ସଂକ୍ରାମକ ରୋଗ From Wikipedia, the free encyclopedia
ୟଜ (ଇଂରାଜୀରେYaws) (ଅନ୍ୟ ନାମ ଫ୍ରାମ୍ବେସିଆଟ୍ରୋପିକା, ଥାଇମୋସିସ, ପୋଲିପାପିଲାମୋଟ୍ରୋପିକମ, ପରଙ୍ଗି, ବାଉବା, ଫ୍ରମ୍ବୋସି ଓ ପିଆନ; ଇଂରାଜୀରେ ଯଥାକ୍ରମେ frambesiatropica, thymosis, polypapillomatropicum, parangi, bouba, frambösie,[1] ଓ pian[2]) ଏକ ଗ୍ରଷ୍ମମଣ୍ଡଳୀୟ ସଂକ୍ରମଣ ରୋଗ ଯାହା ଚର୍ମ, ହାଡ଼ ଓ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଓ ସ୍ପାଇରୋକିଟ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ହୁଏ ।[3][4] ରୋଗ ଆରମ୍ଭ ହେଲେ ଚର୍ମରେ ୨ରୁ ୫ ସେମି ବିଶିଷ୍ଟ ଗୋଟିଏ ଟାଣ ଗୋଲାକାର ଫୁଲା (swelling) ହୁଏ । [4] ଏହି ଫୁଲାଟିର ମଧ୍ୟଭାଗ ଖୋଲିଯାଇ ଘାଆ ହୋଇଯାଇପାରେ ।[4] ଏହି ପ୍ରାରମ୍ଭିକ ରୋଗ ୩ରୁ ୬ ମାସ ମଧ୍ୟରେ ଶୁଖିଯାଏ । [5] କିଛି ସପ୍ତାହରୁ କିଛି ବର୍ଷ ପଶ୍ଚାତ ଗଣ୍ଠି ଓ ହାଡ଼ରେ ଯନ୍ତ୍ରଣା ହୁଏ, ଥକ୍କାଣ ହୁଏ ଓ ନୂଆ ଚର୍ମ ଲକ୍ଷଣ ବାହାରେ ।[4] ହାତ ପାପୁଲି ଓ ପାଦତଳ ଘାଆ ହୋଇଯାଏ ।[5] ନାକ ହାଡ଼ର ଆକାର ବଦଳି ଯାଏ ।[5] ପାଞ୍ଚ ବର୍ଷ ବା ପରେ ବଡ଼ ଆକାରର ଚର୍ମ ମରିଯାଇ ଶୁଖି ସ୍କାର ହୁଏ ।[4]
ୟଜ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A66. |
ଆଇସିଡ଼ି-୯-ସିଏମ୍ | 102 |
ମେଡ଼ିସିନ-ପ୍ଲସ | 001341 |
ୟଜ ସଂକ୍ରମିତ ଲୋକର ଲିଜନରୁ ନିର୍ଗତ ତରଳପଦାର୍ଥ ସହ ସିଧା ସଂସ୍ପର୍ଷରେ ଆସିଲେ ଏହି ରୋଗ ଦିଏଁ ।[5] ଏହା ଏକ ଅଯୌନିକ ରୋଗ ।[5] ଏହା ପିଲାମାନଙ୍କୁ ଅଧିକ ଧରେ, ସାଥୀ ହୋଇ ଖେଳିବା ସମୟରେ ବ୍ୟାପେ । [4] ଅନ୍ୟ ସମ୍ପର୍କିତ ରୋଗମାନଙ୍କର ନାମ ବେଜେଲ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ଏଣ୍ଡେମିକମ, ଇଂରାଜୀରେTreponema pallidum endemicum), ପିଣ୍ଟା (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ କାରାଟିଅମ ଇଂରାଜୀରେ Treponema pallidum carateum) ଓ ସିଫିଲିସ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ପାଲିଡମ ଇଂରାଜୀରେ Treponema pallidum pallidum) ।[5] ଏହାର ଆକୃତି ଓ ଲକ୍ଷଣ ଦେଖିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[5] ରକ୍ତ ଆଣ୍ଟିବଡି ପରୀକ୍ଷା ଉପକାରୀ ହୋଇପାରେ କିନ୍ତୁ ପୂର୍ବତନ ଓ ଏବେକାର ରୋଗ ଫରକ ଜଣେଇ ପାରେନାହିଁ । [5] ପଲିମରେଜ ଚେନ ରିଆକ୍ସନ (Polymerase chain reaction ବା PCR) ଏହାର ସଠିକ ନିର୍ଣ୍ଣୟାତ୍ମକ ପରୀକ୍ଷା ।[5]
ରୋଗୀଙ୍କୁ ଆରୋଗ୍ୟ କରି ରୋଗ ବ୍ୟାପିବା ସଙ୍କଟ ଦୂର କରି ପ୍ରତିରୋଧ କରିବାହିଁ ଆଶିଂକ ସଠିକ୍ ପଦ୍ଧତି ।[5] ବ୍ୟାପକ ରୋଗ ହେଉଥିବା ସ୍ଥାନରେ ସମୁଦାୟ କମ୍ମ୍ୟୁନିଟି ଲୋକଙ୍କୁ ଚିକିତ୍ସା କରିବା ଫଳପ୍ରଦ ହୁଏ ।[5] ପରିଚ୍ଛନତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିପାରିଲେ ରୋଗ ବ୍ୟାପିବା କମିଯାଏ ।[5] ପାଟିବାଟେ ଆଜିଥ୍ରୋମାଇସିନ ଆଣ୍ଟିବାୟୋଟିକ ଦେଇ ଓ ବେଞ୍ଜାଥିନ ପେନିସିଲିନ ଇଞ୍ଜେକସନ ଦେଇ ଏହାର ଚିକିତ୍ସା କରାଯାଏ ।[5] ଚିକିତ୍ସା ନ କଲେ ଶାରୀରିକ ବକ୍ରତା ୧୦ % ରୋଗୀଙ୍କର ଦେଖାଯାଏ ।[5]
ସନ ୨୦୧୨ର ଆକଳନ ଅନୁସାରେ ୧୪ଟି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ୟଜ ରୋଗ ସାଧାରଣତଃ ଦେଖାଯାଏ । [4][5] ଏହି ରୋଗ କେବଳ ମନୁଷ୍ୟକୁ ଆକ୍ରମଣ କରେ ।[5] ସନ ୧୯୫୦ ଓ ୧୯୬୦ ଦଶକରେ ଡବ୍ଲ୍ୟୁ.ଏଚ.ଓ. ଏହି ରୋଗକୁ ପ୍ରାୟ ନିର୍ମୂଳ କରିଦେଇଥିଲେ ।[5] ସେହି ସମୟଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରୁ ଆଉଥରେ ଡବ୍ଲ୍ୟୁ.ଏଚ.ଓ. ଏହାକୁ ୨୦୨୦ ମସିହା ସୁଦ୍ଧା ନିର୍ମୂଳ କରିବା ଲକ୍ଷ ରଖିଛି । [5] ଶେଷ ବିସାବ ଅନୁସାରେ ୧୯୯୫ ମସିହା ସୁଦ୍ଧା ୫୦୦୦୦୦ ଲୋକ ସଂକ୍ରମିତ ହୋଇଥିଲେ । [3] ଏହି ରୋଗର ବର୍ଣ୍ଣନା ପ୍ରଥମେ ୧୬୭୯ ମସିହାରେ ହୋଇଥିଲେ ମଧ୍ୟ ଆର୍କିଓଲୋଜିକାଲ ସର୍ଭେଦ୍ୱାରା ଏହି ରୋଗ ୧.୬ ନିୟୁତ ବର୍ଷ ପୂର୍ବେ ମାନବଙ୍କୁ ଆକ୍ରମଣ କରୁଥିବା ଜଣାଯାଉଛି । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.