୧୩ଶ ଲୋକ ସଭା
From Wikipedia, the free encyclopedia
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୩ଶ ଲୋକ ସଭାକୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।[1]
ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା ୧୨ଶ ଲୋକ ସଭାଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ ୧୪ଶ ଲୋକ ସଭା ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[2]