From Wikipedia, the free encyclopedia
ହାଲୋପେରିଡଲ ଏକ ମାନସିକ ରୋଗ ବିରୁଦ୍ଧକ ଔଷଧ ଯାହାର ଏକ ବଜାର ନାମ ହାଲଡଲ । [1] ସିଜୋଫ୍ରେନିଆ, ଟୁରେଟ ସିଣ୍ଡ୍ରୋମ, ଅଇ ଓ ବାନ୍ତି, ପ୍ରଳାପ, ଉତ୍ତେଜନା, ଆକ୍ୟୁଟ ସାଇକୋସିସ ଓ ଆଲକୋହୋଲ ଉଇଥଡ୍ରୟାଲରେ ହେଉଥିବା ମତିଭ୍ରମ ଇତ୍ୟାଦି ରୋଗରେ ଔଷଧରୂପେ ଦିଆଯାଏ । [1][2] ଏହି ଔଷଧ ପାଟିବାଟେ, ମାଂସପେଶୀରେ ଇଞ୍ଜେକସନ ଆକାରରେ ଓ ଶୀରାଭିତରେ ଦିଆଯାଏ । ହାଲୋପେରିଡଲ ୩୦ରୁ ୬୦ ମିନିଟ ମଧ୍ୟରେ କାମ କରେ । ଦୀର୍ଘକାର୍ଯ୍ୟକ୍ଷମ ଫର୍ମୁଲା ପ୍ରତି ୪ ସପ୍ତାହରେ ଥରେ ଇଞ୍ଜେକସନ ଆକାରରେ ସିଜୋଫ୍ରେନିଆ ବା ସମ୍ପର୍କୀୟ ରୋଗମାନଙ୍କରେ ଦିଆଯାଏ ଯେଉଁଥିରେ ରୋଗୀ ଔଷଧ ଖାଇବାକୁ ଭୁଲିଯାଏ । [1]
Clinical data | |
---|---|
Pronunciation | /hæloʊpɛridɒl/ |
Trade names | ହାଲଡଲ |
AHFS/Drugs.com | monograph |
MedlinePlus | a682180 |
Pregnancy category |
|
Routes of administration | ପାଟିରେ, ମାଂସପେଶୀ ଭିତରେ, ଶୀରାଭିତରେ, ଡିପୋ (ଡେକାନୋଏଟ ଇଷ୍ଟର) ଆକାରରେ |
ATC code |
|
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.142 |
Chemical and physical data | |
Formula | C21H23ClFNO2 |
Molar mass | 375.9 g/mol |
3D model (JSmol) | |
SMILES
| |
InChI
| |
(verify) |
ହାଲୋପେରିଡଲ ଦେବା ଫଳରେ ଟାର୍ଡିଭ ଡିସକାଇନେସିଆ, ଏକ ଚଳନ ବେମାରୀ ହୋଇପାରେ ଯାହା ସ୍ଥାୟୀ ଭାବରେ ରହେ । ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଓ କ୍ୟୁଟି-ଅନ୍ତର ବୃଦ୍ଧି ହୁଏ । ଡିମେନସିଆ ଯୋଗୁ ସାଇକୋସିସ ରୋଗ ହୋଇଥିଲେ ଔଷଧ ଦେବା ଫଳରେ ମୃତ୍ୟୁ ହୋଇପାରେ । [1] ଗର୍ଭାବସ୍ଥାରେ ଦେଲେ ଶୁଶୁର ସମସ୍ୟା ହୁଏ । [1][3] ପାର୍କିନସନ ରୋଗରେ ଏହା ଦିଆଯାଏ ନାହିଁ । [1]
ସନ ୧୯୫୮ରେ ପଲ ଜାନସେନ (Paul Janssen) ହାଲୋପେରିଡଲ ଆବିଷ୍କାର କରିଥିଲେ ।[4] ମେପେରିଡିନରୁ meperidine ଏହା ପ୍ରସ୍ତୁତ ହୋଇଥିଲା ।.[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [6] ଇଂଲଣ୍ଡରେ ଏହି ଔଷଧ ମାନକ ମାତ୍ରା ନିମନ୍ତେ ବାର୍ଷିକ ଖର୍ଚ୍ଚ ୨୦ରୁ ୮୦୦ ପାଉଣ୍ଡ (୩୦ରୁ ୧,୨୫୦ ଆମେରିକୀୟ ଡଲାର) । [7][8] ଆମେରିକାରେ ଏହା ବାବଦ ଖର୍ଚ୍ଚ ୨୫୦ ଆମେରିକୀୟ ଡଲାର । [9]ଅତି ସାଧାରଣ ଭାବରେ ଏହି ଔଷଧ ବ୍ୟବହୃତ ହୁଏ । [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.