ଭାରତୀୟ ସମ୍ବିଧାର ଏକ ଧାରା From Wikipedia, the free encyclopedia
ଭାରତୀୟ ସଂସଦର ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ୧୯୫୫ ନାଗରିକତା ନିୟମର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ ।[2] ଏଥି ପାଇଁ ଯୋଗ୍ୟ ସଂଖ୍ୟାଲଘୁମାନେ ହେଲେ ହିନ୍ଦୁ ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ।[2] ମୁସଲିମମାନେ ଏଥି ପାଇଁ ଯୋଗ୍ୟ ନୁହଁନ୍ତି ।[3][4][5][6][7] ଏଥି ପାଇଁ ଯୋଗ୍ୟ ବିବେଚିତ ହେବା ନିମନ୍ତେ ପ୍ରାର୍ଥୀମାନେ ୨୦୧୪ ଡିସେମ୍ବର ୩୧ ଆଗରୁ ଭାରତରେ ପ୍ରବେଶ କରିଥିବା ଓ ନିଜ ମୂଳ ଦେଶରେ "ଧର୍ମଗତ ଅତ୍ୟାଚାର ସହିଥିବା ବା ଧର୍ମଗତ ଅତ୍ୟାଚାରର ଭୟ ଥିବା" ବିଧେୟ ।[lower-alpha 1] ଏହି ନିୟମ ଉପୋରକ୍ତ ସଂଖ୍ୟାଲଘୁମାନଙ୍କ ପାଇଁ ନାଗରିକତାର ଆବଶ୍ୟକତାକୁ କୋହଳ କରି ୧୧ ବର୍ଷରୁ ୫ ବର୍ଷ କରିଥିଲା [10]
୨୦୧୯ ନାଗରିକତା (ସଂଶୋଧନୀ) ନିୟମ | |
---|---|
ଭାରତୀୟ ସଂସଦ | |
୧୯୫୫ ନାଗରିକତା (ସଂଶୋଧନୀ) ନିୟମର ଏକ ସଂଶୋଧନ । | |
ଆଧାର | ୨୦୧୯ର ୪୭ ନଂ ନିୟମ |
ନିୟମାକାରକ | ଲୋକ ସଭା |
Date passed | 10 ଡିସେମ୍ବର 2019 |
Enacted by | ରାଜ୍ୟ ସଭା |
Date passed | 11 ଡିସେମ୍ବର 2019 |
Date assented to | 12 ଡିସେମ୍ବର 2019 |
Date signed | 12 ଡିସେମ୍ବର 2019 |
Signed by | ରାମ ନାଥ କୋବିନ୍ଦ ଭାରତୀୟ ରାଷ୍ଟ୍ରପତି |
Date effective | ଏବେ ଯାଏ ନୁହେଁ; ସରକାରଙ୍କଦ୍ୱାରା ଏକ ମନୋନୀତ ତାରିକ ସୂଚିତ କରାଯିବ ।[1] |
ପରିଚାଳିକା ଇତିହାସ | |
Bill introduced in the ଲୋକ ସଭା | ୨୦୧୯ ନାଗରିକତା (ସଂଶୋଧନୀ) ବିଧେୟକ |
ବିଲ ଟୀକା | ୨୦୧୯ର ୩୭୦ ନଂ ବିଧେୟକ |
Bill published on | 9 ଡିସେମ୍ବର 2019 |
Introduced by | ଅମିତ ଶାହା ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ |
First reading | 9 ଡିସେମ୍ବର 2019 |
Second reading | 10 ଡିସେମ୍ବର 2019 |
Third reading | 11 ଡିସେମ୍ବର 2019 |
Status: Unknown |
କ୍ଷମତାସୀନ ଭାରତୀୟ ଜନତା ପାର୍ଟି ତା'ର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ତାହା ହିନ୍ଦୁ ଶରଣାର୍ଥୀମାନଙ୍କୁ ଏକ ପ୍ରାକୃତିକ ବାସଭୂମି ଯୋଗାଇବ ।[11] ସେହି ଦିନରୁ ଏହି ଭଳି ଶରଣାର୍ଥୀମାନଙ୍କ ବାବଦରେ ଖବର ପ୍ରକାଶ ପାଇଆସୁଥିଲା ।[12][13] ୨୦୧୫ରେ ସରକାର ଏଭଳି ଶରଣାର୍ଥୀମାନଙ୍କୁ ସେମାନଙ୍କ ଯାତାୟତ ନଥି ଓ ଦୀର୍ଘମିଆଦି ଭିସା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ଆରମ୍ଭ କରିଥିଲା ।[14] ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁସାରେ ପ୍ରାୟ ସମସ୍ତ ହିନ୍ଦୁ କିମ୍ବା ଶିଖ ଧର୍ମାବଲମ୍ବୀ ଥିବା ୩୦,୦୦୦ ଶରଣାର୍ଥୀ ଏହି ନିୟମ ସଂଶୋଧନୀଦ୍ୱାରା ଉପକୃତ ହୋଇଛନ୍ତି ବା ହେବେ ।[15]
ଭାରତର ଧର୍ମନିରପେକ୍ଷ ସମ୍ବିଧାନ ଓ ତା'ର ୧୪ତମ ଧାରାର ଉଲ୍ଲଂଘନ କରୁଥିବାରୁ ଏହି ସଂଶୋଧନୀ ନିୟମ ଭାରତ ଓ ବିଦେଶରେ ସମାଲୋଚିତ ହୋଇଛି ।[16][17][18] ଏହାର ବିଲକୁ ବିରୋଧ କରି ଏକ ଆବେଦନ ୧,୦୦୦ ଜଣ ବୈଜ୍ଞାନିକ ଓ ଶିକ୍ଷାର୍ଥୀଙ୍କଦ୍ୱାରା ଦସ୍ତଖତ ହୋଇଥିଲା ।[19] ଏହି ନିୟମ ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତୀୟ ଧର୍ମଗତ ସ୍ୱାଧୀନତା କମିଶନଦ୍ୱାରା ସମାଲୋଚିତ ହୋଇଥିଲା ।[20][21] ଏହି ନିୟମର କେତେକ ସମାଲୋଚନାକାରୀଙ୍କ ମତରେ ନିୟମଟି ଧର୍ମଗତ ବୈଷମ୍ୟକୁ ଆଇନଗତ କରିଥାଏ ।[2][22][7]
ଆଇନଟି ପାରିତ ହେବା ପରେ ଭାରତରେ ବଡ଼ ଧରଣର ଧାରଣା ଆରମ୍ଭ ହୋଇଥିଲା ।[21] ମୁସଲିମ ଓ ଧର୍ମନିରପେକ୍ଷ ଦଳଗୁଡ଼ିକ ଧର୍ମଗତ ବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ । ଆସାମ ଓ ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଣ-ମୁସଲିମ ବେଆଇନ ଶରଣାର୍ଥୀ ସେମାନଙ୍କ ଅଞ୍ଚଳକୁ ଆସିବା ଭୟରେ ଆନ୍ଦୋଳନ କରିଥିଲେ ।[15]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.