ହିନ୍ଦୁ ଦେବଦେବୀ
From Wikipedia, the free encyclopedia
ମହର୍ଷି ଯାସ୍କ ନିରୁକ୍ତ ଗ୍ରନ୍ଥରେ ଦେବତାମାନଙ୍କୁ ସାଧାରଣତଃ ତିନିଭାଗରେ ବିଭକ୍ତ କରିଛନ୍ତି । ସେମାନେ ପୃଥିବୀ ସ୍ଥାନୀୟ ଦେବତା, ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଓ ଦ୍ୟୁସ୍ଥାନୀୟ ଦେବତା ଭାବେ ପରିଚିତ । ପୃଥିବୀ, ଅଗ୍ନି, ସୋମ, ବୃହସ୍ପତି, ନଦୀ ଆଦି ପୃଥିବୀ ସ୍ଥାନୀୟ ଦେବତା ଭାବେ ସ୍ୱୀକୃତ । ଇନ୍ଦ୍ର, ଅପାମ, ନପାତ, ରୁଦ୍ର, ବାୟୁ ପର୍ଯ୍ୟନ, ମାତରିଶ୍ୱା ଆଦି ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଭାବେ ଗୃହୀତ । ଦୌସ, ବରୁଣ, ମିତ୍ର, ସୂର୍ଯ୍ୟ, ସବିତୃ, ପୂଷନ୍, ବିଷ୍ଣୁ, ଆଦିତ୍ୟ, ଉଷମ୍ ଓ ଅଶ୍ୱିନୀ କୁମାର ପ୍ରମୁଖ ଦୌସ୍ଥାନୀୟ (ଦ୍ୟୁସ୍ଥାନୀୟ) ଦେବତା ଅଟନ୍ତି । ଏହା ବ୍ୟତୀତ ବିଶ୍ୱକର୍ମା, ତ୍ୱଷ୍ଟା, ପ୍ରଜାପତି, ମନ୍ୟୁ, ଶ୍ରଦ୍ଧା ଆଦି କେତେକ କାଳ୍ପନିକ ଦେବତାଭାବେ ଗୃହୀତ ହୋଇଥାନ୍ତି ।[1]
ଏହି ପ୍ରସଙ୍ଗଟିକୁ ଉଇକିପିଡ଼ିଆର ମାନକ ଲିଖନ ଶୈଳୀ ସହ ମେଳ କରିବା ପାଇଁ ହୁଏତ ସମ୍ପୂର୍ଣ୍ଣ ଭାବେ ଲେଖିବାକୁ ପଡ଼ିପାରେ । ଆପଣ ସାହାଯ୍ୟ କରିପାରିବେ । ଆଲୋଚନା ପୃଷ୍ଠାରେ କିଛି ମତାମତ ଥାଇପାରେ । |