![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/96/JackXArik.png/640px-JackXArik.png&w=640&q=50)
ୟାଓଇ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
![Thumb image](http://upload.wikimedia.org/wikipedia/commons/thumb/9/96/JackXArik.png/640px-JackXArik.png)
ୟାଓଇ (/ˈjaʊi/; (ଜାପାନୀ: やおい) ଛାଞ୍ଚ:IPA-ja), ବୋଏଜ୍ ଲଭ୍ ବା ବୋଇଜ ରବୁ (ボーイズ ラブ) ବା ବିଏଲ (ビーエル: ବିଏର), ହେଉଛି ଜାପାନରେ ଉତ୍ପନ୍ନ କାଳ୍ପନିକ ମିଡିଆର ଏକ ବର୍ଗ ଯେଉଁଥିରେ ପୁରୁଷ ଚରିତ୍ରଙ୍କ ମଧ୍ଯରେ ସମଲିଙ୍ଗୀ ସମ୍ବନ୍ଧର ପରିକଳ୍ପନା କରାଯାଇ ଥାଏ ।[1] ସାଧାରଣତଃ ଏହା ନାରୀଙ୍କଦ୍ୱାରା ନାରୀଙ୍କ ପାଇଁ ତିଆରି କରାଯାଇ ଥାଏ । ଏହା ସମଲିଙ୍ଗୀ ଓ ଉଭୟଲିଙ୍ଗୀ ପୁରୁଷଙ୍କ ପ୍ରତି ନିର୍ଦ୍ଦେଶିତ ମିଡିଆଠାରୁ ଭିନ୍ନ; ଯେପରିକି ବାରା । କିନ୍ତୁ ଏହାପ୍ରତି ପୁରୁଷ ପାଠକମାନେ ମଧ୍ଯ ଆକର୍ଷିତ ହୋଇ ପାରନ୍ତି ଏବଂ ଏଗୁଡିକୁ ପୁରୁଷ ରଚତାମାନେ ମଧ୍ଯ ତିଆରି ପାରନ୍ତି । ଏହା ଅଧିନରେ ବହୁ ପ୍ରକାରର ମିଡିଆ ରହିଛି, ଯେପରିକି ମାଙ୍ଗା, ଆନିମେ, ଡ୍ରାମା ସିଡି, ଉପନ୍ୟାସ, ଖେଳ, ଫିଲ୍ମ ଏବଂ ଫାନ ପ୍ରଡକ୍ସନ ଆଦି ମିଡିଆ ରହିଛି । "ବୋଏଜ୍ ଲଭ୍" ଏବଂ ଏହାର ସଂକ୍ଷିପ୍ତ ରୂପ "ବିଏଲ", ଉଭୟ ଏହି ପ୍ରକାରର ମିଡିଆ ପାଇଁ ଜାତିଗତ ପଦ ରୂପେ ବ୍ଯବହୃତ ହୁଏ ।
ୟାଓଇରେ ସାଧାରଣତଃ ଚରିତ୍ରମାନଙ୍କୁ ତାଙ୍କ ଭୂମିକା ଆଧାରରେ "ସେମେ" (ଯୌନାଗ୍ରହୀ) ବା ଅନୁସରଣକାରୀ ଏବଂ "ଉକେ" ବା (ଯୌନାନୁଗୃହୀତ) ଅନୁସରିତବ୍ଯକ୍ତି । ୟାଓଇର ସାଧାରଣ ଥିମ୍ ଗୁଡ଼ିକ ହେଲା; ନିଷିଦ୍ଧ ସମ୍ବନ୍ଧ, ଧର୍ଷଣର ପ୍ରଦର୍ଶନ, ଦୁର୍ଘଟଣା, ଦୁର୍ବିପାକ ତଥା ହାସ୍ଯ । ୟାଓଇ ଏବଂ ବିଏଲରେ ବିଭିନ୍ନ ଧରଣର କାହାଣୀର ରଚନା କରାଯାଏ: ଯେପରିକି ଉଚ୍ଚବିଦ୍ୟାଳୟର ପ୍ରେମ କମେଡି, ପ୍ରାଚୀନ ଯୁଗ ଉପରେ ଆଧାରିତ ଡ୍ରାମା, ବୈଜ୍ଞାନିକ କଳ୍ପନା ଓ ଫାଣ୍ଟାସୀ, ଏବଂ ଜାସୂସୀ କଳ୍ପନା ଆଦି ।
ୟାଓଇର ଉତ୍ପତ୍ତି ଫାନ ସଂସ୍କୃତି ଓ ବାଣିଜ୍ଯିକ ପ୍ରକାଶନ ଆଦିରେ ରହିଛି । ଯେମ୍ସ ୱେଲ୍କରଙ୍କ ମତରେ ୟାଓଇ ଏକ ଜାପାନୀ ବାକ୍ଯ - "ୟାମା ନାଶୀ, ଓଚି ନାଶୀ, ଇମି ନାଶୀ"ର (ଅର୍ଥାତ୍ ଅନ୍ତ ନାହିଁ, ଅର୍ଥ ନାହିଁ, ତାତ୍ପର୍ଯ୍ୟ ନାହିଁ) ସଂକ୍ଷିପ୍ତ ରୂପ । ବାସ୍ତବରେ ୧୯୬୦ - ୧୯୭୦ରେ ଜାପାନରେ ସୃଷ୍ଟ ଦୋଜିଁଶୀ ସଂସ୍କୃତିରୁ ଏହାର ଉତ୍ପତ୍ତି ହୋଇଛି ।[2] ଏଥିରେ ଅଣବୃତ୍ତିଗତ ଅଣତାଲିମପ୍ରାପ୍ତ ମାଙ୍ଗା-ପ୍ରଶଂସକଙ୍କଦ୍ୱାରା ବହୁଳ ଆଦୃତ ମାଙ୍ଗା ତଥା ଅନ୍ଯାନ୍ଯ ମିଡିଆରୁ ପୁରୁଷ ଚରିତ୍ରକୁ ନେଇ ଏକ ହାସ୍ଯାନୁକୃତି କଳା ପ୍ରଦର୍ଶନ, ଯେଉଁଥିରେ ପୁରୁଷଙ୍କ ମଧ୍ଯରେ ସମଲିଙ୍ଗୀ ଯୌନୋତ୍ତେଜକ ସମ୍ବନ୍ଧ ପ୍ରଦର୍ଶିତ ହୋଇଥାଏ ।[3]
ୟାଓଇରେ ପ୍ରଦର୍ଶିତ ସାଧାରଣ ଥିମଗୁଡ଼ିକ ହେଲା; ଉଭୟ ସ୍ତ୍ରୀ ପୁରୁଷ ଗୁଣ ଥିବା ଅତି ସୁନ୍ଦର ପୁରୁଷ ବା ବିଶୋନେନ୍, ନାରୀ ଚରିତ୍ରମାନଙ୍କ ଖୁବ୍ କମ୍ ଉପସ୍ଥିତି, ସମଲିଙ୍ଗୀ ସାମାଜିକତା ଉପରେ ଜୋର ଦେଉଥିବା ବର୍ଣ୍ଣନା, ସମଲିଙ୍ଗୀ ବିରୋଧୀ କଥାକୁ ଆକ୍ଷେପ କରିବା ଆଦି ।