From Wikipedia, the free encyclopedia
ହୃଦରକ୍ତନଳୀ ରୋଗ ବା ସିଭିଡି (ଇଂରାଜୀରେ Cardiovascular disease କିମ୍ବା CVD) ଏକ ରୋଗ ଶ୍ରେଣୀ ରୋଗ ଯେଉଁଥିରେ ହୃତ୍ପିଣ୍ଡ ଓ ରକ୍ତନଳୀ ରୋଗଗ୍ରସ୍ତ ହୋଇଥାଏ । [1] ସିଭିଡି ପର୍ଯ୍ୟାୟର ରୋଗଙ୍କର ନାମ: ଇସ୍କେମିକ ହୃତ୍ପିଣ୍ଡ ରୋଗ ବା ଆଇ.ଏଚ.ଡି. (ischemic heart disease), ସ୍ଟ୍ରୋକ, ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ହୃତ୍ପିଣ୍ଡ ରୋଗ, ରିଉମାଟିକ୍ ହୃତ୍ପିଣ୍ଡ ରୋଗ (ଆର.ଏଚ.ଡି.), ଆଓର୍ଟିକ ଆନିଉରିଜ୍ମ, କାର୍ଡ଼ିଓମାୟୋପାଥି, ଆଟ୍ରିଆଲ ଫିବ୍ରିଲେସନ, ଜନ୍ମଗତ ହୃତ୍ପିଣ୍ଡ ରୋଗ, ଏଣ୍ଡୋକାର୍ଡ଼ାଇଟିସ ଓ ପେରିଫେରାଲ ଧମନୀ ରୋଗ (ପି.ଏ.ଡି.) ଇତ୍ୟାଦି । [1][2] ସାଧାରଣତଃ ହୃଦପିଣ୍ଡ ଠିକ ଭାବରେ କାମ ନ କଲେ ତାହାକୁ ହୃଦ୍ରୋଗ ବୋଲି କୁହାଯାଏ । କେତେଜଣ ଛୁଆ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ହୁଅନ୍ତି । ତାହାକୁ ଆଜନ୍ମ (congenital) ହୃଦ୍ରୋଗ ବୋଲି କୁହାଯାଏ । ଯଦି ପର ମୂହୁର୍ତ୍ତରେ ଏହି ରୋଗ ହୋଇଥାଏ ତାହାକୁ ଆକ୍ୱାୟାର୍ଡ଼ (acquired) ହୃଦ୍ରୋଗ ବୋଲି କୁହାଯାଏ ।
ହୃଦରକ୍ତନାଳୀ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I51.6 |
ଆଇସିଡ଼ି-୯-ସିଏମ୍ | 429.2 |
ରୋଗ ଡାଟାବେସ | 28808 |
MeSH | D002318 |
ରୋଗର ପ୍ରକାର ଉପରେ ଅନ୍ତର୍ନିହିତ କାର୍ଯ୍ୟକାରୀତା ନିର୍ଭର କରେ । ଆଇ.ଏଚ.ଡି., ସ୍ଟ୍ରୋକ ଓ ପି.ଏ.ଡି. ରୋଗରେ ଆଥେରୋସ୍କ୍ଲେରୋସିସ ଥାଏ । ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଅଧିକ ରକ୍ତ କୋଲେସ୍ଟେରଲ, ଖାଦ୍ୟାଭାବ, ଅଧିକ ମଦ୍ୟପାନ ଯୋଗୁ ଏହା ହୋଇପାରେ । ସିଭିଡି ସମ୍ବନ୍ଧୀୟ ଉଚ୍ଚ ରକ୍ତଚାପ ଯୋଗୁ ୧୩ %, ଧୂମ୍ରପାନ ଯୋଗୁ ୯ %, ଡାଏବେଟିସ ଯୋଗୁ ୬ %, ଓ ମୋଟାପଣ ଯୋଗୁ ୫ % ମୃତ୍ୟୁ ହୁଏ । ଅଣଚିକିତ୍ସିତ ଗଳା ସଂକ୍ରମଣ ଯୋଗୁ ଆର.ଏଚ.ଡି. ରୋଗ ହୋଇପାରେ । [1] ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ ଚିକିତ୍ସା ନ ପାଇଲେ ରିଉମାଟିକ ହୃଦରୋଗକୁ ଗତି କରେ ।
ହିସାବରୁ ଜଣାଯାଏ, ସମୁଦାୟ ସିଭିଡି ରୋଗର ୯୦ % ପ୍ରତିଷେଧ କରାଯାଇ ପାରିବ । [3] ଆଥେରୋସ୍କ୍ଲେରୋସିସ ରୋଗକୁ ଏହାର ସଙ୍କଟଦାୟୀ କାରକମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ତଥା ବ୍ୟାୟାମ ସାହାଯ୍ୟରେ ରୋକି ହେବ ଓ ଧୁମ୍ରପାନ ତଥା ମଦ୍ୟପାନ ନ କରି ରୋକାଯାଇ ପାରିବ । [1] ଉଚ୍ଚ ରକ୍ତଚାପ ଓ ଡାଏବେଟିସ ରୋଗୀଙ୍କର ଚିକିତ୍ସା ମଧ୍ୟ ଫଳପ୍ରଦ ହୁଏ । [1] ତଣ୍ଟି ସଂକ୍ରମଣ ରୋଗ ହେଲେ ଆଣ୍ଟିବାୟୋଟିକ ଦେଇ ରିଉମାଟିକ୍ ହୃତ୍ପିଣ୍ଡ ରୋଗ ରୋକି ହେବ । [4] ସୁସ୍ଥ ଲୋକ ଉପରେ ଆସ୍ପିରିନ ଗ୍ରହଣର ଉପକାରୀତା ସିଦ୍ଧ ହୋଇ ନାହିଁ । [5][6] ମହିଳା ୫୫ ବର୍ଷରୁ କମ ଓ ପୁରୁଷ ୪୫ ବର୍ଷରୁ କମ ଥିଲେ ଏହାର ବ୍ୟବହାର ଉପଯୋଗୀତାକୁ ୟୁ.ପି.ଏସ.ଟି.ଏଫ. (USPSTF) ସୁପାରିସ କରୁନାହାନ୍ତି କିନ୍ତୁ ଏହାଠାରୁ ଅଧିକ ବୟସରେ ଦେବାକୁ ସୁପାରିସ କରାଯାଉଛି । [7] ସିଭିଡି ରୋଗର ଚିକିତ୍ସା କଲେ ମଧ୍ୟ ସୁଫଳ ମିଳେ । [1]
ସାରା ପୃଥିବୀରେ ମୃତ୍ୟୁର କାରଣ ରୂପରେ ହୃଦରକ୍ତନଳୀ ରୋଗ ମୂଖ୍ୟ ଭୂମିକା ନେଇଛି । [1] ଆଫ୍ରିକା ବ୍ୟତୀତ ପୃଥିବୀର ଅନ୍ୟତ୍ର ଏହାର ସତ୍ୟତା ରହିଛି । [1] ଏହା ଯୋଗୁ ସନ ୧୯୯୦ରେ ୧୨.୩ ନିୟୁତ (୨୫.୮ %) ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ବଢ଼ିଯାଇ ୧୭.୩ ନିୟୁତ (୩୧.୫ %) ହୋଇଛି । [2] ସନ ୧୯୭୦ ପରଠାରୁ ହୃଦରକ୍ତନଳୀ ରୋଗରେ ନିର୍ଦ୍ଦିଷ୍ଟ ବୟସରେ ମୃତ୍ୟୁ ହାର ବିକାଶଶୀଳ ଦେଶରେ ବଢ଼ୁଛି ଓ ବିକଶିତ ଦେଶରେ କମୁଛି । [8][9] ଆଇ.ଏଚ.ଡି. ଓ ସ୍ଟ୍ରୋକ ମିଶି ପୁରୁଷମାନଙ୍କ ମଧ୍ୟରେ ୮୦ % ଓ ମହିଳାଙ୍କ ମଧ୍ୟରେ ୭୫ % ମୃତ୍ୟୁର କାରଣ ହେବା ଜଣାଯାଏ । [1] ଅଧିକାଂଶ ସିଭିଡି ରୋଗ ଅଧିକ ବୟସର ଲୋକଙ୍କୁ ହୁଏ । ଆମେରିକାରେ ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ସିଭିଡି ୧୧ % ଲୋକଙ୍କୁ ହୁଏ, ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ୩୭ % ଲୋକଙ୍କୁ ହୁଏ, ୬୦ରୁ ୮୦ ବୟସ ଭିତରେ ୭୧ %, ଓ ୮୦ ପରେ ୮୫ % ଲୋକଙ୍କୁ ହୁଏ । [10] ସିଭିଡି ରୋଗରେ ମୃତ୍ୟୁର ହାରାହାରି ବୟସ ବିକଶିତ ଦେଶରେ ୮୦ ଥିଲାବେଳେ ବିକାଶଶୀଳ ଦେଶମାନଙ୍କରେ ୬୮ ଅଛି । [8] ପୁରୁଷଙ୍କର ରୋଗ ଆରମ୍ଭ ହେବା ବୟସ ମହିଳାଙ୍କ ଅପେକ୍ଷା ଦଶ ବର୍ଷ ପୂର୍ବରୁ ହୁଏ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.