୨୦୦୭ ICC ବିଶ୍ୱ T୨୦ କପ
From Wikipedia, the free encyclopedia
୨୦୦୭ ମସିହାରେ ପ୍ରଥମ ICC ଟି୨୦ ବିଶ୍ୱ କପର ଆରମ୍ଭ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକାରେ ୧୧ ସେପ୍ଟେମ୍ବର ୨୦୦୭ରୁ ୨୪ ସେପ୍ଟେମ୍ବର ୨୦୦୭ ଯାଏ ଅନୁଷ୍ଠିତ ହେଇଥିଲା । ଏହି ୧୩ ଦିବାସୀୟତୁର୍ଣାମେଣ୍ଟରେ ବିଶ୍ୱର ୧୨ ଦଳ ଅଂଶଗ୍ରହଣ କରିଥିଲେ । ୧୦ଟି ଟେଷ୍ଟ ମାନ୍ୟତା ପ୍ରାପ୍ତ ଦଳ ସହ ୨୦୦୭ ଯୋଗ୍ୟତା ପ୍ରତିଯୋଗୀତାରେ ବିଜୟୀ ହେଇଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ଭାଗନେଇଥିଲେ । ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଏହି ଟୁର୍ଣାମେଣ୍ଟ ଜିତିଥିଲା ।