From Wikipedia, the free encyclopedia
ହାୱା ମହଲ (English translation: "Palace of Winds" or "Palace of the Breeze") , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରରେ ଅବସ୍ଥିତ । ଲାଲ ଓ ନାରଙ୍ଗି ରାଗର ବଳିପଥରରେ ନିର୍ମିତ ଏହି ରାଜମହଳ ସହରର ମୁଖ୍ୟ ରାଜମହଳ ପାର୍ଶ୍ୱ ରେ ମୁଖ୍ୟତ ରାଜପରିବାରର ମହିଳାମାନଙ୍କ ପାଇଁ ନିର୍ମିତ ହୋଇଥିଲା । ଏଠାରେ ଉତ୍ଛ ପରଦା ଲାଗିଥିବା ପ୍ରାଚୀର ରହିଥିବାରୁ ମହିଳାମାନେ ବାହାରକୁ ଦେଝି ପଡ଼ୁଥିବା ବେଳେ ବାହାରୁ ଭିତରକୁ ଦେଖା ଯାଇ ନ ଥାଏ ।
Hawa Mahal | |
---|---|
General information | |
Architectural style | Rajput Architecture |
ସହର | Jaipur |
ଦେଶ | India |
Coordinates | 26.923611°N 75.826667°E |
Completed | 1799 |
Technical details | |
Structural system | Red and pink sandstone |
Design and construction | |
Client | Maharaja Sawai Pratap Singh |
ଶିଳ୍ପୀ | Lal Chand Ustad |
ମହାରାଜା ସୱାଇ ପ୍ରତାପ ସିଂହଙ୍କଦ୍ୱାରା ୧୭୯୯ ମସିହାରେ ଏହା ନିର୍ମିତ ହେଇଥିଲା । କ୍ଷେତ୍ରୀ ମହଲର ଭାସ୍କର୍ଜ୍ୟରେ ଅନୁପ୍ରାଣିତ ହେଇ ସେ ଏହି ଢାଞ୍ଚାରେ ଏଇତିହାସିକ ହାୱା ମହଲ ନିର୍ମାଣ ଯୋଜନା କରିଥିଲେ । ଲାଲ ଚାନ୍ଦ ଉସ୍ତାଦ ନାମକ ଜଣେ ସ୍ଥପତ୍ୟକାର ଙ୍କଦ୍ୱାରା କୃଷ୍ଣ ଓ ଅନ୍ୟ ହିନ୍ଦୁ ଦେବା ଦେବୀଙ୍କ ସ୍ଥାପତ୍ୟ ମୂର୍ତି ସହ ଏହାକୁ ଡିଜାଇନ କରିଥିଲେ । ଏହି ମହଳର ଅନନ୍ୟ ଶୈଳୀ ଏପରି ଯେ ଏଠାରେ ୯୫୩ଟି ଝରକା ସବୁ ସୁବଦର ରଙ୍ଗୀନ କାଚ କାମ ହେଇ ନିର୍ମାଣ ହୋଇଛି । ଝରକା ସବୁରେ ଜାଲି କମ ହେଇ ପରଦା ସବୁ ଲାଗିଥିବାରୁ ମୁକ୍ତ ବାୟୁ ଭିତରକୁ ଆସିଥାଏ । ଏଥିପାଇଁ ଏହି ମହଲକୁ ହାୱା ମହଲ ନାମକରଣ କର ଯାଇଥିଲା । ଗ୍ରୀଷ୍ମ କାଳରେ ଏହି ମହଲ ଶୀତତାପ ନିୟନ୍ତ୍ରିତ ଘର ପରି ଲାଗେ ।[1][2][3]
୨୦୦୬ ମସିହାରେ ଏହି ମହଲର ବ୍ୟାପକ ଉନ୍ନୟନ କରାଯାଇ ୪5୫୬.୮ କୋଟି ଟଙ୍କା ଖର୍ଚ କରାଯାଇଥିଲା । ଇଉନିଟ ଟ୍ରଷ୍ଟ ଅଫ ଇଣ୍ଡିଆ ତରଫରୁ ଏହାର ଏଇତିହାସିକ ସ୍ଥାପତ୍ୟ କଳାର ରକ୍ଷଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଥିଲା ।
ଏହି ମାହାଲଟି ପିରାମିଡ ଆକାରରେ ପାଞ୍ଚ ମହଲାରେ ତିଆରି ହେଇଛି । ସାମନା ପାଟରେ ଝରକା ସବୁରେ ରଙ୍ଗୀନ କାଚାକାମ ହେଇ ମହଲର ସୋଭା ବର୍ଧନ କରିଥାଏ । ଭିତର ଗୃହମାନଙ୍କୁ ବିଭିନ୍ନ ରଙ୍ଗର ମର୍ବଳ ପ୍ରସ୍ତର ଲଗା ଯାଇଥାଏ । ମହଲର ମଧ୍ୟ ଭାଗରେ ସନ୍ତରଣ ନିମନ୍ତେ ଜଳାଶୟ ଓ ଜଳର ଫାଉଣ୍ଟେନ ମଧ୍ୟ ରହିଛି । [4] ଏହି ମହଲରେ ଫତେପୁର ସିକ୍ରିଠାରେ ପଞ୍ଚ ମହଲର କଳାକୃତି ସହ ସାମଞ୍ଜସ୍ୟ ରହିଥିବାର ଦେଖା ଯାଏ ।[1][5]
ହାୱା ମହଲରେ ଏକ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ଏହାର ମଧ୍ୟ ଭାଗର ଅଗଣାରେ ରହିଛି ।[6] ହାୱା ମହଲ ରାଜସ୍ଥାନ ସରକାରଙ୍କ ପ୍ରତ୍ନତତ୍ତ୍ୱ ଭିଭାଗଦ୍ୱାରା ପ୍ରତ୍ୟକ୍ଷ ପରିଚାଳନାରେ ରହିଛି ।
ଜଯପୁରକୁ ପହଞ୍ଚିବାକୁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ । ବିମାନ ଯୋଗେ ଜଯପୁର ବିମାନ ବନ୍ଦରକୁ ସୁବିଧାରେ ଦିଲ୍ଲୀ ଓ ଅନ୍ୟ ସ୍ଥାନରୁ ବିମାନ ରହିଛି ।[4] ଭାରତୀୟ ରେଳବାଇ ପକ୍ଷୀରୁ ଦେଶର ସମସ୍ତ ପ୍ରମୁଖ ସ୍ଥାନରୁ ଜଯପୁରକୁ ଟ୍ରେନ ସେବା ପ୍ରତ୍ୟହ ରହିଛି । ଜଯପୁର ଦେଇ ଜାତୀୟ ରାଜପଥ ମଧ୍ୟ ଯାଇଥିବାରୁ ରାସ୍ତା ପରିବହନ ମଧ୍ୟ ସହଜ ।
ହାୱା ମହଲକୁ ଯିବାକୁ ହେଲେ ତାହା ପାର୍ଶ୍ୱ ବାରଟି ରାସ୍ତାରେ ଯିବାକୁ ହୁଏ ଓ ପଛ ପଟେ ଥିବାଦ୍ୱାରା ଦେଇ ଭିତରକୁ ଯାଇ ହୁଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.