନ ଏସ (protein S) ମଧ୍ୟ ଅଳ୍ପ ମାତ୍ରାରେ ଅବରୋଧ ହୋଇଯାଏ ।[4] ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ କିଛି ଦିନ ଲାଗିପାରେ ଓ ୫ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । [5][3]
ସନ ୧୯୪୮ରେ ୱାରଫାରିନ ପ୍ରଥମେ ବ୍ୟବସାୟୀକ ଭିତ୍ତିରେ ମୂଷାମାରୀ (rat poison) ଭାବରେ ବ୍ୟବହାର କରାଗଲା ।[6] ସନ ୧୯୫୪ରେ ଚିକିତ୍ସା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବହାର କରାଗଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[8] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୧.୧୨ରୁ ୭.୨୦ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୨୫ ଡଲାରରୁ କମ୍ ।[10]