ହୋକାଇଦୋ
From Wikipedia, the free encyclopedia
ହୋକାଇଦୋ (北海道), ହେଉଛି ଜାପାନର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଏବଂ ଏଥିରେ ଜାପାନର ବୃହତ୍ତମ ରାଜ୍ଯ ଅବସ୍ଥିତ ।[1] ତ୍ସୁଗାରୁ ପ୍ରଣାଳୀ, ହୋକାଇଦୋକୁ ହୋଁଶୁଠାରୁ ଅଲଗା କରିଥାଏ ଏବଂ ଦ୍ୱୀପ ଦ୍ୱୟ ପରସ୍ପର ସହ ଏକ ସାଗରଗର୍ଭୀ ରେଳପଥ - ସେଇକାଁ ଜୁଇଦୋଦ୍ୱାରା ସଂଯୁକ୍ତ ହୋଇଛି ।
Quick Facts ହୋକାଇଦୋ 北海道, ଜାପାନୀ transcription(s) ...
ହୋକାଇଦୋ
北海道 | |
---|---|
ଜାପାନୀ transcription(s) | |
• ଜାପାନୀ | 北海道 |
• ଓରାଜୀ | ହୋକାଇଦୋ |
ଦେଶ | ଜାପାନ |
ଅଞ୍ଚଳ | ହୋକାଇଦୋ |
ଦ୍ୱୀପ | ହୋକାଇଦୋ |
ରାଜଧାନୀ | ସାପ୍ପୋରୋ-ଶୀ |
ବୃହତ୍ତମ ସହର | ସାପ୍ପୋରୋ-ଶୀ |
ଉପବିଭାଜନ | List
|
Government | |
• ରାଜ୍ୟପାଳ | ସୁଜୁକି ନାଓମିଚି |
Area | |
• ସମୁଦାୟ | 83,423.84 km2 (32,210.12 sq mi) |
• Rank | ପ୍ରଥମ |
Population (୩୧ ମଇ ୨୦୧୯) | |
• Total | ୫୨୮୧୨୯୭ |
• Rank | ଅଷ୍ଟମ |
• Density | 63/km2 (160/sq mi) |
ISO 3166 code | JP-01 |
Website | www |
Symbols | |
ପକ୍ଷୀ | ତାଞ୍ଚୋ (ନାଲି-ମୁକୁଟ ସାରସ, ଗ୍ରୁସ ଜାପୋନେନ୍ସିସ) |
ପୁଷ୍ପ | ହାମାନାସୁ (ରିଉଗୋସା ଗୋଲାପ, ରୋଜା ରୁଗୋସା) |
ବୃକ୍ଷ | ଏଜୋମାତ୍ସୁ (ଯେଜୋ ସ୍ପ୍ରୁସ, ପିକିଏ ଯେଜୋଏନ୍ସିସ) |
Close
ସାପ୍ପୋରୋ-ଶୀ ହେଉଛି ହୋକାଇଦୋର ବୃହତ୍ତମ ସହର ତଥା ଏହାର ରାଜଧାନୀ । ଏହା ମଧ୍ଯ ହୋକାଇଦୋର ଏକମାତ୍ର ଆଦେଶ ନିର୍ଦ୍ଦେଶିତ ସହର । ଋଷିଆଦ୍ୱାରା ପ୍ରଶାସିତ ସାଖାଲିଁ, ହୋକାଇଦୋରୁ ୪୩ କି.ମି. ଦୂରରେ ଉତ୍ତର ଆଡକୁ ଅବସ୍ଥିତ ଏବଂ କୁରିଲ୍ ଦ୍ୱୀପପୁଞ୍ଜ ଏହାର ପୂର୍ବ ଓ ଐଶାନ୍ୟ ଦିଗରେ ଅବସ୍ଥିତ । କୁରିଲ୍ ଦ୍ୱୀପପୁଞ୍ଜର ଦକ୍ଷିଣତମ ଚାରୋଟି ଦ୍ୱୀପ ଉପରେ ଜାପାନର ଦାବି ରହିଛି । ପୂର୍ବରେ ହୋକାଇଦୋ, ଏଜୋ, ୟେଜୋ, ୟେସୋ, ତଥା ୟେସ୍ସୋ ଆଦି ନାମରେ ଜଣାଶୁଣା ।[2]